ପୁଲୱାମାରେ ଖୋଲିଲା ବହୁମୁଖୀ ସିନେମା ହଲ

author img

By

Published : Sep 18, 2022, 9:56 PM IST

ପୁଲୱାମାରେ ଖୋଲିଲା ବହୁମୁଖୀ ସିନେମା ହଲ

ଜମ୍ମୁକାଶ୍ମୀର ପୁଲୱାମାରେ ଖୋଲିଲା ବହୁମୁଖୀ ସିନେମା ହଲ । ଚଳଚ୍ଚିତ୍ର ସ୍କ୍ରିନିଂ, ଇନଫୋଟେନମେଣ୍ଟ ଏବଂ ଯୁବପିଢିଙ୍କ ଦକ୍ଷତା ଠାରୁ ଆରମ୍ଭ କରି ସୁବିଧା ପ୍ରଦାନ କରିବ ଏହି ସିନେମା ହଲ । ଅଧିକ ପଢନ୍ତୁ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା (Jammu and Kashmir Lieutenant Governor Manoj Sinha) ରବିବାର ପୁଲୱାମା ଏବଂ ସୋପିଆନରେ ବହୁମୁଖୀ ସିନେମା ହଲ (Multipurpose cinema hall) ଉଦଘାଟନ କରିଛନ୍ତି । ଏହିଭଳି ଅନେକ ସିନେମା ହଲ ଜମ୍ମୁକାଶ୍ମୀରରେ ଖୋଲିବା ନେଇ ସିହ୍ନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଟ୍ବିଟ
ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଟ୍ବିଟ

ଉଦଘାଟନୀ ସମାରୋହ ସମୟର କିଛି ଦୃଶ୍ୟ ସିହ୍ନା ନିଜ ସୋସିଆଲ ମିଡ଼ିଆ ପୋଷ୍ଟରେ ସେୟାର କରିଛନ୍ତି । ଏହାକୁ ସେ ଏକ ଐତିହାସିକ ଦିନ ବୋଲି କହିଛନ୍ତି । ଏ ନେଇ ସେ ଟ୍ବିଟ କରି ଲେଖିଛନ୍ତି, "ଜମ୍ମୁକାଶ୍ମୀର ପାଇଁ ଏକ ଐତିହାସିକ ଦିନ । ପୁଲୱାମା ଓ ସୋପିଆନରେ ବହୁମୁଖୀ ସିନେମା ହଲ ଉଦଘାଟିତ । ଏହା ଚଳଚ୍ଚିତ୍ର ସ୍କ୍ରିନିଂ, ଇନଫୋଟେନମେଣ୍ଟ ଏବଂ ଯୁବପିଢିଙ୍କ ଦକ୍ଷତା ଠାରୁ ଆରମ୍ଭ କରି ସୁବିଧା ପ୍ରଦାନ କରିବ ।" ଶ୍ରୀନଗରର ସୋମୱାର ଅଞ୍ଚଳରେ କାଶ୍ମୀରର ପ୍ରଥମ INOX ମଲ୍ଟିପ୍ଲେକ୍ସ ଆସନ୍ତା ସପ୍ତାହରେ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଏଥିରେ ମୋଟ ୫୨୦ ସିଟ୍ ବିଶିଷ୍ଟ ୩ଟି ଚଳଚ୍ଚିତ୍ର ପ୍ରେକ୍ଷାଳୟ ରହିବ ।

ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା
ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା

ଏହା ବି ପଢନ୍ତୁ- ମହଙ୍ଗା ପଡିଲା ଦୁଃସାହସ: ବନ୍ୟାଜଳରେ ଭାସିଗଲେ ଯୁବକ, ଦେଖନ୍ତୁ ଭିଡିଓ

ଏହି ସିନେମା ହଲର ଅଫିସିଆଲ ଲଞ୍ଚ ପରେ, ଏହା ୩ ଦଶନ୍ଧୀ ପରେ କାଶ୍ମୀରରେ ଆସିଥିବା ପ୍ରଥମ ମଲ୍ଟିପ୍ଲେକ୍ସ ହେବାକୁ ଯାଉଛି । ଏହା କେବଳ ବୟସ୍କମାନଙ୍କ ପାଇଁ ମନୋରଞ୍ଜନର କେନ୍ଦ୍ର ନୁହେଁ ବରଂ ପିଲାମାନଙ୍କୁ ମଧ୍ୟ ମନୋରଞ୍ଜନ କରିବା ପାଇଁ ଏଠାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ୬୦ ଦଶକରେ ଯେତେବେଳେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ରଙ୍ଗୀନ ଚଳଚ୍ଚିତ୍ର ଆରମ୍ଭ କଲା, ସେତେବେଳେ ଗୁଲମାର୍ଗର ତୁଷାରପାତରେ ସାମି କପୁରଙ୍କ ଗୀତ "ଚାହେ କୋଇ ମୁଝେ ଜଙ୍ଗଲି କହେ" ପ୍ରେକ୍ଷାଳୟରେ ଏକ ବଡ଼ ହିଟ୍ ହୋଇଥିଲା ।

ବଲିଉଡ଼ ଫିଲ୍ମ ସୁଟିଂ ପାଇଁ କାଶ୍ମୀର ଅଞ୍ଚଳ ଏକ ସ୍ବର୍ଗ ସଦୃଶ । ୯୦ ଦଶକର ଅନେକ ଚଳଚ୍ଚିତ୍ରରେ କାଶ୍ମୀର ସୌନ୍ଦର୍ଯ୍ୟକୁ ଦର୍ଶାଯାଇଛି । ମାତ୍ର କାଶ୍ମୀରରେ ଆତଙ୍କବାଦ ବଢିବା ପରେ ଏଠାରେ ଫିଲ୍ମ ସୁଟିଂ ସେତେଟା ହେଉନାହିଁ । ତେବେ ଏଠାରେ ଆଇନକ୍ସ ସିନେମା ଓପନିଂ ପରେ ଫିଲ୍ମମେକର୍ସ ଓ ଅଭିନେତା ଖୁସିବ୍ୟକ୍ତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.