Joshimath Sinking: ବର୍ତ୍ତମାନ ସୁଦ୍ଧା 863 ଘରେ ଫାଟ, 181 କୋଠା ଅସୁରକ୍ଷିତ

author img

By

Published : Jan 22, 2023, 2:18 PM IST

Joshimath Sinking

ତୁଷାରପାତ ପରେ ବିଗୁଡୁଛି ଯୋଶୀମଠ ସ୍ଥିତି । ବର୍ତ୍ତମାନ ସୁଦ୍ଧା 863 ଘର ଧସିବା ଅବସ୍ଥାରେ ରହିଛି । 181ଟି ଅଟ୍ଟାଳିକା ଅସୁରକ୍ଷିତ ଚିହ୍ନଟ । ଅଧିକ ପଢ଼ନ୍ତୁ

ଡେରାଡୁନ: ଦିନକୁ ଦିନ ଦବିବାରେ ଲାଗିଛି ଉତ୍ତରାଖଣ୍ଡର ଯୋଶୀମଠ । ଯାହା ଫଳରେ ଯୋଶୀମଠ ଅଞ୍ଚଳର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଘର ଏବଂ ରାସ୍ତା ଦବି ଯାଉଥିବାରୁ ଭିଟାମାଟି ଛାଡୁଛନ୍ତି ଲୋକେ । ବର୍ତ୍ତମାନ ସୁଦ୍ଧା ଯୋଶୀମଠ ଅଞ୍ଚଳରେ ମାଟି ଦବିବା ଯୋଗୁଁ 863 ଘର ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ସେଥିମଧ୍ୟରୁ 181 ଅଟ୍ଟାଳିକା ଅସୁରକ୍ଷିତ ଭାବେ ଥିବା ଚମୋଲି ଜିଲ୍ଲା ଅଧିକାରୀ ସୂଚନା ଦେଇଛନ୍ତି ।

ଚମୋଲି ଜିଲ୍ଲା ଅଧିକାରୀ ହିମାଂଶୁ ଖୁରାନା ଶନିବାର ଜମି ଦବିବା ଦ୍ବାରା ପ୍ରଭାବିତ ଯୋଶୀମଠର ଡାକ ଗ୍ରାମକୁ ସ୍ଥିତି ପରିଖିଛନ୍ତି । ଯେଉଁଥିରେ ଫାଟ ସୃଷ୍ଟି ହୋଇଥିବା 863ଟି କୋଠା ଚିହ୍ନଟ କରାଯାଇଛି । ଏଥି ମଧ୍ୟରୁ 181କୋଠାକୁ ଅସୁରକ୍ଷିତ ଜୋନରେ ରଖାଯାଇଛି । ଚମୋଲି ଜିଲ୍ଲା ଅଧିକାରୀ ହିମାଂଶୁ ଖୁରାନା କହିଛନ୍ତି, " ନିକଟରେ ଉତ୍ତରାଖଣ୍ଡରେ ପ୍ରବଳ ତୁଷାରପାତ ଏବଂ ବର୍ଷା ହେବା ପରେ କିଛି ଅଞ୍ଚଳରେ ଫାଟ ସୃଷ୍ଟି ହେବାର ଖବର ଆସିଛି । ତେଣୁ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ଯୋଶୀମଠରେ ପ୍ରବଳ ତୁଷାରପାତ ହେଉଥିବାରୁ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଏବଂ ପୋଲିସ ଟିମ ମୁତୟନ ଅଛନ୍ତି ।

କିପରି ରହିଛି ରିଲିଫ କ୍ୟାମ୍ପ ସ୍ଥିତି: ଘର ଏବଂ ରାସ୍ତାରେ ବ୍ୟାପକ ଫାଟ ସୃଷ୍ଟି ହେବାରେ ଲାଗିଛି । ଧୀରେଧୀରେ ସେଠାକାର ମାଟି ତଳକୁ ଦବୁଥିବା ବେଳେ ଅନେକ ଘର ବିପଦ ସଙ୍କୁଳ ଅବସ୍ଥାରେ ରହିଛି । କୋଠା ଏବଂ ରାସ୍ତାଗୁଡ଼ିକରେ ବ୍ୟାପକ ଫାଟ ସୃଷ୍ଟି ହୋଇଛି । ତେଣୁ ଲୋକଙ୍କୁ ସୁରକ୍ଷିତ ଭାବେ ରିଲିଫ କ୍ୟାମ୍ପରେ ରଖାଯାଉଛି । ପ୍ରଭାବିତ ପରିବାରଙ୍କୁ ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଉଛି । ରିଲିଫ କ୍ୟାମ୍ପରେ ବିଦ୍ୟୁତ ସମସ୍ୟା ପ୍ରତି ନଜର ରଖିବାକୁ ଇଞ୍ଜିନିୟର ଉପସ୍ଥିତ ରହିଥିବା ଜିଲ୍ଲା ଅଧିକାରୀ କହିଛନ୍ତି ।

218 ପ୍ରଭାବିତଙ୍କୁ 3.27 କୋଟି ସହାୟତା ରାଶି: ଗତ 20 ତାରିଖରେ ବିପର୍ଯ୍ୟୟ ପରିଚାଳନା ସଚିବ ରଞ୍ଜିତ କୁମାର ସିହ୍ନା ଯୋଶୀମଠ ପ୍ରସଙ୍ଗରେ ସୂଚନା ଦେଇ କହିଥିଲେ, ପ୍ରଭାବିତ 8 ଜଣ ଚାଷୀଙ୍କୁ 4 ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ପ୍ରଦାନ କରାଯାଇଥିଲା । ସେହିପରି ପ୍ରତି ପ୍ରଭାବିତ ପରିବାରଙ୍କୁ 50 ହଜାର ଲେଖାଏଁ ସହାୟତା ରାଶି ଦିଆଯାଇଥିଲା । ଯୋଶୀମଠ ଅଞ୍ଚଳରେ ପ୍ରଭାବିତ 218 ପ୍ରଭାବିତ ପରିବାରକୁ ସହାୟତା ରାଶି ବାବଦକୁ 3.27 କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ଯୋଶୀମଠ ସହ ଉତ୍ତରକାଶୀ, ଟିହାରୀ, ପୌଡି, କର୍ଣ୍ଣପ୍ରୟାଗ ସମେତ ଉତ୍ତରାଖଣ୍ଡର କେତେକ ଅଞ୍ଚଳରେ ମାଟି ଧସିବା ଖବର ସାମ୍ନାକୁ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.