ମଙ୍ଗଳ ଗ୍ରହରୁ ପ୍ରଥମ ଅଡିଓ ରେକର୍ଡିଂ ପଠାଇଲା ନାସା ପର୍ସିଭେରାନ୍ସ ରୋଭର

author img

By

Published : Feb 23, 2021, 1:04 PM IST

ମଙ୍ଗଳ ଗ୍ରହରୁ ପ୍ରଥମ ଅଡିଓ ରେକର୍ଡିଂ ପଠାଇଲା ନାସା ପର୍ସିଭେରାନ୍ସ ରୋଭର

ଭିଡିଓ ପରେ ମଙ୍ଗଳ ଗ୍ରହରୁ ପ୍ରଥମ ଅଡ଼ିଓ ରେକର୍ଡିଂ ପଠାଇଛି ନାସାର ପର୍ସିଭେରାନ୍ସ ରୋଭର । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ଜୀବନ ସତ୍ତାର ଅନୁସନ୍ଧାନ ପାଇଁ ନାସା ପଠାଇଥିବା ମହାକାଶଯାନ ପର୍ସିଭେରାନ୍ସ ରୋଭର ଗ୍ରହରୁ ପ୍ରଥମ ଅଡ଼ିଓ ରେକର୍ଡିଂ ପୃଥିବୀପୃଷ୍ଠକୁ ପ୍ରେରଣ କରିଛି । ତେବେ ପ୍ରେରଣ କରାଯାଇଥିବା ରେକର୍ଡିଂ ରୋଭର ମଙ୍ଗଳ ଗ୍ରହ ଉପରେ ଲ୍ୟାଣ୍ଡିଂ କରିବା ସମୟର ବୋଲି ଜଣାପଡିଛି ।

ନାସାର ଏହି ମହାକାଶଯାନ ପୂର୍ବରୁ ଭିଡିଓ ରେକର୍ଡିଂ ପଠାଇଥିବା ବେଳେ ମଙ୍ଗଳବାର ଏହାର ପ୍ରଥମ ଅଡ଼ିଓ ରେକର୍ଡିଂ ପଠାଇଛି । ରୋଭର ଫେବୃଆରୀ 18 ତାରିଖରେ ମଙ୍ଗଳ ଗ୍ରହ ଉପରେ ଲ୍ୟାଣ୍ଡିଂ ସମୟରେ ଏହି ଭିଡିଓକୁ ପଠାଇଥିଲା । ରୋଭର ଲାଗିଥିବା ଏକ ମାଇକ୍ରୋଫୋନ ଏହି ଲ୍ୟାଣ୍ଡିଂ ସମୟରେ ମଙ୍ଗଳ ଗ୍ରହରୁ ଶବ୍ଦକୁ ପଠାଇଛି । ମଙ୍ଗଳଗ୍ରହଠାରୁ ପ୍ରାୟ 11 କିଲୋମିଟର ଉଚ୍ଚତାରେ ଥିବା ରୋଭର ଲ୍ୟାଣ୍ଡିଂ କରିବା ସହିତ ମଙ୍ଗଳଗ୍ରହ ଉପରେ ଖୀପ୍ର ଗତିରେ ଗଡିବାର ଦୃଶ୍ୟ ମଧ୍ୟ ରେକର୍ଡ କରାଯାଇଛି ।

ଏହି ଅଡ଼ିଓ ରେକର୍ଡିଂର ସମୟସୀମା 10ରୁ 60 ସେକେଣ୍ଡ ହୋଇଥିବା ବେଳେ ଏଥିରେ ମଙ୍ଗଳ ଗ୍ରହରେ ପ୍ରବାହିତ ହେଉଥିବା ପବନର ଶବ୍ଦ ମଧ୍ୟ ରେକର୍ଡ ହୋଇଛି । ଗତ ଫେବୃଆରୀ 18 ତାରିଖରେ ନାସାର ଏହି ରୋଭର ମଙ୍ଗଳ ଗ୍ରହରେ ଅବତରଣ କରିଥିଲା । ଏହି ସମୟରେ ଭିଡିଓ ସହିତ ଏକ ସେଲଫି ଫଟୋ ରୋଭରରେ ଲାଗିଥିବା ଏକାଧିକ କ୍ୟାମେରାରେ କଏଦ ହୋଇଛି । ପୂର୍ବରୁ ମଙ୍ଗଳ ଗ୍ରହକୁ ଯାଇଥିବା ରୋଭର ଅପେକ୍ଷା ଏହି ପର୍ସିଭେରାନ୍ସ ରୋଭର ମଙ୍ଗଳ ଗ୍ରହର ରଙ୍ଗୀନ ଫଟୋ ପୃଥିବୀ ପୃଷ୍ଠକୁ ପ୍ରେରଣ କରିଥିଲା । ଏହି ରୋଭରେ ଲାଗିଥିବା କ୍ୟାମେରା ମଙ୍ଗଳ ଗ୍ରହକୁ ରୋଭରର ଚକ ସ୍ପର୍ଶ କରିବା ସମୟର ଦୃଶ୍ୟକୁ ଫଟୋ ମାଧ୍ୟମରେ ପଠାଇଥିଲା ।

ଏହି ରୋଭର ମଙ୍ଗଳ ଗ୍ରହର ଭୌଗୋଳିକ ଗଠନ ଓ ମନୁଷ୍ୟ ରହିବାର ସମ୍ଭାବନାକୁ ତର୍ଜମା କରିବ ଏବଂ ମଙ୍ଗଳ ଗ୍ରହର ପଥର ଓ ଧୂଳିକଣା ସଂଗ୍ରହ କରିବାରେ ପ୍ରଥମ ରୋଭର ଭାବେ ରେକର୍ଡ ସୃଷ୍ଟି କରିବ । ତେବେ ନାସା ୟୁରୋପୀୟ ସ୍ପେଶ ଏଜେନ୍ସି(ESA) ମିଳିତ ଭାବରେ ଏହି ମହାକାଶଯାନକୁ ମଙ୍ଗଳ ଗ୍ରହକୁ ପଠାଇଛନ୍ତି । ଏହି ମିଶନ ମାଧ୍ୟମରେ ଲାଲ ଗ୍ରହରୁ ପଥର ଓ ଧୂଳିକଣାର ନମୁନାକୁ ସଂଗ୍ରହ କରାଯିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.