କାଶ୍ମୀର ପଣ୍ଡିତଙ୍କ ଘରକୁ ଆତଙ୍କବାଦୀ ବୋମାମାଡ, ମୃତାହତ ନେଇ ନାହିଁ ସୂଚନା

author img

By

Published : Aug 6, 2022, 7:12 PM IST

କାଶ୍ମୀର ପଣ୍ଡିତଙ୍କ ଘର ଉପରେ ଆତଙ୍କବାଦୀ ବୋମାମାଡ, କେହି ମୃତାହତ ନେଇ ନାହିଁ ସୂଚନା

କୁପଓ୍ବାଡାରେ କାଶ୍ମୀର ପଣ୍ଡିତଙ୍କ ଘରକୁ ଆତଙ୍କବାଦୀଙ୍କ ବୋମାମାଡ । ଏକାଧିକ ଘର କ୍ଷତିଗ୍ରସ୍ତ । କେହି ହୋଇନାହାନ୍ତି ମୃତାହତ । ସର୍ଚ୍ଚ ଅପରେସନ ଜାରି । ଅଧିକ ପଢନ୍ତୁ ।

ଶ୍ରୀନଗର: କାଶ୍ମୀରର କୁପଓ୍ବାଡା ଜିଲ୍ଲାରେ କାଶ୍ମୀର ପଣ୍ଡିତଙ୍କ ଘର ଉପରେ ବୋମାମାଡ କରିିଛନ୍ତି ଆତଙ୍କବାଦୀ । ଏଥିରେ ଏକାଧିକ ଘର କ୍ଷତିଗ୍ରସ୍ତ ହୋଇଛି । କିନ୍ତୁ କୌଣସି ବ୍ୟକ୍ତିବିଶେଷ ମୃତାହତ ହୋଇନଥିବା ଖବର ସମସ୍ତଙ୍କୁ ଆଶ୍ବସ୍ତ କରିଛି । ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ସନ୍ଦେହ କରାଯାଉଛି । ସୁରକ୍ଷାବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।

ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ସେନା ଓ ସ୍ଥାନୀୟ ପୋଲିସର ଟିମ । କିଛି ଦିନର ବ୍ୟବଧାନ ମଧ୍ୟରେ ଆତଙ୍କବାଦୀମାନେ ଏପରି କାଣ୍ଡ ଭିଆଇ ଘାଟିରେ ନିଜ ଉପସ୍ଥିତି ଜାହିର କରିଛନ୍ତି । ଗତ କିଛି ଦିନ ଧରି ଅଣ ସ୍ଥାନୀୟଙ୍କୁ କ୍ରମାଗତ ଆକ୍ରମଣ ଜାରି ରଖିଛନ୍ତି ଆତଙ୍କବାଦୀ । ଅନ୍ୟପଟେ ସୁରକ୍ଷା ବଳ ମଧ୍ୟ ଆତଙ୍କୀ ନିରୋଧୀ ଅପରେସନକୁ ଜୋରଦାର କରିଛି । ଇନପୁଟ ସୂଚନା ଆଧାରରେ କ୍ରମାଗତ ସର୍ଚ୍ଚ ଅପରେସନ ଓ ଏନକାଉଣ୍ଟର ମଧ୍ୟ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.