ହଠାତ ଆସାମ ଓ ଉତ୍ତରପୂର୍ବ ରାଜ୍ୟ ମୁହାଁ ମାଓ ସଂଗଠନ, କାରଣ ପଛରେ ରହିଛି ଭୟଙ୍କର ଷଡଯନ୍ତ୍ର

author img

By

Published : Sep 21, 2022, 6:55 PM IST

Updated : Sep 21, 2022, 7:29 PM IST

ଆସାମ ଓ ଉତ୍ତରପୂର୍ବରେ ସଂଗଠନ ମଜବୁତ କରୁଛନ୍ତି ମାଓବାଦୀ

ଆସାମ ଓ ଉତ୍ତରପୂର୍ବ ରାଜ୍ୟରେ ସଂଗଠନ ମଜବୁତ କରୁଛନ୍ତି ମାଓବାଦୀ । ଛତିଶଗଡ, ବିହାର, ଝାଡଖଣ୍ଡ ଓ ଆନ୍ଧ୍ରପ୍ରଦେଶ ଜଙ୍ଗଲ ଛାଡି ସେମାନେ ଏବେ ଉତ୍ତରପୂର୍ବ ମୁହାଁ ହୋଇଥିବା NIA ରିପୋର୍ଟରୁ ଜଣାପଡିଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ/କୋଲକାତା/ଗୌହାଟୀ: ପଶ୍ଚିମବଙ୍ଗରୁ ବରିଷ୍ଠ ମାଓନେତା ସମ୍ରାଟ ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି । ଏହି ବରିଷ୍ଠ ମାଓନେତାଙ୍କ ଗିରଫଦାରୀ ସମ୍ପ୍ରତି ସୁରକ୍ଷା ବ୍ୟବସ୍ଥା ପାଇଁ ସତର୍କ ଘଣ୍ଟି ବଜାଇଛି । ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ଦାବି କରିଛି ଯେ, ଛତିଶଗଡ, ବିହାର, ଝାଡଖଣ୍ଡ, ଓଡିଶା ଏବଂ ଆନ୍ଧ୍ରପ୍ରଦେଶରେ ମାଓ ବିରୋଧି ଅଭିଯାନ ଯୋଗୁଁ ଏବେ ମାଓବାଦୀମାନେ ଏହିସବୁ ରାଜ୍ୟର ଜଙ୍ଗଲ ଛାଡି ଅନ୍ୟତ୍ର ଠିକଣା ସନ୍ଧାନରେ ରହିଛନ୍ତି । ଏଠାରୁ ସେମାନେ ମୁଖ୍ୟତଃ ଆସାମ ଏବଂ ଅନ୍ୟ ଉତ୍ତରପୂର୍ବ ରାଜ୍ୟଗୁଡିକୁ ନିଜ ଠିକଣା ବଦଳାଇବାକୁ ଉଦ୍ୟମ କରୁଛନ୍ତି । ଯେଉଁ କାରଣରୁ ଆସାମ ଏବଂ ଏହାର ଆଖପାଖ ଅଞ୍ଚଳରେ ମାଓ ଗତିବିଧି ଦିନକୁ ଦିନ ବଢୁଥିବାର ନଜରକୁ ଆସୁଛି । ତେବେ ମାଓବାଦୀ ଆସାମ ଏବଂ ଉତ୍ତରପୂର୍ବ ରାଜ୍ୟରେ ପାଦ ଥାପିବାରେ ସକ୍ଷମ ହେଲେ ଭାରତକୁ ଏକାସାଙ୍ଗରେ ମାଓବାଦୀ ଏବଂ ଆତଙ୍କବାଦୀଙ୍କୁ ସାମ୍ନା କରିବାକୁ ପଡିପାରେ ବୋଲି ଇଟିଭି ଭାରତକୁ କହିଛନ୍ତି ଗୃହ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ।

ଆସାମ ଓ ଉତ୍ତରପୂର୍ବରେ ସଂଗଠନ ମଜବୁତ କରୁଛନ୍ତି ମାଓବାଦୀ
ଆସାମ ଓ ଉତ୍ତରପୂର୍ବରେ ସଂଗଠନ ମଜବୁତ କରୁଛନ୍ତି ମାଓବାଦୀ

ସୋମବାର ରାତିରେ ପଶ୍ଚିମବଙ୍ଗ ଅନ୍ତର୍ଗତ ଉତ୍ତର 24 ପ୍ରଗଣା ଜିଲ୍ଲାର କଲ୍ୟାଣି ଏକ୍ସପ୍ରେସ ୱେରୁ ମାଓନେତା ସମ୍ରାଟ ଚକ୍ରବର୍ତ୍ତୀଙ୍କ ଗିରଫଦାରୀ ଏବଂ ଗତ କିଛି ମାସ ମଧ୍ୟରେ ଜାତୀୟ ତଦନ୍ତକାରୀ ଏଜେନ୍ସିଂ ଦ୍ବାରା ହୋଇଥିବା ନାନା ଗିରଫ ଘଟଣାମାନ ମାଓ ଗତିବିଧିକୁ ବଢାଇଛି । ବିଶେଷକରି ମାଓବାଦୀମାନେ ଆସାମର ବାରକ ଭ୍ୟାଲି ଜିଲ୍ଲା ସମେତ କଚାର ଏବଂ କରିମଗଞ୍ଜ ଜିଲ୍ଲାରେ ନିଜ ବେସ୍ ତିଆରି କରିବାକୁ ପ୍ରଚେଷ୍ଟା କରୁଥିବାର ଖବର ମିଳିଛି । ସେମାନେ ଆସାମ ଦେବ୍ରୁଗଡ, ଗୋଲାଘାଟ ପ୍ରମୁଖ ପାହାଡି ଇଲାକାରେ ମଧ୍ୟ ଡେରା ପକାଇବାକୁ ଉଦ୍ୟମ କରୁଛନ୍ତି । ଯାହାକି NIA ପକ୍ଷରୁ ଗୃହ ମନ୍ତ୍ରଣାଳୟ ନିକଟରେ ଦାଖଲ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ।

ଏହି ଘଟଣା ଚଳିତ ବର୍ଷ ମାର୍ଚ୍ଚରେ ସାମ୍ନାକୁ ଆସିଥିଲା, ଯେତେବେଳେ NIA ସିପିଆଇ(ମାଓବାଦୀ) ନେତା ତଥା ଏହାର ସେଣ୍ଟ୍ରାଲ କମିଟି ସଦସ୍ୟ ଥିବା ଅରୁଣ କୁମାରଙ୍କୁ ଗିରଫ କରିଥିଲା । ଆସାମ ସ୍ଥିତ କଚାର ଜିଲ୍ଲାର କଞ୍ଚନ ଦା' ଭାବେ ଜଣାଶୁଣା ଅରୁଣ ଗତ ମାର୍ଚ୍ଚ ୬ରେ ଏକ ଚା' ବଗିଚା ଭିତରୁ ଗିରଫ ହୋଇଥିଲେ । ତାଙ୍କ ସହଯୋଗୀ ଆକାଶ ଓରାଙ୍ଗ ଓରଫ୍ ରାହୁଲ ମଧ୍ୟ ଏକାଠି ଧରାପଡିଥିଲା ।

ଏହାମଧ୍ୟ ପଢନ୍ତୁ: ଯୁଦ୍ଧ ବନ୍ଦ ପାଇଁ ମୋଦିଙ୍କ ମନ୍ତବ୍ୟକୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପ୍ରଶଂସା

ଆସାମ ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ଅରୁଣ ମାଓ ସଂଗଠନରେ ସ୍ଥାନୀୟ ଯୁବକଙ୍କୁ ଭର୍ତ୍ତି କରିବା ସହ ଅସ୍ତ୍ରଶସ୍ତ୍ର କ୍ରୟ କରୁଥିଲେ । ତାଙ୍କ ନିକଟରୁ ପୋଲିସ ଗୋଟିଏ ଲ୍ୟାପଟପ୍, ମୋବାଇଲ ଫୋନ, ବିପୁଳ ପରିମାଣ ଦସ୍ତାବିଜ୍ ଜବତ କରିଥିଲା । କଞ୍ଚନ ଦା'ଙ୍କ ଗିରଫଦାରୀ ଉତ୍ତରପୂର୍ବ ଭାରତରେ ମାଓ ଗତିବିଧି ସଂପ୍ରସାରଣର ପର କାଟିବା ଭଳି ଥିଲା ବୋଲି ଦାବି କରିଥିଲା ପୋଲିସ । ଏପରିସ୍ଥଳେ ସୋମବାର ପଶ୍ଚମବଙ୍ଗରୁ NIA ଦ୍ବାରା ଆଉ ଜଣେ ବରିଷ୍ଠ ମାଓନେତାଙ୍କ ଗିରଫଦାରୀ ଦେଶରେ ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ସନ୍ଦେହକୁ ଦୃଢୀଭୂତ କରିଛି । ବିଶେଷଭାବେ ଆସାମ ଓ ଅନ୍ୟ ଉତ୍ତରପୂର୍ବ ରାଜ୍ୟରେ ମାଓବାଦୀମାନେ ଆଡ୍ଡା ଜମାଇବାକୁ ଏବଂ ସଂଗଠନକୁ ମଜବୁତ କରିବା ଦିଗରେ କାର୍ଯ୍ୟ କରୁଥିବାର NIA କହିଛି ।

ତେବେ ଏହାକୁ ନେଇ ଗୃହ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଇଟିଭି ଭାରତକୁ କହିଛନ୍ତି, ''ମାଓ ମୁକାବିଲା ଦିଗରେ ସେମାନେ ଆସାମ ସରକାରଙ୍କ ସହ ନିୟମିତ ସମ୍ପର୍କରେ ଅଛନ୍ତି । ଉତ୍ତରପୂର୍ବ ରାଜ୍ୟରେ ମାଓ ଗତିବିଧ ବଢିବା ଏକ ବିପଦସଙ୍କେତ କାରଣ ଏଠାରୁ ସେମାନେ ପଡୋଶୀ ଦେଶକୁ ସହଜରେ ପହଞ୍ଚି ପାରିବେ । ଯାହାକି ସେମାନଙ୍କ କାର୍ଯ୍ୟକୁ ଅତି ସହଜ କରିଦେବ । ତେଣୁ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି ।''

Last Updated :Sep 21, 2022, 7:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.