ସାବଧାନ ଚୀନ-ପାକିସ୍ତାନ ! ନୌସେନାକୁ ମିଳିବ ଡୁଆଲ୍ ରୋଲ ବ୍ରହ୍ମୋସ

author img

By

Published : Sep 22, 2022, 10:42 PM IST

ପ୍ରତିରକ୍ଷା ମନ୍ତ୍ରଣାଳୟ ସହ BAPLର ଚୁକ୍ତି, ଆସିବ ଅତିରିକ୍ତ ବ୍ରହ୍ମୋସ ମିସାଇଲ୍‌

ଅତିରିକ୍ତ ସୁପରସୋନିକ୍‌ ବ୍ରହ୍ମୋସ ମିସାଇଲ୍‌ ପାଇଁ ବ୍ରହ୍ମୋସ ଏରୋସ୍ପେଶ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସହ ଚୁକ୍ତି କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ (dual role surface to surface BrahMos missile ) । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଅତିରିକ୍ତ ସୁପରସୋନିକ୍‌ ବ୍ରହ୍ମୋସ ମିସାଇଲ୍‌ ପାଇଁ ବ୍ରହ୍ମୋସ ଏରୋସ୍ପେଶ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସହ ଚୁକ୍ତି କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ (dual role surface to surface BrahMos missile) । ବାଏ ଇଣ୍ଡିଆନ କାଟାଗୋରୀରେ ଏହି ଚୁକ୍ତି କରାଯାଇଛି । ଏହି ଡୁଆଲ୍‌ ରୋଲ୍‌ ସୁପରସୋନିକ ମିସାଇଲ୍‌ ପାଇଁ ୧୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଭୂପୃଷ୍ଠରୁ ଭୂପୃଷ୍ଠକୁ ମାଡ଼ କରିବା ସହ ଏହା ଭୂପୃଷ୍ଠରୁ ଆକାଶକୁ ମାଡ଼ କରିବାରା କ୍ଷମତା ରଖିଛି ଏହି ମିସାଇଲ୍‌ ।

ଏହାକୁ ନେଇ ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି, "ଏହି ଡୁଆଲ୍‌ ରୋଲ୍‌ ସୁପରସୋନିକ ମିସାଇଲ୍‌ ଭାରତୀୟ ନୌସେନାରେ ସାମିଲ ହେବାପରେ ଏହାର ସାମରିକ କ୍ଷମତା ବୃଦ୍ଧି ପାଇବ ।"

ଭାରତ ଓ ଋଷିଆର ଏକ ମିଳିତ ମିସାଇଲ୍‌ ଉଦ୍ୟୋଗ ହେଉଛି ଏରୋସ୍ପେଶ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ( BAPL) । ଏହି କମ୍ପାନୀ ଦ୍ବାରା ବିକଶିତ ଡୁଆଲ୍‌ ରୋଲ୍‌ ସୁପରସୋନିକ ମିସାଇଲ୍‌ ବ୍ରହ୍ମୋସ । ଏହାର ରେଞ୍ଜ୍‌ ୨୯୦ କିମି ରହିଛି । ଶବ୍ଦର ଗତି ଭଳି ତିନି ଗୁଣା ଗତି ମାଡ଼ କରିବା କ୍ଷମତା ରଖିଛି ବ୍ରହ୍ମୋସ । ଏରୋସ୍ପେଶ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ବ୍ରହ୍ମୋସର ତିନିଟି ଭାରିଏଣ୍ଟ୍‌ ବିକଶିତ କରିଛି । ଗୋଟିଏ ୨୯୦ କିମି ରେଞ୍ଜ୍‌ ରହିଛି । ସେହିଭଳି ଅନ୍ୟ ଏକ ମିସାଇଲ୍‌ର ରେଞ୍ଜ୍‌ ୩୫୦ରୁ ୪୦୦ କିମି ରହିଛି । ତୃତୀୟ ଭାରିଆଣ୍ଟ୍‌ର ରେଞ୍ଜ୍‌ ୮୦୦ କିମି ରହିଛି । ଯାହା ବର୍ତ୍ତମାନ ବିକଶିତ ପର୍ଯ୍ୟାୟରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.