ଶାହଙ୍କ ଚେତାବନୀ, ପୁଣି ହେବ ସର୍ଜିକାଲ ଷ୍ଟ୍ରାଇକ !

author img

By

Published : Oct 14, 2021, 7:23 PM IST

ଶାହଙ୍କ ଚେତାବନୀ, ପୁଣି ହେବ ସର୍ଜିକାଲ ଷ୍ଟ୍ରାଇକ !

ଆତଙ୍କୀ ଭୂସ୍ବର୍ଗ ପାକିସ୍ତାନକୁ ଖୋଲା ଚେତାବନୀ ଦେଇଛନ୍ତି ଦେଶର ଗୃହମନ୍ତ୍ରୀ ଅମିତ ଶାହ । ଆଉ ଏକ ସର୍ଜିକାଲ ଷ୍ଟ୍ରାଇକର ସାମ୍ନା କରିବାକୁ ପଡିବ ବୋଲି ସ୍ପଷ୍ଟ ଶବ୍ଦରେ ଚେତାଇ ଦେଇଛନ୍ତି ଗୃହମନ୍ତ୍ରୀ । ଅଧିକ ପଢନ୍ତୁ...

ପାଣାଜୀ: ଘାଟିରେ ବଢୁଛି ଆତଙ୍କବାଦୀଙ୍କ ଗତିବିଧି । ଆତଙ୍କୀ ଭୂସ୍ବର୍ଗ ପାକିସ୍ତାନକୁ ଖୋଲା ଚେତାବନୀ ଦେଇଛନ୍ତି ଦେଶର ଗୃହମନ୍ତ୍ରୀ ଅମିତ ଶାହ । ପାକିସ୍ତାନ ଯଦି ଜମ୍ମୁ କାଶ୍ମୀରରେ ଆତଙ୍କବାଦକୁ ଏହିଭଳି ପ୍ରୋତ୍ସାହନ ଦେଇଚାଲେ କିମ୍ବା ସାଧାରଣ ନାଗରିକଙ୍କ ହତ୍ୟା କରେ, ତେବେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକର ସାମ୍ନା କରିବାକୁ ପଡିବ ବୋଲି ସ୍ପଷ୍ଟ ଶବ୍ଦରେ ଚେତାଇ ଦେଇଛନ୍ତି ଗୃହମନ୍ତ୍ରୀ ।

ଅମିତ ଶାହ କହିଛନ୍ତି, 2016 ରେ ଭାରତ ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ କରି ପ୍ରମାଣ କରିଛି ଯେ ଆମେ ଆକ୍ରମଣକୁ ବରଦାସ୍ତ କରୁନାହିଁ। ଯଦି ପାକିସ୍ତାନ ସୀମା ଉଲ୍ଲଂଘନ କରେ ତେବେ ଆଗକୁ ସର୍ଜିକାଲ ଷ୍ଟ୍ରାଇକ୍ ହେବ | ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଏବଂ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ତତ୍ତ୍ବାବଧାନରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଥିଲା | ଆମେ ଏହି ବାର୍ତ୍ତା ଦେଇଛୁ ଯେ ଭାରତୀୟ ସୀମାରେ କେହି ଭୁଲ କରିପାରିବେ ନାହିଁ। ଆଲୋଚନା କରିବାର ସମୟ ଥିଲା, କିନ୍ତୁ ବର୍ତ୍ତମାନ ପ୍ରତିକ୍ରିୟା ଦେବାର ସମୟ ଆସିଛି ବୋଲି କହିଛନ୍ତି ଶାହ ।

ନିକଟରେ ଜମ୍ମୁ କାଶ୍ମୀରରେ ହିନ୍ଦୁ ଓ ଶିଖମାନଙ୍କୁ ଟାର୍ଗେଟ କରି ହତ୍ୟା କରାଯାଇଛି । ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କ ହତ୍ୟା କରିବା ପରେ ସେନା ନିଜ ଅପରେସନର ଗତି ବଢାଇଦେଇଛି । ଭୟଭୀତ ଆତଙ୍କୀ ବିଚଳିତ ହୋଇ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିଲେ । ଘଟଣାରେ ଶହୀଦ ହୋଇଥିଲେ ୫ ଯବାନ ।

ଘାଟିରେ ଏପରି ଘଟଣା ଘଟିବା ପରେ ସାଧାରଣ ଲୋକେ ଏହି ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେବାକୁ ଦାବି ଉଠାଇଛନ୍ତି । ସୁରକ୍ଷାକର୍ମୀ ମଧ୍ୟ ଆତଙ୍କୀଙ୍କୁ ନିପାତ କରିବାକୁ ଜୋରଦାର ଅପରେସନ ଚଳାଇଛି । ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କୀଙ୍କୁ ମୁହଁତୋଡ ଜବାବ ଦିଆଯାଉଥିବା ଦେଖିବାକୁ ମିଳୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.