CDS Chopper Crash: ପାଗ ସାଜିଥିଲା ଖଳନାୟକ, ଯାନ୍ତ୍ରିକ ତ୍ରୁଟିକୁ ତଦନ୍ତ ରିପୋର୍ଟରେ ଖଣ୍ଡନ

author img

By

Published : Jan 14, 2022, 8:42 PM IST

CDS Helicopter Crash

ତ୍ରି-ସେନାର ତଦନ୍ତ ରିପୋର୍ଟ ଅନୁସାରେ ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସମେତ 14 ଜଣଙ୍କ ନିଧନ ହେଲିକପ୍ଟର ଦୁର୍ଘଟଣା ପାଇଁ ହୋଇଥିଲା । ଏହି ଦୁଃଖଦ ଦୁର୍ଘଟଣାରେ କୌଣସି ଯାନ୍ତ୍ରିକ ତୃଟି ନଥିଲା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ତ୍ରି-ସେନାର ମିଳିତ ତଦନ୍ତ ରିପୋର୍ଟ ଅନୁସାରେ ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତ (CDS General Bipin Rawat) ଙ୍କ ସମେତ 14 ଜଣଙ୍କ ନିଧନ ହେଲିକପ୍ଟର ଦୁର୍ଘଟଣା ପାଇଁ ହୋଇଥିଲା । ଏହି ଦୁଃଖଦ ଦୁର୍ଘଟଣାରେ କୌଣସି ଯାନ୍ତ୍ରିକ ତୃଟି ନଥିଲା । ବଂର ସେଦିନ ପାଣିପାଗ ହିଁ ସାଜିଥଲା ଦୁର୍ଘଟଣାର ଖଳନାୟକ ବୋଲି ପ୍ରାଥମିକ ରିପୋର୍ଟରେ ପ୍ରକାଶ ପାଇଛି ।

CDS ଙ୍କ ହେଲିକେପ୍ଟର ଦୁର୍ଘଟଣାକୁ ନେଇ ବାୟୁସେନା ଦେଇଥିବା କୋର୍ଟ ଅଫ ଇନକ୍ବାରୀର ପ୍ରାଥମିକ ରିପୋର୍ଟରୁ ଏଭଳି ତଥ୍ୟ ସାମନାକୁ ଆସିଛି । ସିଡିଏସ ଜେନେରାଲ ବିପିନ ରାୱତ ଯେଉଁ ହେଲିକପ୍ଟରରେ ଯାତ୍ରା କରୁଥିଲେ ତାହା ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଅତ୍ୟାଧୁନିକ ଥିଲା । ଯାତ୍ରା ପୂର୍ବରୁ ଓ ଯାତ୍ରା ବେଳେ କୌଣସି ଯାନ୍ତ୍ରିକ ତୃଟି ହୋଇନଥିଲା । କିମ୍ବା କୌଣସି ପ୍ରକାରର ବାହ୍ୟ ଶତୃର ଷଡଯନ୍ତ୍ର କିମ୍ବା ଅବହେଳା କି ଅର୍ନ୍ତଘାତୀ କାର୍ଯ୍ୟ ହୋଇନଥିଲା । ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । ହଠାତ ପାଗ ପରିବର୍ତ୍ତନ ହୋଇଯିବାରୁ ପାଇଲଟ ସମସ୍ୟାରେ ପଡିଯାଇଥିଲେ । ହେଲିକପ୍ଟର ବାଦଲରେ ଫସି ପାହାଡରେ ଧକ୍କା ହୋଇଥିଲା । ଯଦ୍ବାରା ଏହି ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣା ଘଟିଥିଲା ।

ବାୟୁସେନାର ଦେଇଥିବା କୋର୍ଟ ଅଫ ଇନକ୍ବାରୀ ଟିମ ଘଟଣାର ସମସ୍ତ ସମ୍ଭାବ୍ୟ ଆକ୍ରମଣ, ଷଡଯନ୍ତ୍ର ଦିଗକୁ ତନ୍ନ ତନ୍ନ କରି ଯାଞ୍ଚ କରିଛି । ଏହାସହ ଆବଶ୍ୟକୀୟ ଲୋକଙ୍କୁ ଜେରା କରିଛି। ଏତତ ବ୍ୟତୀତ ବ୍ଲାକବକ୍ସ ଓ ହେଲିକପ୍ଟରର ବିଭିନ୍ନ ଭଗ୍ନାଶଂକୁ ମଧ୍ୟ ଯାଞ୍ଚ କରି ସମସ୍ତ ତଥ୍ୟକୁ ସମୀକ୍ଷା କରିଛି ।

ବାୟୁସେନା ପ୍ରମୁଖ ଏୟାର ମାର୍ଶଲ ବିଆର ଚୌଧୁରୀ, ଏୟାର ମାର୍ଶଲ ମାନବେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ହୋଇଥିବା ତ୍ରି-ସେନାସ୍ତରୀୟ ତଦନ୍ତର ଫଳାଫଳ ସମ୍ପର୍କରେ ସୂଚନା ଦେଇଛନ୍ତି । ତଦନ୍ତ ରିପୋର୍ଟ ପ୍ରଥମେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଗତ 5 ଜାନୁୟାରୀରେ ପ୍ରଦାନ କରାଯାଇଛି । ଯେଉଁଥିରେ ଦର୍ଶାଯାଇଛି କି ହେଲିକପ୍ଟର ପାଇଲଟଙ୍କ ପୁରା ନିୟନ୍ତ୍ରଣରେ ଥିଲେ ମଧ୍ୟ ପାଗ ପରିବର୍ତ୍ତନ ପାଇଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ସୂଚନାଯୋଗ୍ୟ ଗତ ବର୍ଷ ଡିସେମ୍ବର 8 ରେ ସିଡିଏସ ଜେନେରାଲ ବିପିନ ରାୱତ ତାଙ୍କ ପତ୍ନୀ ମଧୁଳିକା ରାୱତ ଓ ଅନ୍ୟ 12 ଜଣ ସେନା ଅଧିକାରୀ ସୁଲୁର ଏୟାର ବେସରୁ ୱେଲିଂଟନ ଏୟାର ଡିଫେନ୍ସ କଲେଜ ଯିବାବେଳେ କୁନ୍ନୁର ନୀଳଗିର ଅଞ୍ଚଳରେ ହେଲିକପ୍ଟର Mi17V5 ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ୧୪ ଜଣଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ହୋଇଥିଲା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.