ବିଶ୍ବବାସୀଙ୍କୁ WHOର ଚେତାବନୀ, ଆଗାମୀ ମହାମାରୀ ପାଇଁ ପ୍ରସ୍ତୁତ ରୁହ

author img

By

Published : May 24, 2023, 6:49 PM IST

who chief

ବିଶ୍ବବାସୀଙ୍କୁ ହୁର ଚେତାବନୀ। କୋଭିଡଠାରୁ ଆହୁରୀ ଭୟଙ୍କ ମହାମାରୀ ଆସୁଛି, ଏବେଠାରୁ ସଜାଗ ହୋଇଯାଆନ୍ତୁ ବୋଲି ବିଶ୍ବବାସୀଙ୍କୁ ଚେତାବନୀ ଦେଇଛନ୍ତି ହୁ ମୁଖ୍ୟ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ପୁଣି ବିଶ୍ବକୁ ମହାମାରୀ ଭୟ । ଗତ କିଛିଦିନ ତଳେ ହୁ କୋଭିଡ-୧୯କୁ ବିଶ୍ବ ମହାମାରୀ ତାଲିକାରୁ ହଟାଇଥିବା ବେଳେ ଏବେ ପୁଣି ଏକ ଚିନ୍ତାଜନକ ବିଷୟ ସାମ୍ନାକୁ ଆସିଛି। ଏହାରି ଭିତରେ ଆଉ ଏକ ମହାମାରୀ ନେଇ ବିଶ୍ବବାସୀକୁ ସତର୍କ କରାଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମୁଖ୍ୟ ଟେଡ୍ରସ ଆଧାନୋମ। ସେ କହିଛନ୍ତି, " ବିଶ୍ବବାସୀଙ୍କୁ ସତର୍କ ରହିବା ଆବଶ୍ୟକ। କୋଭିଡ-19 ଠାରୁ ମଧ୍ୟ ଆହୁରି ବଡ ମହାମାରୀ ଆସିବାକୁ ଯାଉଛି। ତେଣୁ ବିଶ୍ବବାସୀ ଏବେଠାରୁ ସତର୍କ ରହିବା ଆବଶ୍ୟକ। " ପ୍ରକାଶଥାଉକି, ଗତ କିଛି ମାସର ବ୍ୟବଧାନ ପରେ ପୁଣି ମୁଣ୍ଡ ଟେକିଥିଲା କୋରୋନା ମହାମାରୀ। ଦେଶରେ ଦୈନିକ ସଂକ୍ରମଣ 12 ହଜାର ଉପରେ ରହୁଥିଲା। କିନ୍ତୁ ପରବର୍ତ୍ତି ସମୟରେ ସଂକ୍ରମଣ ମାମଲା ପୁରା ହ୍ରାସ ପାଇଛି। ଏହାକୁ ନେଇ ବିଶ୍ବବାସୀ ଟିକେ ଆଶ୍ବସ୍ତି ପାଇଥିବା ବେଳେ ଆଜି ହୁ ପକ୍ଷରୁ ଦିଆଯାଇଥିବା ଚେତାବନୀକୁ ନେଇ ପୁଣି ବିଶ୍ବବାସୀଙ୍କ ମନରେ ଛନକା ପଶିଛି ।

ମେ 22 ତାରିଖରୁ 76 ତମ ବିଶ୍ବ ସ୍ବାସ୍ଥ୍ୟ ସଭା ସ୍ବିଜରଲ୍ୟାଣ୍ଡର ଜେନେଭାରେ ଆରମ୍ଭ ହୋଇଛି । ଏହି ସଭାରେ ଆଜି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମୁଖ୍ୟ ଟେଡ୍ରସ ଆଧାନୋମ କହିଛନ୍ତି, "ଆଗକୁ ଏକ ମହାମାରୀ ଆସିବାର ସମ୍ଭାବନା ରହିଛି । ଏହି ଭୁତାଣୁ ଦ୍ବାରା ବିଶ୍ବରେ ଅନେକ ଲୋକେ ସଂକ୍ରଂମିତ ହେବେ । ଏଥିପାଇଁ ସମସ୍ତଙ୍କୁ ସଜାଗ ରିହିବାର ଆବଶ୍ୟକତା ରହିଛି । ଆମକୁ ନିର୍ଣ୍ଣାୟକ ଏବଂ ସାମୂହିକ ଭାବେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ପଡ଼ିବ । ଯେମିତି ଆମେ ସବୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରୁଛେ, ସେଭଳି ଏହି ମହାମାରୀକୁ ମାତ ଦେବା ପାଇଁ ପ୍ରୟାସ କରିବା ।"

ଏହା ମଧ୍ୟ ପଢନ୍ତୁ: World Health Assembly: ବିଶ୍ବ ସ୍ବାସ୍ଥ୍ୟ ସଭା ଆରମ୍ଭ, 10 ଦିନ ଯାଏଁ ଚାଲିବ ଚର୍ଚ୍ଚା

ସେ ଆହୁରି ମଧ୍ୟ କହିଛନ୍ତି, "ଗତ 3 ବର୍ଷ ମଧ୍ୟରେ କୋରୋନା ମହାମାରୀ ବିଶ୍ବକୁ କଲବଲ କରିଥିଲା । ପୁରା ଦୁନିଆର ଚିତ୍ରକୁ ବଦଳାଇ ଦେଇଥିଲା । ଏଥିରେ ପ୍ରାୟ 70 ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଆମେ ଜାଣିଛୁ ଯେ, ଏହି ସଂଖ୍ୟା ଏହାଠାରୁ ମଧ୍ୟ ଅଧିକ ହୋଇପାରେ । ପାଖାପାଖି 2 କୋଟି ହେବ । ଏଭଳି ସ୍ଥିତିରେ ଯଦି ଆମେ ପରିବର୍ତ୍ତନ ହେବା ନାହିଁ କି ଯାହା କରିବା କଥା ତାହା କରିବା ନାହିଁ ତାହାଲେ କଣ କରାଯିବ । ଏଥିପାଇଁ ସାରା ବିଶ୍ବବାସୀଙ୍କୁ ସତର୍କ ରହିବାକୁ ପଡିବ ।"

ସେ ଆହୁରି ମଧ୍ୟ କହିଛନ୍ତି, "କୋଭିଡ 19କୁ ମହାମାରୀ ତାଲିକାରୁ ହଟାଇ ଦିଆଯାଇଛି ତାହା ମାନେ ନୁହେଁ କି କୋରୋନା ମହାମାରୀ ସମ୍ପୁର୍ଣ୍ଣ ଶେଷ ହୋଇଯାଇଛି । ତେଣୁ କୋଭିଡ ନେଇ ମଧ୍ୟ ସତର୍କ ରହିବା ଆବଶ୍ୟକ । କୋଭିଡ-19 ଭଳି ଆଗକୁ ଆସୁଥିବା ଭାଇରସ ମଧ୍ୟ ମାରାତ୍ମକ ହୋଇପାରେ । ଏହି ମହାମାରୀର ମୁକାବିଲା କରିବା ବିଶ୍ବବାସୀଙ୍କ ପାଇଁ ଏକ ବଡ ଚାଲେଞ୍ଜ । ତେଣୁ ଆଗକୁ ଆସିଥିବା ମହାମାରୀ ପାଇଁ ବିଶ୍ବବାସୀ ସଜାଗ ରହିବା ଆବଶ୍ୟକ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.