ମେହବୁବା ମୁଫତି ଗୃହବନ୍ଦୀ ! ନିଜେ କଲେ ଟ୍ବିଟ

author img

By

Published : Oct 5, 2022, 1:09 PM IST

ମେହେବୁବା ମୁଫତି ଗୃହବନ୍ଦୀ ! ନିଜେ କଲେ ଟ୍ବିଟ

ମେହବୁବା ମୁଫତି ଗୃହବନ୍ଦୀ ଖବରକୁ ନେଇ ସ୍ପଷ୍ଟୀକରଣ ରଖିଲା କାଶ୍ମୀର ପୋଲିସ । କହିଲା ସେମିତି କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନି । ପୋଲିସ ଓ ପ୍ରଶାସନକୁ ଦାୟୀ କରି ପୁଣି ସମାନ ଅଭିଯୋଗ ଆଣିଲେ ମୁଫତି (Mehbooba says under house arrest )। ଅଧିକ ପଢନ୍ତୁ

ଶ୍ରୀନଗର: ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ସ୍ଥାନୀୟ ପୋଲିସ ଓ ପ୍ରଶାସନ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ତାଙ୍କୁ ପୋଲିସ ଗୃହବନ୍ଦୀ କରି ରଖିଥିବା ସେ ଅଭିଯୋଗ କରିଛନ୍ତି (Mehbooba says under house arrest )। ସ୍ଥାନୀୟ ବାରମୁଲ୍ଲା ପୋଲିସ ମୁଫତିଙ୍କ ଅଭିଯୋଗରେ ପ୍ରତିକ୍ରିୟା ରଖି ଏପରି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ସ୍ପଷ୍ଟ କରିଥିଲେ ସୁଦ୍ଧା ମୁଫତି କିନ୍ତୁ ପୁଣି ସମାନ ଅଭିଯୋଗକୁ ଦୋହରାଇଛନ୍ତି । ତାଙ୍କୁ ତାଙ୍କ ବାସଭବନରେ ଗୃହବନ୍ଦୀ ରଖାଯାଇଥିବା ସହ ତାଙ୍କ ବାସଭବନ ଗେଟରେ ପୋଲିସ ତାଲା ପକାଇଥିବା ମଧ୍ୟ ମୁଫତି ଅଭିଯୋଗ କରିଛନ୍ତି ।

  • I was informed last night by SP Baramulla @bhatray that I wouldn’t be allowed to travel to Pattan. Today @JmuKmrPolice have themselves locked my gates from inside & are now lying through their teeth. Sad that law enforcement agencies are brazenly trying to cover up their tracks. https://t.co/1giIjfy0eE

    — Mehbooba Mufti (@MehboobaMufti) October 5, 2022 " class="align-text-top noRightClick twitterSection" data=" ">

ମୁଫତି କହିଛନ୍ତି, ଗତକାଲି ରାତିରେ ସେ ସ୍ଥାନୀୟ ବାରମୁଲ୍ଲା ଏସପିଙ୍କ ନିକଟରୁ ଏସମ୍ପର୍କିତ ଏକ ଫୋନ କଲ ପାଇଥିଲେ । ସେଥିରେ ତାଙ୍କୁ ଗୃହବନ୍ଦୀ କରାଯାଉଥିବା ଏସପି କହିବା ସହ ସେ ବାରମୁଲ୍ଲାର ପଟ୍ଟନକୁ ଯାଇପାରିବେ ନାହିଁ ବୋଲି ମଧ୍ୟ ସୂଚନା ଦେଇଥିଲେ । ପୋଲିସ ହିଁ ତାଙ୍କ ବାସଭନର ମୁଖ୍ୟ ଫାଟକରେ ତାଲା ପକାଇଥିବା ମୁଫତି କହିଛନ୍ତି । ସ୍ଥାନୀୟ ପୋଲିସ ମୁଫତିଙ୍କ ଅଭିଯୋଗକୁ ଖଣ୍ଡନ କରିବା ସେପରି କିଛି ହୋଇନଥିବା ଓ ସମସ୍ତେ ସମସ୍ତ କାର୍ଯ୍ୟ କରିବା ପାଇଁ ସ୍ବାଧୀନ ବୋଲି ମଧ୍ୟ ସ୍ପଷ୍ଟୀକରଣ ରଖିଥିଲେ (Mehbooba says under house arrest)। ତାଙ୍କ ଗେଟରେ ପୋଲିସ ତାଲା ପକାଇନାହିଁ ଓ ଏହା ହୁଏତ ତାଙ୍କ ଦ୍ବାରା କିମ୍ବା ସ୍ଥାନୀୟ ଲୋକଙ୍କ ଦ୍ବାରା କରାଯାଇଥିବା ପୋଲିସ କହିଛି । ଆଜି ମୁଫତି ପୋଲିସ ପ୍ରଶାସନ ଉପରେ ପାଲଟା ଅଭିଯୋଗ ଆଣିବା ସହ ସରକାରୀ ସଂସ୍ଥାଗୁଡିକ ଦିଗହରା ହୋଇ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପାଇଁ କାର୍ଯ୍ୟ କରୁଥିବା କହିଛନ୍ତି ।

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ମେହବୁବା ମୁଫତି ବହୁବାର ଗୃହବନ୍ଦୀ ମଧ୍ୟ ହୋଇ ସାରିଛନ୍ତି । ଘାଟିରୁ ଧାରା 370 ଓ ଅନୁଚ୍ଛେଦ 35 (କ) ଉଚ୍ଛେଦ ବେଳେ ମଧ୍ୟ ମେହବୁବାଙ୍କ ସମେତ ଘାଟିର ବହୁ ନେତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା । ଏମାନଙ୍କ ମଧ୍ୟରେ ମୁଫତିଙ୍କ ସହ ଏନସି ମୁଖ୍ୟ ଫାରକ ଅବଦୁଲ୍ଲା ଓ ଅନ୍ୟ କିଛି ବିଚ୍ଛିନ୍ନତାବାଦୀ ନେତା ମଧ୍ୟ ରହିଥିଲେ । ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହେବା ଆଶଙ୍କା ଥିବାରୁ ଏପରି କରାଯାଇଥିବା ପୋଲିସ କହିଥିଲା । ତେବେ ବର୍ତ୍ତମାନ ସମୟରେ ସେପରି କିଛି ହୋଇନଥିବା ପୋଲିସ ପ୍ରଶାସନ ସ୍ପଷ୍ଟ କରିଥିଲେ ସୁଦ୍ଧା ମୁଫତି ବାରମ୍ବାର ଏପରି ଅଭିଯୋଗ କରୁଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.