ମୁଁ ବିଶ୍ବବାସୀଙ୍କ ଆଖିରେ ଆଖି ମିଶାଇ ଭାରତ କଥା କୁହେ: ମୋଦି

author img

By

Published : May 25, 2023, 1:00 PM IST

ବିଦେଶ ଗସ୍ତ ସାରି ଫେରିଲେ ପ୍ରଧାନମନ୍ତ୍ରୀ

ମୁଁ ବିଶ୍ବର ଆଖିରେ ଆଖି ମିଶାଇ ଭାରତର ସଂସ୍କୃତି ଓ ପରମ୍ପରା ବିଷୟରେ କହେ । ତିନି ଦେଶ ଗସ୍ତ ସାରି ଫେରିବା ପରେ ଏପରି କହିଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ''ମୁଁ ଭାରତର ସଂସ୍କୃତି କଥା କହିବା ବେଳେ ବିଶ୍ବବାସୀଙ୍କ ଆଖିରେ ଆଖି ମିଶାଇ କହେ । ଏହି ଆତ୍ମବିଶ୍ବାସର କାରଣ ହେଉଛି ଆପଣ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ସରକାର ଗଠନ କରିଛନ୍ତି । ମୁଁ ଯେତେବେଳେ କହୁଛି, ସେତେବେଳେ ବିଶ୍ବକୁ ଲାଗୁଛି ଯେ, ୧୪୦ କୋଟି ଲୋକ କହୁଛନ୍ତି ।'' ତିନୋଟି ଦେଶ ଗସ୍ତ ସାରି ଆଜି ଦିଲ୍ଲୀରେ ପହଞ୍ଚିବା ଅବସରରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ଲୋକଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଭାରତର ଉତ୍କୃଷ୍ଟ ସଂସ୍କୃତି ଓ ପରମ୍ପରା ବିଷୟରେ କହିବା ବେଳେ କେବେ ଲାଜ କରନ୍ତୁ ନାହିଁ । ଦାସତ୍ବର ମାନସିକତାରେ ବୁଡି ନଯାଇ ସାହସର ସହ କଥା କୁହନ୍ତୁ । ବିଶ୍ବ ଆପଣଙ୍କୁ ଶୁଣିବାକୁ ଆଗ୍ରହୀ । ମୁଁ ବିଶ୍ବର ଆଖିରେ ଆଖି ମିଶାଇ ଭାରତ କଥା କହେ । ବିଦେଶରେ ଆମର ତୀର୍ଥସ୍ଥଳ ଉପରେ ଆକ୍ରମଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ଯେତେବେଳେ ମୁଁ କହିଲି ସାରା ବିଶ୍ବ ମୋ ସହିତ ସହମତ ହେଲା । ଭାରତ କ'ଣ ଚିନ୍ତା କରୁଛି ଆଜି ତାହା ବିଶ୍ବ ଜାଣିବାକୁ ଚାହୁଁଛି ।

ଆହୁରିମଧ୍ୟ ସେ କହିଛନ୍ତି, ''କାହିଁକି ମୁଁ ବିଶ୍ବକୁ କୋରୋନା ଟିକା ଦେଲି ବୋଲି ଲୋକେ ମୋତେ ପଚାରୁଛନ୍ତି । ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ, ଏହା ହେଉଛି ବୁଦ୍ଧ ଓ ଗାନ୍ଧୀଙ୍କ ମାଟି । ଆମେ ଆମ ଶତ୍ରୁଙ୍କର ମଧ୍ୟ ଭଲ ଚିନ୍ତା କରୁ । ବର୍ତ୍ତମାନ ପୁରା ବିଶ୍ବ ଭାରତର କଥା ଶୁଣିବାକୁ ଆଗ୍ରହୀ ହେଉଛି । ''

ଏହାମଧ୍ୟ ପଢନ୍ତୁ : ଆଜିଠୁ ଦେବଭୂମିରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଏଠାରେ ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ, ପପୁଆ ନିଉ ଗିନି ଓ ଅଷ୍ଟ୍ରେଲିଆ ଗସ୍ତ ସାରି ଆଜି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସକାଳେ ପାଲାମ ବିମାନ ବନ୍ଦରରେ ଅବତରଣ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଦଳୀୟ ନେତାମାନେ ତାଙ୍କୁ ଫୁଲମାଳ ପିନ୍ଧାଇ ସ୍ବାଗତ କରିଥିଲେ ।

ଏହି ଅବସରରେ ଜେପି ନଡ୍ଡା ମୋଦିଙ୍କୁ ପ୍ରଶଂସା କରି କହିଥିଲେ,''ସାରା ବିଶ୍ବ ଆପଣଙ୍କ ଶାସନ ମଡେଲକୁ ପ୍ରଶଂସା କରୁଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆପଣଙ୍କ(ମୋଦି) ଅଟୋଗ୍ରାଫ ମାଗୁଛନ୍ତି । ଏହା ଦର୍ଶାଉଛି ଯେ, ଆପଣଙ୍କର ନେତୃତ୍ବରେ ବିଶ୍ବ ଭାରତକୁ ବିଶ୍ବ କିଭଳି ଦେଖୁଛି ।''

ଏହାମଧ୍ୟ ପଢନ୍ତୁ: ତିନୋଟି ରାଷ୍ଟ୍ର ଗସ୍ତ ସାରି ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.