ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧିମଣ୍ଡଳ, ମନ୍ତ୍ରୀଙ୍କୁ ପଦରୁ ହଟାଇବାକୁ ଦାବି

author img

By

Published : Oct 13, 2021, 3:40 PM IST

ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧିମଣ୍ଡଳ, ମନ୍ତ୍ରୀଙ୍କୁ ପଦରୁ ହଟାଇବାକୁ ଦାବି

ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଏକ ପ୍ରତିନିଧିମଣ୍ଡଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ମଧ୍ୟ ଦାବି କରିଛି କଂଗ୍ରେସ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସା ଘଟଣାକୁ ନେଇ କ୍ରମାଗତ ବିଜେପିକୁ ଟାର୍ଗେଟ କରିଆସୁଛନ୍ତି ବିରୋଧୀ । ଏହାରି ମଧ୍ୟରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଏକ ପ୍ରତିନିଧିମଣ୍ଡଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ଲଖିମପୁର ଖେରୀ ହିଂସାକାଣ୍ଡ ବିଷୟରେ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛି କଂଗ୍ରେସ ପ୍ରତିନିଧିମଣ୍ଡଳ । ଏହାସହିତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ମଧ୍ୟ ଦାବି କରିଛି କଂଗ୍ରେସ ।

  • अपराध के बाद जब सरकार व प्रशासन अन्याय करने लगें, तब आवाज़ उठाना ज़रूरी है।

    लखीमपुर अन्याय मामले में हमारी दो माँगें हैं-
    - निष्पक्ष न्यायिक जाँच
    - गृह राज्य मंत्री की तुरंत बर्ख़ास्तगी

    ताकि न्याय हो! pic.twitter.com/wXucPtqIYJ

    — Rahul Gandhi (@RahulGandhi) October 13, 2021 " class="align-text-top noRightClick twitterSection" data=" ">

ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ମଲ୍ଲିକାର୍ଜୁନ ଖଡଗେ, ଏକେ ଆଣ୍ଟୋନୀ ଓ ଗୁଲାମ ନବୀ ଆଜାଦ ରାଷ୍ଟ୍ରପତିଙ୍କୁ ଭେଟି ନିଜ ଦାବି ଜଣାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଲଖିମପୁର ଖେରୀରେ ପୀଡିତ ପରିବାରର ଦାବି ହେଉଛି ଯେ ତାଙ୍କ ପୁଅର ହତ୍ୟାକାରୀକୁ ଦଣ୍ଡ ମିଳୁ । ଯିଏ ହତ୍ୟା କରିଛି ତାଙ୍କ ବାପା ଦେଶର ଗୃହ ରାଷ୍ଟ୍ରମନ୍ତ୍ରୀ । ଯେତେ ପର୍ଯ୍ୟନ୍ତ ସେ ନିଜ ପଦରେ ଅଛନ୍ତି, ସେତେ ଯାଏଁ ନ୍ୟାୟ ମିଳିବ ନାହିଁ । ଏହି ବିଷୟରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିବା କହିଛନ୍ତି କଂଗ୍ରେସ ନେତା ।

ସେହପରି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ରାଷ୍ଟ୍ରପତି ଆଶ୍ବସନା ଦେଇଛନ୍ତି । ସେ ଏହି ବିଷୟରେ ସରକାରଙ୍କ ସହ ଆଲୋଚନା କରିବେ । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବରଖାସ୍ତ ଦାବି କେବଳ କଂଗ୍ରେସର ନୁହେଁ, ବରଂ ଜନସାଧରଣ ଓ ପୀଡିତ ଚାଷୀଙ୍କ ଦାବି ବୋଲି କହିଛନ୍ତି ପ୍ରିୟଙ୍କା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.