ମାସେ ପରେ ଜେଲରୁ ମୁକୁଳିଲେ ମରାଠୀ ଅଭିନେତ୍ରୀ କେତକୀ ଚିତାଲେ

author img

By

Published : Jun 24, 2022, 5:13 PM IST

Updated : Jun 24, 2022, 7:53 PM IST

ଏକ ମାସ ପରେ ଜେଲରୁ ମୁକୁଳିଲେ କେତକୀ ଚିତାଲେ, NCPମୁଖ୍ୟ କରିଥିଲେ ବିବାଦୀୟ ପୋଷ୍ଟ

ଜେଲକୁ ମୁକୁଳିଲେ ମରାଠୀ ଅଭିନେତ୍ରୀ କେତକୀ ଚିତାଲେ । ଏନସିପି ମୁଖ୍ୟ ଶରଦ ପାଓ୍ବରଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରି ଗିରଫ ହୋଇଥିଲେ । ଅଧିକ ପଢନ୍ତୁ

ମୁମ୍ବାଇ: ଜେଲକୁ ମୁକୁଳିଲେ ମରାଠୀ ଅଭିନେତ୍ରୀ କେତକୀ ଚିତାଲେ। ଏନସିପି ମୁଖ୍ୟ ଶରଦ ପାଓ୍ବରଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଫେସବୁକରେ ଶରଦଙ୍କ ବିରୋଧରେ ଏକ ବିବାଦୀୟ କବିତା ପୋଷ୍ଟ କରିଥିବାରୁ ମେ ୧୫ରେ ପୋଲିସ ତାଙ୍କ ଗିରଫ କରିଥିଲା, ଏହାପରେ ମେ ୧୮ ପର୍ଯ୍ୟନ୍ତ ସେ ପୋଲିସ ହେପାଜତରେ ରହିବା ପରେ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା । ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ ଧାରା 500, 505 (2), 501 ଓ 153 (କ) ଅନୁସାରେ ମାମଲା ରୁଜୁ କରିଛି ପୋଲିସ । ମହାରାଷ୍ଟ୍ରର ଥାନେ ଜିଲ୍ଲାର ଏକ କୋର୍ଟ ଏକ ମାସ ବିତାଇବା ପରେ ସେ ଗତକାଲି ଜେଲରୁ ମୁକୁଳିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ଶରଦ ପାଓ୍ୱାରଙ୍କ ନାମରେ ଆପତ୍ତିଜନକ ପୋଷ୍ଟ, ପୋଲିସ ହେପାଜତରେ ମରାଠୀ ଅଭିନତ୍ରୀ କେତକୀ ଚିତାଲେ

ଏହି ଅଭିନେତ୍ରୀଙ୍କ ବିରୋଧରେ ମହାରାଷ୍ଟ୍ରରେ 15ଟି ମାମଲା ଦାୟର କରାଯାଇଛି । ପାଓ୍ବରଙ୍କୁ ନେଇ କେତକୀ ଫେସବୁକରେ ଏକ ଆପତ୍ତି ଜନକ ପୋଷ୍ଟ କରିଥିଲେ । କେତକି ଲେଖିଥିଲେ କି, ‘ଆପଣ ବ୍ରାହ୍ମଣଙ୍କୁ ଘୃଣା କରୁଥିବାରୁ ନର୍କ ଆପଣଙ୍କ ଅପେକ୍ଷାରେ ରହିଛି । ’ଏହା ଶରଦ ପାଓ୍ବାରଙ୍କ ଆତ୍ମସମ୍ମାନକୁ ଆଞ୍ଚ ଅଣାଯିବା ପରି ମନ୍ତବ୍ୟ ଦିଆଯାଇଥିବା ଦର୍ଶାଇ NCP ସମର୍ଥକମାନେ କେତକୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ତେବେ ଥାଣେ ସମେତ ଏକାଧିକ ମାମଲା ଥାନାରେ ପହଞ୍ଚିବା ପରେ ପୋଲିସ କେତକୀଙ୍କୁ ହେପାଜତକୁ ନେଇ ଗିରଫ କରିଥିଲା । ମହାରାଷ୍ଟର ପୋଲିସ କେତକୀଙ୍କ ଲାପଟପ, କମ୍ପ୍ୟୁଟର ହାର୍ଡ ଡିକ୍ସ ଏବଂ ଅନ୍ୟ ଇଲୋଟ୍ରୋନ୍ସି ପ୍ରମାଣପତ୍ର ଜବତ କରିଥିଲା ।

Last Updated :Jun 24, 2022, 7:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.