Delhi liquor Scam: ପୁଣି ବଢିଲା ସିସୋଦିଆଙ୍କ ରିମାଣ୍ଡ ଅବଧି

author img

By

Published : Mar 17, 2023, 4:56 PM IST

Manish sisodiya Ed remand

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବଢିଲା ରିମାଣ୍ଡ ଅବଧି । ଇଡି ଆଉ ୫ଦିନ ପାଇଁ ସିସୋଦିଆଙ୍କୁ ରିମାଣ୍ଡରେ ନେଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବଢିଲା ରିମାଣ୍ଡ ଅବଧି । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆଉ ୫ ଦିନ ଲାଗି ତାଙ୍କୁ ରିମାଣ୍ଡରେ ନେବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ପୂର୍ବରୁ ରାଉଜ ଆଭେନ୍ୟୁ କୋର୍ଟରେ ଇଡି ୧୦ ଦିନ ଲାଗି ରିମାଣ୍ଡ ଦାବି କରିଥିବା ବେଳେ କୋର୍ଟ ଆଜି ଯାଏଁ ରିମାଣ୍ଡ ଲାଗି ଅନୁମତି ଦେଇଥିଲେ । ଆଜି ରିମାଣ୍ଡ ଶେଷ ହେବା ପୂର୍ବରୁ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଆଜି ଇଡି ୭ ଦିନ ରିମାଣ୍ଡ ଦାବି କରିଥିବା ବେଳେ କୋର୍ଟ ୫ଦିନ ଲାଗି ଅନୁମତି ଦେଇଛନ୍ତି ।

ଇଡିର କହିବାନୁସାରେ ସିସୋଦିଆଙ୍କୁ ଅଧିକ ପଚରାଉଚରା କରି ଆହୁରି ଅନେକ ପ୍ରମାଣ ସଂଗ୍ରହ କରିବାର ଅଛି । ଏଥିଲାଗି ଆଉ ୭ ଦିନ ରିମାଣ୍ଡ ଆବଶ୍ୟକ । ହେଲେ କୋର୍ଟ ୫ ଦିନ ରିମାଣ୍ଡରେ ନେବା ଲାଗି ଅନୁମତି ଦେଇଛନ୍ତି । ଅନ୍ୟପଟେ ସିସୋଦିଆଙ୍କ ଆଇନଜୀବୀ ଇଡିର ୧୧ ଘଣ୍ଟା ଜେରା ଉପରେ ଆପତ୍ତି ଉଠାଇଥିବା ଦେଖିବାକୁ ମିଳିଥିଲା । ଇଡି ପକ୍ଷରୁ ଆଇନଜୀବୀ ଜୋହେବ ହୁସେନ ଦସ୍ତାବିଜ କୋର୍ଟରେ ଦାଖଲ କରିଥିବା ବେଳେ ସିସୋଦିଆଙ୍କ ପକ୍ଷରୁ ୩ଜଣ ବରିଷ୍ଠ ଆଇନଜୀବୀ ଦୟା କୃଷ୍ଣନ, ରୋହିତ ମାଥୁର ଓ ସିଦ୍ଧାର୍ଥ ଅଗ୍ରୱାଲ ଦସ୍ତାବିଜ ଦାଖଲ କରିଥିଲେ ।

ଏହା ବି ପଢନ୍ତୁ- Delhi Liquor Scam: 17 ଯାଏଁ ED ରିମାଣ୍ଡରେ ଗଲେ ସିସୋଦିଆ

ଇଡି ପକ୍ଷରୁ ଆଇନଜୀବୀ ହୁସେନ ଦିଲ୍ଲୀ ଅବକାରୀ ନୀତି ମାମଲାରେ ତତ୍କାଳୀନ ଅବକାରୀ କମିଶନର ଆରବ ଗୋପି କୃଷ୍ଣାଙ୍କ ଭୂମିକା ଓ ଏଥିରେ ସିସୋଦିଆଙ୍କ ସମ୍ପୃକ୍ତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସମୟରେ ଅଧିକ ପଚରାଉଚରା ଲାଗି ଆଉ ୭ ଦିନ ରିମାଣ୍ଡ ଲାଗି କୋର୍ଟଙ୍କ ଅନୁମତି ଲୋଡ଼ିଥିଲେ । ତଦନ୍ତକାରୀ ଏଜେନ୍ସି କହିଛି ଯେ ପଚରାଉଚରା ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି । ଇଡି ସିସୋଦିଆଙ୍କୁ ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ଗିରଫ କରିଥିଲା । ଅନ୍ୟପଟେ ଏହି ମାମଲାରେ ସିସୋଦିଆ ସିବିଆଇ ଦ୍ବାରା ଗିରଫ ହୋଇଥିବା ବେଳେ ତିହାର ଜେଲରେ ନ୍ୟାୟିକ ହେପାଜତରେ ରହିଛନ୍ତି ।

ସୂଚନା ଥାଉ କି ଗତ ୧୧ ତାରିଖରେ ସିସୋଦିଆଙ୍କୁ କୋର୍ଟରେ ହାଜର କରିଥିଲା ଇଡି । ଏହି ଦିନ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣିକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା । କୋର୍ଟ ୨୧ ତାରିଖକୁ ଏହାର ଶୁଣାଣି ତାରିଖ ଘୁଞ୍ଚାଇଥିଲେ । ଦିଲ୍ଲୀ ଅବକାରୀ ନୀତିରେ କିଛି ଘନିଷ୍ଠ ବନ୍ଧୁଙ୍କୁ ଲାଭାନ୍ବିତ କରିବା ଲାଗି ସିସୋଦିଆ ବାରମ୍ବାର ନୀତିରେ ପରିବର୍ତ୍ତନ କରିଆସୁଥିଲେ । ଏହାର ତଥ୍ୟ ପ୍ରମାଣକୁ ନଷ୍ଟ କରିବା ଲାଗି ଏକ ବର୍ଷ ମଧ୍ୟରେ ପ୍ରାୟ ୧୪ଥର ମୋବାଇଲ ବଦଳାଇଥିବା କୋର୍ଟରେ ଇଡି କହିଥିଲା । ଏହି ମାମଲାରେ ଇଡି ଏଯାବତ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ ସିବିଆଇ ୪ଜଣଙ୍କୁ ଗିରଫ କରିଛି । ଇଡି ପୂର୍ବରୁ ଆପ ମନ୍ତ୍ରୀ ସତ୍ୟୈନ୍ଦ୍ର ଜୈନଙ୍କୁ ମନି ଲଣ୍ଡରିଂ ମାମଲାରେ ଗରିଫ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.