ମଙ୍ଗଳ ଗ୍ରହର ପ୍ରଥମ ରଙ୍ଗୀନ ଫଟୋ ପଠାଇଲା NASA ରୋଭର

author img

By

Published : Feb 20, 2021, 7:36 PM IST

ମଙ୍ଗଳ ଗ୍ରହର ପ୍ରଥମ ରଙ୍ଗୀନ ଫଟୋ ପଠାଇଲା NASA ରୋଭର

ନାସାର ପର୍ସିଭେରାନ୍ସ ରୋଭର ମଙ୍ଗଳ ଗ୍ରହର ପ୍ରଥମ ରଙ୍ଗୀନ ଫଟୋ ପଠାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ୱାଶିଂଟନ: ନାସାର ପର୍ସିଭେରାନ୍ସ ରୋଭର ଲାଲ ଗ୍ରହ ତଥା ମଙ୍ଗଳ ଗ୍ରହର କିଛି ଚମତ୍କାର ଫଟୋ ପଠାଇଛି । ତେବେ ଏହି ଫଟୋଗୁଡିକ ଅବତରଣ ସମୟରେ ନିଆଯାଇଥିବା ବେଳେ ଏଥିରେ ଏକ ହାଇ ରିଜୋଲ୍ୟୁସନ୍ ରଙ୍ଗର ସେଲଫି ଅନ୍ତର୍ଭୁକ୍ତ ରହିଛି ।

ମଙ୍ଗଳ ଗ୍ରହର ପ୍ରଥମ ରଙ୍ଗୀନ ଫଟୋ ପଠାଇଲା NASA ରୋଭର
ମଙ୍ଗଳ ଗ୍ରହର ପ୍ରଥମ ରଙ୍ଗୀନ ଫଟୋ ପଠାଇଲା NASA ରୋଭର

ଗତ ଫେବୃଆରୀ 18 ତାରିଖରେ ନାସାର ଏହି ରୋଭର ମଙ୍ଗଳ ଗ୍ରହରେ ଅବତରଣ କରିଥିଲା । ଏହି ସମୟରେ ଭିଡିଓ ସହିତ ଏକ ସେଲଫି ଫଟୋ ରୋଭରରେ ଲାଗିଥିବା ଏକାଧିକ କ୍ୟାମେରାରେ କଏଦ ହୋଇଛି । ପୂର୍ବରୁ ମଙ୍ଗଳ ଗ୍ରହକୁ ଯାଇଥିବା ରୋଭର ଅପେକ୍ଷା ଏହି ପର୍ସିଭେରାନ୍ସ ରୋଭର ମଙ୍ଗଳ ଗ୍ରହର ରଙ୍ଗୀନ ଫଟୋ ପୃଥିବୀ ପୃଷ୍ଠକୁ ପ୍ରେରଣ କରିଛି । ଏହି ରୋଭରେ ଲାଗିଥିବା କ୍ୟାମେରା ମଙ୍ଗଳ ଗ୍ରହକୁ ରୋଭର ଚକ ସ୍ପର୍ଶ କରିବା ସମୟର ଦୃଶ୍ୟକୁ ଫଟୋ ମାଧ୍ୟମରେ ପଠାଇଛି ।

ମଙ୍ଗଳ ଗ୍ରହର ପ୍ରଥମ ରଙ୍ଗୀନ ଫଟୋ ପଠାଇଲା NASA ରୋଭର
ମଙ୍ଗଳ ଗ୍ରହର ପ୍ରଥମ ରଙ୍ଗୀନ ଫଟୋ ପଠାଇଲା NASA ରୋଭର

ଏହି ରୋଭର ମଙ୍ଗଳ ଗ୍ରହର ଭୌଗୋଳିକ ଗଠନ ଓ ମନୁଷ୍ୟ ରହିବାର ସମ୍ଭାବନାକୁ ତର୍ଜମା କରିବ ଏବଂ ମଙ୍ଗଳ ଗ୍ରହର ପଥର ଓ ଧୂଳିକଣା ସଂଗ୍ରହ କରିବାରେ ପ୍ରଥମ ରୋଭର ଭାବେ ରେକର୍ଡ ସୃଷ୍ଟି କରିବ । ତେବେ ନାସା ୟୁରୋପୀୟ ସ୍ପେଶ ଏଜେନ୍ସି(ESA) ମିଳିତ ଭାବରେ ଏହି ମହାକାଶଯାନକୁ ମଙ୍ଗଳ ଗ୍ରହକୁ ପଠାଇଛନ୍ତି । ଏହି ମିଶନ ମାଧ୍ୟମରେ ଲାଲ ଗ୍ରହରୁ ପଥର ଓ ଧୂଳିକଣାର ନମୁନାକୁ ସଂଗ୍ରହ କରାଯିବ ।

ରୋଭରର ତଳ ଭାଗରେ ଏକ ଛୋଟ ବା ମିନି ହେଲିକପ୍ଟର ଲାଗିଛି । ଏହି ହେଲିକପ୍ଟର ମଙ୍ଗଳ ଗ୍ରହର ସମତଳ ସ୍ଥାନରେ ଅବତରଣ କରିବ । କିନ୍ତୁ ଏହି ସମତଳ ଅବତରଣ ପାଇଁ ରୋଭରକୁ ଆଉ 2 ମାସ ସମୟ ଲାଗିପାରେ ବୋଲି ଜଣାପଡିଛି । ହେଲିକପ୍ଟର ଅବତରଣ କରିବା ପୂର୍ବରୁ ଏହାର ବିଜ୍ଞାନ ମିଶନ ଆରମ୍ଭ କରି ଏହାର ପ୍ରଥମ ସନ୍ଧାନ କରିବ । ଏହି ସନ୍ଧାନରେ ମଙ୍ଗଳ ଗ୍ରହର ପଥର ଓ ପଙ୍କ ବା କାଦୁଅ ନମୁନାକୁ ସଂଗ୍ରହ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.