ବିଜେପି ମୁଖ୍ୟାଳୟରେ ଭୂତାଣୁ ଆତଙ୍କ, ୪୧ ସଂକ୍ରମିତ ଚିହ୍ନଟ

author img

By

Published : Jan 13, 2022, 11:03 AM IST

ବିଜେପି ମୁଖ୍ୟାଳୟରେ ଭୂତାଣୁ ଆତଙ୍କ, ୪୧ ସଂକ୍ରମିତ ଚିହ୍ନଟ

ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ କୋରୋନା ଆତଙ୍କ । ଏଠାରେ ୪୨ ଜଣ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବିଜେପି ମୁଖ୍ୟାଳୟ( BJP headquarters)ରେ ପଶିଲା ଭୂତାଣୁ । ଦିଲ୍ଲୀସ୍ଥିତ ଭାରତୀୟ ଜନତା ପାର୍ଟି ମୁଖ୍ଯାଳୟରେ ପ୍ରାୟ ୪୨ ଜଣ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି(42 people tested positive for Covid at BJP headquarters) । ଆକ୍ରାନ୍ତଙ୍କ ମଧ୍ୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମେତ ସୁରକ୍ଷା ଦାୟିତ୍ବରେ ଥିବା କିଛି କର୍ମଚାରୀ ରହିଛନ୍ତି । ସୋମବାର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ବିଜେପିର କୋର କମିଟି ବୈଠକ ପୂର୍ବରୁ ସମସ୍ତଙ୍କ କୋରୋନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୪୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ସମସ୍ତ ଆକ୍ରାନ୍ତ ଏବେ ଆଇସୋଲେସନରେ ଅଛନ୍ତି ।

ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କୋରୋନା ସଂକ୍ରମିତ ହୋଇଥିଲେ । ସେହିପରି ଗତ ୯ ତାରିଖ ଦିନ ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କ ରିପୋର୍ଟ ପଜିଟିଭ ଆସିଥିବା ସେ ଜଣାଇଥିଲେ । ଜାନୁୟାରୀ ୪ରେ ବିଜେପି ନେତା ମନୋଜ ତିୱାରୀ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗତ କିଛି ଦିନ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ମଧ୍ୟ କୋରୋନା ଆକ୍ରାନ୍ତ ହୋଇଛନ୍ତି ।

ଆସାମ ରାଜ୍ୟପାଳ ଜଗଦୀଶ ମୁଖି(Jagdish Mukhi tests COVID positive) ମଧ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି । ବୁଧବାର ତାଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । ସେ ସଂକ୍ରମିତ ଥିବା ଜଣାପଡିବା ପରେ ବୁଧବାର ସନ୍ଧ୍ୟାରେ ମୁଖିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା ସୂଚନା ମିଳିଛି । ମୁଖି ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ରିପୋର୍ଟ ନେଗେଟିଭ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.