ବଢିଲା LPG ଦର, ତେଲରେ ପୁଣି ଲାଗିଲା ନିଆଁ

author img

By

Published : Oct 1, 2021, 3:46 PM IST

ବଢିଲା LPG ଦର, ତେଲରେ ପୁଣି ଲାଗିଲା ନିଆଁ

ପାର୍ବଣ ମାସର ପ୍ରଥମ ଦିନରେ ବଢିଛି ଏଲପିଜି (LPG Gas Cylinder) ଗ୍ୟାସ ସିଲିଣ୍ଡର ଦାମ । ଏପଟେ ତେଲରେ ବି ପୁଣି ଲାଗିଛି ନିଆଁ । ଶୁକ୍ରବାର ପେଟ୍ରୋଲ ଓ ଡିଜେଲ ଦାମରେ ପୁଣି ବୃଦ୍ଧି ପରିଲକ୍ଷିତ ହୋଇଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ରୋଷେଇ ଘରେ ପୁଣି ପଡିଛି ମହଙ୍ଗା ମାଡ । ପାର୍ବଣ ମାସର ପ୍ରଥମ ଦିନରେ ବଢିଛି ଏଲପିଜି (LPG Gas Cylinder) ଗ୍ୟାସ ସିଲିଣ୍ଡର ଦାମ । ତେବେ 19 କିଲୋ ବ୍ୟବସାୟିକ ସିଲିଣ୍ଡର ଉପରେ ବଢିଛି ଏହି ଦର । ଅନ୍ୟପକ୍ଷେ ଅଣସବସିଡି ଘରୋଇ ସିଲିଣ୍ଡର ମୂଲ୍ୟ 884 ଟଙ୍କା 50 ପଇସାରେ ସ୍ଥିର ରହିଛି । ଅଶୋଧିତ ତୈଳର ଦର ବୃଦ୍ଧି କାରଣରୁ LPG ସିଲିଣ୍ଡର ଦାମ 900 ଟଙ୍କା ପାର ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଅକ୍ଟୋବର 1 ଅର୍ଥାତ ଶୁକ୍ରବାର 19 କିଲୋ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦର ଦିଲ୍ଲୀରେ 1693 ଟଙ୍କା ବୃଦ୍ଧି ପାଇ 1736.50 ଟଙ୍କାରେ ପହଁଞ୍ଚିଛି । 43 ଟଙ୍କା ବଢିଛି ବ୍ୟବସାୟିକ ସିଲିଣ୍ଡରର ଦାମ । କୋଲକାତାରେ ଗ୍ୟାସ ସିଲିଣ୍ଡର ପିଛା ଦର 1805.5 ଟଙ୍କା ଥିବାବେଳେ ମୁମ୍ବାଇରେ 1685 ଟଙ୍କା ଏବଂ ଚେନ୍ନାଇରେ ସିଲିଣ୍ଡର ପିଛା ଦର 1867.5 ଟଙ୍କା ପହଞ୍ଚିଛି। ବ୍ୟବସାୟିକ ଗ୍ୟାସର ବର୍ଦ୍ଧିତ ମୂଲ୍ୟ ଶୁକ୍ରବାର ଠାରୁ ଅର୍ଥାତ ଅକ୍ଟୋବର ପହିଲାରୁ ସାରା ଦେଶରେ ଲାଗୁ ହୋଇଛି |

ଗତ ମାସରେ ହିଁ ସରକାରୀ ତେଲ କମ୍ପାନୀ ଘରୋଇ ଏଲପିଜି ସିଲିଣ୍ଡର ଦାମରେ ବୃଦ୍ଧି ହୋଇଥିଲା । ସେହିପରି ଅଣସବସିଡି ସିଲିଣ୍ଡର 25 ଟଙ୍କା ବୃଦ୍ଧି କରାଯାଇଥିଲା । ଗତ ମାସ 15 ଦିନରେ ହିଁ ଅଣସବସିଡି ଏଲପିଜି ସିଲିଣ୍ଡର ଦର 50 ଟଙ୍କା ମହଙ୍ଗା ହୋଇସାରିଛି ।

ଏପଟେ ତେଲରେ ବି ପୁଣି ଲାଗିଛି ନିଆଁ । ଶୁକ୍ରବାର ପେଟ୍ରୋଲ ଓ ଡିଜେଲ ଦାମରେ ପୁଣି ବୃଦ୍ଧି ପରିଲକ୍ଷିତ ହୋଇଛି । IOCL ଅନୁଯାୟୀ, ଦେଶରେ ପାଖାପାଖି ସମସ୍ତ ସହରରେ ପେଟ୍ରୋଲ ଲିଟର ପିଛା 25 ପଇସା ଓ ଡିଜେଲ ଲିଟର ପିଛା 30 ପଇସା ବଢିଛି । କ୍ରମାଗତ ଦ୍ବିତୀୟ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଛନ୍ତି ତେଲ କମ୍ପାନୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.