AFSPA ପ୍ରତ୍ୟାହାର ନେଇ ନାଗାଲାଣ୍ଡ କ୍ୟବିନେଟ ବୈଠକ, କେନ୍ଦ୍ରକୁ ଲେଖାଯିବ ଚିଠି

author img

By

Published : Dec 7, 2021, 9:51 PM IST

AFSPA ପ୍ରତ୍ୟାହାର ନେଇ ନାଗାଲାଣ୍ଡ କ୍ୟବିନେଟ ବୈଠକ, କେନ୍ଦ୍ରକୁ ଲେଖାଯିବ ଚିଠି

ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣା ପରେ ଶସସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆକ୍ଟ (AFSPA) କୁ ଉତ୍ତର ପୂର୍ବରୁ ପ୍ରତ୍ୟାହାର ଦାବି ବଢିବାରେ ଲାଗିଛି । ନାଗାଲାଣ୍ଡ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ପ୍ରତ୍ୟାହାର ନେଇ ଆଲୋଚନା । କେନ୍ଦ୍ରକୁ ଲେଖାଯିବ ଚିଠି । ଅଧିକ ପଢନ୍ତୁ

କୋହିମା: ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣା ପରେ ଶସସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆକ୍ଟ (ARMED FORCES (SPECIAL POWERS) ACT, 1958 ପ୍ରତ୍ୟାହାର ଦାବି ଥମିବାର ନାଁ ନେଉନାହିଁ । ଏହି ଆଇନ ପ୍ରତ୍ୟାହାର ନେଇ ସରକାରୀ ଭାବେ ପ୍ରକ୍ରିୟା ଆରମ୍ଭ କରିସାରିଲାଣି ନାଗାଲାଣ୍ଡ ସରକାର । ମଙ୍ଗଳବାର ସକାଳେ ନାଗାଲାଣ୍ଡ କ୍ୟାବିନେଟ ବୈଠକରେ ଏହି AFSPA ଆଇନ ପ୍ରତ୍ୟାହାର ନେଇ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ଚିଠି ଲେଖି ଦାବି କରାଯିବା ସହ ଚାପ ପ୍ରୟୋଗ କରାଯିବା ନେଇ ସୂଚନା ଦେଇଛି ନାଗାଲାଣ୍ଡ ସରକାର ।

ନାଗାଲାଣ୍ଡରେ ସୁରକ୍ଷା ବାହିନୀ ଦ୍ବାରା ଆତଙ୍କୀ ଅପରେସନ ବେଳେ ରଣନୀତିରେ ତ୍ରୁଟି ଯୋଗୁ ୧୪ ସାଧାରଣ ସ୍ଥାନୀୟ ନାଗରିକ ପ୍ରାଣ ହରାଇବା ଘଟଣାର ପ୍ରତିବାଦ ଉତ୍ତର-ପୂର୍ବ ରାଜ୍ୟମାନଙ୍କ ଠାରୁ ଆରମ୍ଭ କରି ରାଜଧାନୀ ଦିଲ୍ଲୀରେ ମଧ୍ୟ ଦେଖିବାକୁ ମିଳିଛି । ନାଗାଲାଣ୍ଡ ଓ ମେଘାଳୟ ମୁଖ୍ୟମନ୍ତ୍ରୀ ଗତକାଲି ଏହି ସୁରକ୍ଷାବଳ ସ୍ବତନ୍ତ୍ର କ୍ଷମତା ଆଇନ ପ୍ରତ୍ୟାହାର କରିବା ନେଇ କେନ୍ଦ୍ର ନିକଟରେ ଦାବି କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- Nagaland Firing: ଜୋର ଧରିଲା AFSPA ପ୍ରତ୍ୟାହାର ଦାବି

ସେପଟେ ଗୁଳିକାଣ୍ଡ ଘଟଣାରେ ଜାତୀୟ ମାନବାଧିକାର ଆୟୋଗ (National human rights commission) କେନ୍ଦ୍ର ଏବଂ ନାଗାଲାଣ୍ଡ ସରକାର ପାଖରୁ ଏକ ମାସ ମଧ୍ୟରେ ସବିଶେଷ ରିପୋର୍ଟ ମାଗିଛି । ରିପୋର୍ଟ ମାଗିବା ସହ ନିଜ ଆଡୁ ଏକ ମାମଲା ଦାୟର କରି ତଦନ୍ତ ମଧ୍ୟ ଆରମ୍ଭ କରିଛି ଆୟୋଗ । ଗତକାଲି ମଧ୍ୟ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ମାନବାଧିକାର କର୍ମକର୍ତ୍ତା ଓ ଦିଲ୍ଲୀରେ ବସବାସ କରୁଥିବା ଉତ୍ତର-ପୂର୍ବ ଅଧିବାସୀମାନେ କ୍ୟାଣ୍ଡେଲ ମାର୍ଚ୍ଚ କରିବା ସହ ଘଟଣାର ପ୍ରତିବାଦ କରିଥିଲେ । ତେବେ ପୂର୍ବରୁ ବିଭିନ୍ନ ସମୟରେ ସୁରକ୍ଷାବଳ ସ୍ବତନ୍ତ୍ର କ୍ଷମତା ପ୍ରତ୍ୟାହାର ନେଇ ଦାବି ହୋଇଆସୁଥିବା ବେଳେ ଏହି ଅଘଟଣ ପରେ ଏହି ଆଇନ ପ୍ରତ୍ୟାହାର ଦାବି ମଧ୍ୟ ପୁଣି ଥରେ ଜୋର ଧରିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.