Maharashtra Political Crisis: ମେରେ କିନାରେ ଘର ମତ ବସା ଲେନା, କ୍ୟୁଁ କି

author img

By

Published : Jun 23, 2022, 8:51 PM IST

ମେରେ କିନାରେ ଘର ମତ ବସା ଲେନା, କ୍ୟୁଁ କି

ପୁରା ଶକ୍ତିରେ ଶିବସେନାକୁ ଫ୍ରଣ୍ଟଫୁଟକୁ ଆଣିବା ପାଇଁ ଉଦ୍ଧବ-ସଞ୍ଜୟ (UddhavThackeray Sanjay Raut) ଯୋଡି ଡିଫେନ୍ସ ଜାରି ରଖିଛନ୍ତି । କୌଣସି ମତେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ରାଜ୍ୟ କଂଗ୍ରେସ ଶାଖା ନିଜ ଉପସ୍ଥିତି ଜାରି ରଖିଛି । ରାଷ୍ଟ୍ରବାଦୀ କଂଗ୍ରେସ (Nationalist Congress Party) ମୁଖ୍ୟ ଶରଦ ପାୱାର (Sharad Pawar) ମଧ୍ୟ ନିଜ ଅବଗଣନା ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଚ୍ର(Maharashtra Political Crisis) ମହାନାଟକ ମଧ୍ୟାନ୍ତରେ ପହଞ୍ଚିଛି । ଆଉ କିଛି ଦିନ ମଧ୍ୟରେ ଏହା ସମାପ୍ତ ହୋଇପାରେ । ସମୟ ଯେତେ ଗଡୁଛି ସେତେ ନୂଆ ନୂଆ ଚରିତ୍ର ଓ ଚିତ୍ର ସାମନାକୁ ଆସୁଛନ୍ତି । ସମସ୍ତ ଦଳ ନିଜ ନିଜ ସ୍ତରରେ ରଣନୀତି ଶାଣିତ କରୁଛନ୍ତି । ପୁରା ଶକ୍ତିରେ ଶିବସେନାକୁ ଫ୍ରଣ୍ଟଫୁଟକୁ ଆଣିବା ପାଇଁ ଉଦ୍ଧବ-ସଞ୍ଜୟ (UddhavThackeray Sanjay Raut) ଯୋଡି ଡିଫେନ୍ସ ଜାରି ରଖିଛନ୍ତି । କୌଣସି ମତେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ରାଜ୍ୟ କଂଗ୍ରେସ ଶାଖା ନିଜ ଉପସ୍ଥିତି ଜାରି ରଖିଛି । ରାଷ୍ଟ୍ରବାଦୀ କଂଗ୍ରେସ (Nationalist Congress Party) ମୁଖ୍ୟ ଶରଦ ପାୱାର (Sharad Pawar) ମଧ୍ୟ ନିଜ ଅବଗଣନା ଆରମ୍ଭ କରିଛନ୍ତି । କେଉଁଠି କ୍ଷତି କେଉଁଠି ଲାଭ ପୁରା ହିସାବ କିତାବରେ ଅଛନ୍ତି ପାୱାର ସାହେବ । ସ୍ଥିତି ଦେଖି ଯେକୌଣିସ ବଡ ନିଷ୍ପତ୍ତି ନେବାରେ ଅବହେଳା କରିବେ ନାହିଁ ଏହି ଭେଟେରାନ ରାଜନେତା । ଆଉ ନିଜ ନିଜ ବିଧାନସଭା କ୍ଷେତ୍ର ଛାଡି ବିଦ୍ରୋହୀ ଶିବସେନା ବିଧାୟକ ମାନେ ପଟ୍ଟ ପରିବର୍ତ୍ତନ ପାଇଁ ମୁମ୍ବାଇ ଠାରୁ ପ୍ରାୟ 2 ହଜାର 730 କିଲୋମିଟର ଦୂର ଆସାମ ରାଜଧାନୀ ଗୌହ୍ବାଟିରେ ଡେରାପକାଇଛନ୍ତି ।

ମେରେ କିନାରେ ଘର ମତ ବସା ଲେନା, କ୍ୟୁଁ କି

ଆଉ ସେପଟେ ଭାରତୀୟ ଜନତା ପାର୍ଟି ଦେବେନ୍ଦ୍ର ଫଡନାଭୀସ (Devendra Fadnavis )ଙ୍କ ନେତୃତ୍ବରେ ସରକାରକୁ ସାମ୍ବିଧାନିକ ସଂକଟରେ ଫସାଇବା ପାଇଁ ଚକ୍ରବ୍ୟୁହକୁ କାର୍ଯ୍ୟକାରୀ କରିଛି । ଦଳ ରଣନୀତି, ଯୋଜନା, ପ୍ରତିଶୃତି ଓ ଭବିଷ୍ୟତନୀତିରେ ଯେମିତି କୌଣସି ତୃଟି ନହୁଏ ତାହାକୁ ଧ୍ୟାନରେ ରଖି ପୁରା ମରାଠା ବିଜେପି ଫୁଲ ଦମରେ ଲାଗିପଡିଛି । ବିଜେପି ଯେତେ ସଫେଇ ଦେଲେ ମଧ୍ୟ ଏହା ଜଳ ଜଳ କରି ଦେଖାଯାଉଛି ଯେ ବିଜେପିର ପୁରା ସାଥରେ ଶିବସେନାର ବିଦ୍ରୋହୀ ବିଧାୟକ ଆସାମରେ ଡେରା ପକାଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କୁ କେନ୍ଦ୍ରୀୟ ବିଜେପିର କଡା ନିର୍ଦ୍ଦେଶ, ଯାହା ଆବଶ୍ୟକ ନିଷ୍ପତି ନିଅ । କିନ୍ତୁ ଦଳର ଭବିଷ୍ୟତ ନୀତି ଆଦର୍ଶକୁ ବଜାୟ ରଖି ଯୋଜନା କାର୍ଯ୍ୟକାରୀ କର । ଆଉ ଶୀର୍ଷନେତାଙ୍କ ଏହି ସନ୍ଦେଶ ହିଁ ଫଡନାଭୀସଙ୍କୁ ଶକ୍ତି ଯୋଗାଇଛି । ଯାହା ଧୀରେ ଧୀରେ ପ୍ରସ୍ଫୁଟିତ ହେଉଛି ।

ଏହି ରାଜନୈତିକ ସଂକଟ ମଧ୍ୟରେ ଏବେ ଦେବେନ୍ଦ୍ର ଫଡନାଭିସ ବିଧାନସଭାରେ ଦେଇଥିବା ଏକ ବକ୍ତବ୍ୟ ଭାଇରାଲ ହେବାରେ ଲାଗିଛି । ଯେତେବେଳେ 2019 ରେ ବିଜେପି-ଶିବସେନା ମେଣ୍ଟର ପତନ ଘଟିଥିଲା, ଆଉ କିଛି ଘଣ୍ଟା ପାଇଁ ବିଜେପି ଓ ଏନସିପି ମଧ୍ୟରେ ସରକାର ଗଠନ ହୋଇଥିଲା । ହେଲେ ବହୁମତ ସାବ୍ୟସ୍ତ କରିବାରେ ଫଡନାଭିସ ବିଫଳ ହୋଇଥିଲେ । ଆଉ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ଆଉ ଗଠନ ହୋଇଥିଲା ଶିବସେନା-ଏନସିପି ଓ କଂଗ୍ରେସର ମିଳିତ ସରକାର ।

ସରକାର ଗଠନର କିଛି ଦିନ ପରେ ବସିଥିବା ବିଧାନସଭାର ସ୍ବତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରି ଦେବେନ୍ଦ୍ର ଫଡନାଭିସ କହିଥିଲେ, ନିର୍ବାଚନରେ ରାଜ୍ୟବାସୀ ତାଙ୍କ ଦଳକୁ ସମର୍ଥନ କରିଥିଲେ । ହେଲେ ଛଳନା କରି ତାଙ୍କ ଦଳକୁ ସରକାର ଗଠନରୁ ବଞ୍ଚିତ କରାଗଲା । ହେଲେ ଫଡନାିସ କହିଥିଲେ ମେରା ପାନୀ ଉତରତା ଦେଖ ମେରେ କିନାରେ ଘର ମତ ବସା ଲେନା... କ୍ୟୁଁ କି ମେଁ ସମନ୍ଦର ହୁଁ... ଲୋଟକର ୱାପସ ଆଉଙ୍ଗା...

ଦେବେନ୍ଦ୍ର ଫଡନାଭିସଙ୍କ ଏହି ଉକ୍ତି ବା ଭବିଷ୍ୟତବାଣୀ ଏବେ ସତ ହେବ କି? ଅଘାଡି ସରକାରର ପତନ ଘଟିବ କି? ପୁଣି ଥରେ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କି? କାରଣ ତାଙ୍କ ନେତୃତ୍ବରେ ହିଁ ବିଜେପି ଧୀରେ ଧୀରେ ସମୟ ସୁଯୋଗ ଦେଖି ଆଗକୁ ବଢୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.