ମଝି ନଦୀରେ ଡଙ୍ଗାରେ ଫାଟିଲା ସିଲିଣ୍ଡର, ୫ ମୃତ

author img

By

Published : Aug 6, 2022, 7:12 PM IST

Etv Bharatମଝି ନଈରେ ଡଙ୍ଗାରେ ଫାଟିଲା ସିଲିଣ୍ଡର, ୫ମୃତ

ବେଇଆନ ବାଲି ଉଠାଣ ବେଳେ ମଝି ନଦୀରେ ଡଙ୍ଗାରେ ଫାଟିଲା ସିଲିଣ୍ଡର । ଜଳିଗଲେ ୫ ଶ୍ରମିକ । ଅନ୍ୟ କିଛି ଶ୍ରମିକ ଗୁରୁତର ହୋଇଥିବା ଆଶଙ୍କା । ପୋଲିର ତଦନ୍ତ ଆରମ୍ଭ । ବିହାରରେ ଘଟିଛି ଘଟଣା । ଅଧିକ ପଢନ୍ତୁ

ପାଟନା: ବିହାରର ପାଟନା ସହର ନିକଟବର୍ତ୍ତୀ ଦାନାପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ନଦୀ ମଝିରେ ଡଙ୍ଗାରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବା ଫଳରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ନଦୀରୁ ବେଆଇନ ଭାବେ ବାଲି ଉଠାଣରେ ବ୍ୟବହୃତ ହେଉଥିବା ଏହି ଡାଙ୍ଗାର ରୋଷେଇ ଚାଲିଥିବା ବେଳେ ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ଘଟିଛି । ଦୁର୍ଘଟଣା ପରେ ସ୍ଥାନୀୟ ପୋଲିସ ଓ ପ୍ରାଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ମଝି ନଈରେ ଡଙ୍ଗାରେ ଫାଟିଲା ସିଲିଣ୍ଡର, ୫ମୃତ

ପ୍ରାଥମିକ ଭାବେ ମିଳିଥିବା ସୂଚନା ଅନୁସାରେ, ଉକ୍ତ ବାଲିଘାଟରେ ଦୀର୍ଘଦିନ ହେବ ବେଇଆନ ଭାବେ ଡଙ୍ଗାରେ ବାଲି ଉଠାଣ ଓ ଚାଲାଣ ହେଇଆସୁଥିଲା । ତେବେ ଆଜି ଏକ ବାଲି ବୋଝେଇ ଡଙ୍ଗା ମଝି ନଦୀରେ ଯାତ୍ରା କରୁଥିବା ବେଳେ ହଠାତ ସେଥିରେ ରୋଷେଇ ପାଇଁ ରଖାଯାଇଥିବା ସିଲିଣ୍ଡରରେ ବିସ୍ଫୋରଣ ହୋଇଥିଲା । ଏହି ଡଙ୍ଗାରେ ପ୍ରାୟ ୨୦ କିମ୍ବା ତଦୁର୍ଦ୍ଦ୍ବ ଶ୍ରମିକ କାର୍ଯ୍ୟରତ ଥିବା ଅନୁମାନ କରାଯାଉଛି । ୫ ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଥିବା ବେଳେ ଅନ୍ୟ କିଛି ମଧ୍ୟ ଗୁରୁତର ହୋଇଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.