Modi In UNGA: ବଖାଣିଲେ ଲୋକତନ୍ତ୍ରର ତାକତ, ଆତଙ୍କବାଦ ପ୍ରସଙ୍ଗରେ କଲେ ପ୍ରହାର

author img

By

Published : Sep 25, 2021, 9:00 PM IST

Updated : Sep 25, 2021, 10:29 PM IST

UNGA

ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ସେହି ଦେଶର ପ୍ରତିନିଧିତ୍ବ କରୁଛି, ଯେଉଁ ଦେଶ ମଦର ଅଫ ଡେମୋକ୍ରେସି(Mother of Democracy) ଗୌରବ ହାସଲ କରିଛି । ଭାରତୀୟ ଲୋକତନ୍ତ୍ର ହଜାରେ ବର୍ଷର ପରମ୍ପରା। ଗତ ୧୫ ଅଗଷ୍ଟରେ ଭାରତ ନିଜ ସ୍ବାଧୀନତାର ୭୫ ବର୍ଷରେ ପ୍ରବେଶ କରୁଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ/ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଯୁକ୍ତ ରାଷ୍ଟ୍ର ମହାସଭାର ୭୬ତମ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଅଧ୍ୟକ୍ଷ ମହୋଦୟ, ଭାରତର ଲୋକତନ୍ତ୍ରର ଶକ୍ତି ଏହାଯେ ଜଣେ ଗରିବ ସାଧାରଣ ଚା’ ବିକାଳିର ପୁଅ ଆଜି ଚତୁର୍ଥ ଥର ପାଇଁ ସଂଯୁକ୍ତ ରାଷ୍ଟ୍ର ମହାସଭାର ୭୬ତମ ଅଧିବେଶନକୁ ସମ୍ବୋଧିତ କରୁଛି ।

Modi In UNGA: ବଖାଣିଲେ ଲୋକତନ୍ତ୍ରର ତାକତ, ଆତଙ୍କବାଦ ପ୍ରସଙ୍ଗରେ କଲେ ପ୍ରହାର

ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ସେହି ଦେଶର ପ୍ରତିନିଧିତ୍ବ କରୁଛି, ଯେଉଁ ଦେଶ ମଦର ଅଫ ଡେମୋକ୍ରେସି(Mother of Democracy) ଗୌରବ ହାସଲ କରିଛି । ଭାରତୀୟ ଲୋକତନ୍ତ୍ର ହଜାରେ ବର୍ଷର ପରମ୍ପରା। ଗତ ୧୫ ଅଗଷ୍ଟରେ ଭାରତ ନିଜ ସ୍ବାଧୀନତାର ୭୫ ବର୍ଷରେ ପ୍ରବେଶ କରୁଛି । ଆମର ବିବିଧତା ମଧ୍ୟରେ ଏକତା ହେଉଛି ଲୋକତନ୍ତ୍ରର ଶକ୍ତିଶାଳୀ ପରିଚୟ । ଭାରତ ଏକ ଏମିତି ଦେଶ, ଯେଉଁ ଦେଶର ଏକାଧିକ ଭାଷା, ଏକାଧିକ ଧର୍ମର ଲୋକ ବସବାସ କରୁଛନ୍ତି । ବିଭିନ୍ନ ପରମ୍ପରା ରହିଛି ଭିନ୍ନ ଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପର୍ବ ପର୍ବାଣୀ ପାଳିତ ହେଉଛି । ଯେଉଁଠି ବିବିଧତା ମଧ୍ୟରେ ଏକତା ରହିଛି । ଯେଉଁ ରାଷ୍ଟ୍ରର ସ୍ବର୍ଣ୍ଣିମ ଗୌରବ ରହିଛି । ଯେଉଁ ରାଷ୍ଟ୍ର ଦିନେ ବିଶ୍ବଗୁରୁ ଥିଲା । ସେହି ରାଷ୍ଟ୍ରରୁ ମୁଁ ପ୍ରତିନିଧିତ୍ବ କରୁଛି ।

ସେହିପରି ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ରହିବା ପରେ, ଗତ ୭ ବର୍ଷ ହେଲା ବିଶ୍ବର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରର ମୁଁ ପ୍ରଧାନମନ୍ତ୍ରୀ ତଥା ସରକାରର ମୁଖ୍ୟ ଭାବେ ଦେଶବାସୀଙ୍କ ସେବା କରୁଛି । ଅର୍ଥାତ ରାଷ୍ଟ୍ର ସେବାରେ ମୁଁ ୨୦ ବର୍ଷ ହେଲା ନିରନ୍ତର କାମ କରିଚାଲିଛି । ଆଉ ଏହି ୨୦ ବର୍ଷର ଅନୁଭବ ପରେ ମୁଁ କହୁଛି ... Yes, Democracy can Deliver. Democracy Has Delivered. ବୋଲି ମୋଦି କହି ଭାରତୀୟ ଗଣତନ୍ତ୍ରର ମହାନତା ବଖାଣିଥିଲେ ।

ବଖାଣିଲେ ଭାରତର ବିକାଶଗାଥା...

ନିଜ ସମ୍ବୋଧନରେ ମୋଦି ଦେଶର ବିକାଶଗାଥାକୁ ବର୍ଣ୍ଣନା କରିଛନ୍ତି । ଆତ୍ମନିର୍ଭର ଭାରତ ଓ ନିଜ ସରକାରର ଉପଲବ୍ଧିକୁ ନେଇ କହିଛନ୍ତି, ଦେଶର ପ୍ରତ୍ୟେକ ଗରିବଙ୍କୁ ଆମେ ନିଜସ୍ବ ଘର ଯୋଗାଇ ଦେଉଛୁ । ବ୍ୟାଙ୍କ ଖାତା ନଥିବା ପ୍ରାୟ ୨୦ କୋଟି ଲୋକଙ୍କ ଆମେ ମାତ୍ର ୧୮୦ ଦିନରେ ବ୍ୟାଙ୍କ ସହ ଯୋଡି ପାରିଛୁ । ଦେଶବାସୀଙ୍କୁ ନିଶ୍ଚିତ ସ୍ବାସ୍ଥ୍ୟ ସୁରକ୍ଷା ପ୍ରଦାନ କରିବାରେ ଆମ ସରକାର ବଡ ସ୍ବାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରିଛି । ଏପରିକି ଆମେ ସମସ୍ତଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ବାସଗୃହ ଓ ରୋଜଗାର ନିଶ୍ଚିତ କରିବାକୁ କାମ ଜାରି ରଖିଛୁ ।

ସେହିପରି ମୋଦି କହିଥିଲେ ବର୍ତ୍ତମାନର ପ୍ରଦୂଷିତ ପାଣି କେବଳ ଭାରତ ନୁହେଁ ପୁରା ବିଶ୍ବ ପାଇଁ ଗରିବ ରାଷ୍ଟ୍ର ଗୁଡିକ ପାଇଁ ବଡ ସମସ୍ୟା। ଏହି ସମସ୍ୟାରୁ ମୁକୁଳିବା ପାଇଁ ଆମେ ଦେଶର ୧୭ କୋଟିରୁ ଅଧିକ ଲୋକଙ୍କୁ ପାଇପ ଯୋଗେ ପାଣି ଯୋଗାଇ ଦେବାର କାମ କରୁଛୁ ।

ସେହିଭଳି ମହାମାରୀ ଘଟଣାକୁ ଅବତାରଣ କରି ମୋଦି କହିଥିଲେ ଗତ ଦେଢ ବର୍ଷ ହେଲା ବିଶ୍ବ ବଡ ସଂକଟ ଦେଇ ଗତି କରୁଛି । ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଇଁ ସହାନୁଭୂତି ଓ ସହଯୋଗର ଆବଶ୍ୟକତା ରହିଛି । ଯାହା ଭାରତ ତୁଲାଇ ଆସିଛି । ଭାରତ ବିକଶିତ କରିଥିବା ଟିକା କେବଳ ଭାରତ ପାଇଁ ନୁହେଁ । ସମଗ୍ର ମାନବ ଜାତି ପାଇଁ । ଏଥିପାଇଁ ଆମେ ସେବା ହିଁ ପରମ ଧର୍ମକୁ ଆଧାର କରି ଟିକାକରଣ କରୁଛୁ । ଭାରତ ବିଶ୍ବର ପ୍ରଥମ ଦେଶ ଯିଏ ଡିଏନଏ ଭିତ୍ତିକ କରୋନା ଟିକା ଗବେଷଣା କରିଛି।

ଭାରତୀୟ ବୈଜ୍ଞାନିକମାନେ ନାସାଲ ଭ୍ୟାକସିନ ମଧ୍ୟ ତିଆରି କରିବାକୁ ଯାଉଛନ୍ତି । ଯାହା କରୋନା ଲଢେଇରେ ଆହୁରି ଫଳପ୍ରଦ ହେବ ବୋଲି କହିଛନ୍ତି ।

ଆତଙ୍କବାଦ ନେଇ ବର୍ଷିଲେ ମୋଦି...

ସଂଯୁକ୍ତ ରାଷ୍ଟ୍ର ମହାସଭାରେ ମଧ୍ୟ ଆତଙ୍କବାଦକୁ ନେଇ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି ଆଫଗାନ ସ୍ଥିତି ସାରା ବିଶ୍ବ ଜାଣେ । ଆମକୁ ନିଶ୍ଚିତ କରିବାକୁ ହେବ ଯେ ଆଫଗାନ ମାଟି ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଯେମିତି ନହୁଏ । ଆତଙ୍କବାଦ ଓ ଏହାର ଆକ୍କା ମାନଙ୍କୁ ପ୍ରତି କ୍ଷଣରେ ଅଟକାଇବାକୁ ହେବ । ଏଥିପାଇଁ ବିଶ୍ବ ସମୁଦାୟଙ୍କୁ ଏକାଠି ହୋଇ ସ୍ବର ଉତ୍ତୋଳନ କରିବାକୁ ପଡିବ । ସେହିପରି ପାକିସ୍ତାନର ନାଁ ନନେଇ ପାକିସ୍ତାନ ଉପରେ ଆକ୍ରମଣ କରିଛନ୍ତି ମୋଦି । ବର୍ତ୍ତମାନର ବୈଜ୍ଞାନିକ ଦୃଷ୍ଟିକୋଣରେ ପ୍ରଗତିବାଦୀ ଚିନ୍ତାଧାରାକୁ ଆଗକୁ ବଢାଇବାର ଅଛି । ଆଉ ଆତଙ୍କବାଦକୁ ଦୃଢ ହସ୍ତରେ ଦମନ କରିବାର ସମୟ, ତେଣୁ ବିଶ୍ବବାସୀ ଏକାଠି ହେବାକୁ ଆହ୍ବାନ ଦେଇଥିଲେ ମୋଦି ।

ନିଜ ସମ୍ବୋଧନରେ ଏହାମଧ୍ୟ ସତର୍କ କରାଇ ଦେଇଥିଲେ କି, ଆମକୁ ଆମର ପରବର୍ତ୍ତୀ ପିଢିକୁ ଜବାବ ଦେବାକୁ ହେବ ଯେ, ଯେତେବେଳେ ନିଷ୍ପତ୍ତି ନେବାର ଥିଲା, ଯେବେ ବିଶ୍ବର ଦାୟିତ୍ବ କିଛି କରିବାର ଥିଲା, ସେତେବେଳେ କଣ କରୁଥିଲେ ଆମେ, ଏହା ଆମର ଆଗାମୀ ପିଢି ନିଶ୍ଚିତ ପଚାରିବେ । ତେଣୁ ବର୍ତ୍ତମାନର ଚରମପନ୍ଥୀ ବିପଦକୁ ଅଟକାଇ, ବୈଜ୍ଞାନିକ ତର୍କ ଆଧାରରେ ଆଗକୁ ବଢିବାର ବେଳ ବୋଲି କହିଥିଲେ ।

ସେହିପରି ଦେଶର ୭୫ତମ ସ୍ବାଧିନତା ଅବସରରେ ମୋଦି କହିଥିଲେ, ଭାରତ ଏବେ ଆଜାଦିର ୭୫ ତମ ଅମୃତ ମହୋତ୍ସବ ପାଳନ କରୁଛି । ଏହାକୁ ଆହୁରି ସ୍ମରଣୀୟ ଓ ସ୍ବତନ୍ତ୍ର କରିବା ପାଇଁ ଆମେ ଚଳିତ ବର୍ଷ ୭୫ଟି ସାଟେଲାଇଟ ମହାକାଶକୁ ଉତକ୍ଷେପଣ କରିବୁ । ଯାହା ଦେଶର ସ୍କୁଲ କଲେଜ ପିଲା ନିର୍ମାଣ କରୁଛନ୍ତି ବୋଲି ମୋଦି କହିଥିଲେ ।

ନିଜ ଅଭିଭାଷଣରେ ପ୍ରଥମେ ମହାମାରୀ କୋଭିଡରେ ପ୍ରାଣ ହରାଇଥିବା ବିଶ୍ବବ୍ୟାପୀ ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ମୋଦି ।

@ANI

Last Updated :Sep 25, 2021, 10:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.