ଭାରତ ବିଶ୍ବକପ ଜିତିଲେ ଜେଇଇ ଓ ନିଟ ଆଶାୟୀଙ୍କୁ ଦିଆଯିବ ମାଗଣା କୋଚିଂ

ଭାରତ ବିଶ୍ବକପ ଜିତିଲେ ଜେଇଇ ଓ ନିଟ ଆଶାୟୀଙ୍କୁ ଦିଆଯିବ ମାଗଣା କୋଚିଂ
ଭାରତ ବିଶ୍ବକପ ଜିତିଲେ ଜେଇଇ ଓ ନିଟ ଆଶାୟୀଙ୍କୁ ମାଗଣାରେ କୋଚିଂ ଦେବ କୋଟାର ମୋସନ ଏଜୁକେସନ। ଅଧିକ ପଢନ୍ତୁ
ଜୟପୁର: ବିଶ୍ବକପ ଫାଇନାଲ ମ୍ୟାଚ ପୂର୍ବରୁ କୋଟାର ଏକ କୋଚିଂ ସେଣ୍ଟର ବଡ ଘୋଷଣା କରିଛି । ଯଦି ଭାରତ ଫାଇନାଲ ମୁକାବିଲାରେ ବିଜୟୀ ହୁଏ ତେବେ ଜେଇଇ ଓ ନିଟ ଆଶାୟୀଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବ । 500 ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ସମ୍ପୂର୍ଣ୍ଣ ମାଗଣାରେ କୋଚିଂ ଦିଆଯିବା ନେଇ କୋଟାରେ ଥିବା ଏକ କୋଚି ସେଣ୍ଟର ଏପରି ଘୋଷଣା କରିଛି।
ମୋସନ ଏଜୁକେସନର ସିଇଓ ନିତିନ ବିଜୟ କହିଛନ୍ତି ଯେ, ଆଇସିସି ପୁରୁଷ ବିଶ୍ୱକପ ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ। ବିଶ୍ବକପ ଟ୍ରଫି କିଏ ହାତଉଛି ତାହା ଉପରେ ସାରା ବିଶ୍ବର ନଜର ରହିଛି। "ଯଦି ଭାରତ ବିଶ୍ୱକପ୍ ଟାଇଟେଲ ହାତାଏ ତେବେ ଆମେ JEE ଏବଂ NEET ପାଇଁ ପ୍ରସ୍ତୁତ ହେଉଥିବା 500 ଆଶାୟୀଙ୍କୁ ମାଗଣା କୋଚିଂ ପ୍ରଦାନ କରିବୁ। ଏଥିପାଇଁ ଆଶାୟୀଙ୍କୁ ଆମେ ୟୁଟ୍ୟୁବ୍ ଚ୍ୟାନେଲ୍ ତଳେ ଦିଆଯାଇଥିବା ଲିଙ୍କରୁ ଗୁଗୁଲ୍ ଫର୍ମ ପୂରଣ କରିବାକୁ ପଡିବ।
କୌଣସି ବି ସମୟରେ ଆଶାୟୀ ମାଗଣାରେ କୋଚିଂ ନେଇପାରିବେ । ଦୈନନ୍ଦିନ କାର୍ଯ୍ୟ ଓ ବିଦ୍ୟାଳୟରେ ପାଠପଢା ସରିବା ପରେ ଯଦି କେହି କୋଚିଂ ନେବାକୁ ଚାହାନ୍ତି ତେବେ ତାଙ୍କୁ ମାଗଣାରେ ଶିକ୍ଷାଦାନ କରାଯିବ । ପାଠପଢା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ଦ୍ବିଗୁଣିତ କରିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଅନଲାଇନ ମାଧ୍ୟମରେ କୋଚିଂ ନେବା ସହ ପ୍ରାଟିକ୍ସ,ରିଭିଜନ ଓ ଟେଷ୍ଟ ମଧ୍ୟ ଦେବେ। ବରିଷ୍ଠ ଶିକ୍ଷକ ମାନେ ଛାତ୍ରଛାତ୍ରୀଙ୍କୁ କୋଚିଂ ଦେବେ । ନୋଟ, ରିଭିଜନ ପ୍ରଶ୍ନପତ୍ର, ଭିଡିଓ ସଲ୍ୟୁସନ ମକ ଟେଷ୍ଟ ଓ ଛାତ୍ରଛାତ୍ରୀଙ୍କ ପାଠପଢାକୁ ନେଇ ଏକ ରିପୋର୍ଟ କାର୍ଡ ମଧ୍ୟ ପ୍ରଦାନ କରାଯିବ ବୋଲି ମୋସନ ଏଜୁକେସନର ସିଇଓ ନିତିନ ବିଜୟ କହିଛନ୍ତି ।
ସେହିପରି ବିଶ୍ବକପ ଫାଇନାଲକୁ ନେଇ ଅନଲାଇନ ଜ୍ୟୋତିଷ ଶାସ୍ତ୍ର ଆଷ୍ଟ୍ରୋଟକ ବଡ ଘୋଷଣା କରିଛି। ଯଦି ଭାରତ ବିଶ୍ବକପରେ ବିଜୟୀ ହୁଏ ତେବେ ୟୁଜର୍ସଙ୍କୁ 100 କୋଟି ଟଙ୍କା ବାଣ୍ଟିବ ବୋଲି କମ୍ପାନୀ ସିଇଓ ପୁନୀତ ଗୁପ୍ତା ଘୋଷଣା କରିଛନ୍ତି । ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅହମମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିଯମରେ ବିଶ୍ବକପ ଫାଇନାଲ ମୁକାବିଲା ଖେଳାଯିବ । ସାରା ବିଶ୍ବର ନଜର ଏହି ମ୍ୟାଚର ଫଳାଫଳ ଉପରେ ରହିଛି।
