ଦୁର୍ଘଟଣାରେ ଚାଲିଗଲା ୨୧ବର୍ଷ ପୁଅର ଜୀବନ, ୨୧ଟି ହେଲମେଟ ବାଣ୍ଟିଲେ ପିତା

author img

By

Published : Jan 24, 2023, 10:57 PM IST

helmet

ମଧ୍ୟପ୍ରଦେଶ ନର୍ମଦାପୁର ରାସ୍ତାରେ ଦୁର୍ଘଟଣାରେ ଚାଲିଗଲା ୨୧ ବର୍ଷ ବୟସ ଯୁବକଙ୍କ ଜୀବନ । ଏହାପରେ ପରିବାର ଟ୍ରାଫିକ ନିୟମ ମାନିବାକୁ ଯୁବପିଢିଙ୍କୁ ଅପିଲ କରିବା ସହ ୨୧ଟି ହେଲମେଟ ବଣ୍ଟନ କରିଛନ୍ତି । ଅଧିକ ପଢନ୍ତୁ

ଭୋପାଳ: ସଡ଼କ ଦୁର୍ଘଟଣାରେ ଚାଲିଗଲା ୨୧ ବର୍ଷ ବୟସର ପୁଅର ଜୀବନ । ଏହାପରେ ଲୋକଙ୍କୁ ୨୧ଟି ହେଲମେଟ ବାଣ୍ଟିଲେ ପିତା । ଯାହାଦ୍ବାରା ତାଙ୍କ ପରି କେହି ପୁଅକୁ ହରେଇବେ ନାହିଁ । ପୁଅର ବିୟୋଗରେ ଭାଙ୍ଗି ପଡ଼ିଥିବା ପରିବାର ଏପରି ଦୁଃଖ ଅନ୍ୟ କାହାରି ଭାଗ୍ୟରେ ନ ଆସୁ ସେଥିପାଇଁ ଏହି ସାମାଜିକ କାର୍ଯ୍ୟକ୍ରମ କରିଛନ୍ତି । ଏହାସହ ରାସ୍ତାରେ ଗାଡ଼ି ଚଳାଉଥିବା ସମୟରେ ସମସ୍ତ ଟ୍ରାଫିକ ନିୟମକୁ ପାଳନ କରିବା, ହେଲମେଟ ଲଗାଇବା ଓ ସାବଧାନରେ ଗାଡ଼ି ଚଲାଇବା ଲାଗି ସେ ସମସ୍ତ ଯୁବପିଢିଙ୍କୁ ଆହ୍ବାନ ଦେଇଛନ୍ତି । ମଧ୍ୟପ୍ରଦେଶ ନର୍ମଦାପୁରମରେ ଜଣେ ଯୁବକଙ୍କ ଜୀବନ ଚାଲିଯିବା ପରେ ଉକ୍ତ ଅଞ୍ଚଳରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

'ହେଲମେଟ ପିନ୍ଧିଥିଲେ, ଜୀବନ ବଞ୍ଚିଯାଇଥାନ୍ତା':- ସଡ଼କ ଦୁର୍ଘଟଣାରେ ମେହେର ପରିବାର ନିଜ ଭେଣ୍ଡିଆ ପୁଅ ଚନ୍ଦ୍ରଶେଖରଙ୍କୁ ହରାଇଛନ୍ତି । ଦୁର୍ଘଟଣାରେ ଚନ୍ଦ୍ରଶେଖରଙ୍କ ମୁଣ୍ଡରେ ଆଘାତ ଲାଗିବା ପରେ ତାଙ୍କର ମୃତ୍ୟୁ ଘଟିଛି । ଯଦି ମୃତ ଯୁବକ ଜଣକ ହେଲମେଟ ପିନ୍ଧିଥାନ୍ତେ, ତେବେ ହୁଏତ ତାଙ୍କ ଜୀବନ ବଞ୍ଚିଯାଇଥାନ୍ତା । ପୁଅର ମୃତ୍ୟୁ ପରେ ଏବେ ପରିବାରର ବିଚଳିତ ହୋଇପଡ଼ିଛି । ଏମାନେ ଗଭୀର ଦୁଃଖରେ ରହିଥିବା ବେଳେ ଏପରି ଦୁଃଖ ଯେପରି ଆଉ କାହାକୁ ନ ମିଳୁ ସେଥିଲାଗି ଏହି ସାମଜିକ କାର୍ଯ୍ୟ କରିଛନ୍ତି । ତାଙ୍କ ପୁଅ ବୟସ ୨୧ ବର୍ଷ ହୋଇଥିବାରୁ ସେ ୨୧ଟି ହେଲମେଟ ବଣ୍ଟନ କରିଛନ୍ତି ।

ଏହା ବି ପଢନ୍ତୁ- ନ୍ୟୁଜିଲାଣ୍ଡରେ ସମୁଦ୍ରରେ ବୁଡି ଦୁଇ ଭାରତୀୟ ମୃତ

ହେଲମେଟ ଉପରେ ଲେଖାଯାଇଛି ମୃତକଙ୍କ ନାମ:- ଏହି ସାମାଜିକ କାର୍ଯ୍ୟକ୍ରମରେ ଡିଏସପି ସନ୍ତୋଷ ମିଶ୍ରା ସାମିଲ ହୋଇଥିଲେ । ଏହି ପରିବାର ଦ୍ବାରା କରାଯାଉଥିବା ଏହି କାର୍ଯ୍ୟକୁ ସେ ବେଶ ପ୍ରଶଂସା କରିଛନ୍ତି । ନିଜ ଘରର ପିଲାଙ୍କୁ ଗାଡ଼ି ଚଳାଉଥିବା ସମୟରେ ସମସ୍ତ ନିୟମ ପାଳନ କରିବା ପାଇଁ ଉପଦେଶ ଦେବା ଲାଗି ଅନୁରୋଧ କରାଯାଇଥିଲା । ଏହି ହେଲମେଟ ବଣ୍ଟନ ଡିଏସପିଙ୍କ ଦ୍ବାରା କରାଯାଇଛି । ଏହି ହେଲମେଟ ଉପରେ ମୃତକଙ୍କ ନାମ ଚନ୍ଦ୍ରଶେଖର ଲେଖାଯାଇଛି । ଯାହାଦ୍ବାରା ଯୁବପିଢି ଉକ୍ତ ଘଟଣା ସମ୍ପର୍କରେ ସ୍ମରଣ କରି ସତର୍କତା ଅବଲମ୍ବନ କରିବେ ।

ଟ୍ରାଫିକ ଡିଏସପି ସନ୍ତୋଷ ମିଶ୍ରା ଏ ନେଇ କହିଛନ୍ତିଯେ ଗତ ଜାନୁଆରୀ ୯ ତାରିଖ ରାତିରେ ମାତା ମନ୍ଦିର ନିକଟରେ ଚନ୍ଦ୍ରଶେଖର ମେହେରଙ୍କ ଦୁର୍ଘଟଣା ଘଟିଥିଲା । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଚିକିତ୍ସା ସମୟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ଯୁବକ ଜଣକ ବାଇକ ଚଲାଇ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ହେଲମେଟ ନିଜ ଜୀବନ ପାଇଁ ପିନ୍ଧିବା ଆବଶ୍ୟକ ବୋଲି କହିଛନ୍ତି ଡିସଏପି । ଏହା କେବଳ ଚାଲାଣ ଲାଗି ବ୍ୟବହାର ନ କରି ନିଜ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ବ୍ୟବହାର କରିବା ଉଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.