Vice president poll: ଜଗଦୀପ ଧନଖର ଉପ ରାଷ୍ଟ୍ରପତି ନିର୍ବାଚିତ

author img

By

Published : Aug 6, 2022, 8:01 PM IST

Updated : Aug 6, 2022, 8:21 PM IST

Vice president poll: ଜଗଦୀପ ଧନଖର ଉପ ରାଷ୍ଟ୍ରପତି ନିର୍ବାଚିତ

ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖର । ମିଳିଲା 528 ଭୋଟ । ପ୍ରତିଦ୍ବନ୍ଦୀ ତଥା ମିଳିତ ବିରୋଧୀଙ୍କ ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କୁ ମିଳିଛ ମାତ୍ର ୧୮୨ ଭୋଟ । ଅଲଭା ପାଇଥିବା ଭୋଟ ପ୍ରତିଶତ ହେଉଛି ମାତ୍ର 25.1 ପ୍ରତିଶତ । ସେହିପରି ବିଭିନ୍ନ କାରଣରୁ ୧୫ଟି ଭୋଟ ନାକଜ ହୋଇଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସରିଲା ଉପ ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣତି । ମିଳିତ ବିରୋଧୀଙ୍କ ପ୍ରାର୍ଥୀ ମାର୍ଗେରେଟ ଅଲଭାଙ୍କୁ ପରାଜିତ କରି ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି NDA ପ୍ରାର୍ଥୀ ଜଗଦୀପ ଧନଖର । ଧନଖରଙ୍କୁ ମୋଟ 528 ଖଣ୍ଡ ଭୋଟ ମିଳିଛି । ଯାହା ମୋଟ ଭୋଟର 72.8 ପ୍ରତିଶତ ।

ସେହିପରି ଧନଖରଙ୍କ ପ୍ରତିଦ୍ବନ୍ଦୀ ତଥା ମିଳିତ ବିରୋଧୀଙ୍କ ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କୁ ମିଳିଛ ମାତ୍ର ୧୮୨ ଭୋଟ । ଅଲଭା ପାଇଥିବା ଭୋଟ ପ୍ରତିଶତ ହେଉଛି ମାତ୍ର 25.1 ପ୍ରତିଶତ । ସେହିପରି ବିଭିନ୍ନ କାରଣରୁ ୧୫ଟି ଭୋଟ ନାକଜ ହୋଇଯାଇଥିବା ସୂଚନା ମିଳିଛି । ସଂଧ୍ୟାରେ ଭୋଟିଂ ସରିବା ପରେ ଗଣତି ପ୍ରକ୍ରିୟା ଜାରି ରହିଥିଲା ।

ଜାଣନ୍ତୁ ନୂତନ ଉପ ରାଷ୍ଟ୍ରପତିଙ୍କ ସମ୍ପର୍କରେ:-

ଉପ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଧନଖର 2019 ମସିହା ଜୁଲାଇ 30 ତାରିଖରେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ଦାୟିତ୍ବ ନେଇଥିଲେ । ପୂର୍ବରୁ ଧନଖର 1989 ରୁ 1991 ପର୍ଯ୍ୟନ୍ତ ଲୋକସଭାର ସାଂସଦ ମଧ୍ୟ ରହିସାରିଛନ୍ତି । ସେ ଜଣେ ଆଇନଜୀବୀ ମଧ୍ୟ । ସୁପ୍ରିମକୋର୍ଟରେ ସେ ଆଇନଜୀବୀ ଭାବେ ମଧ୍ୟ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ପଶ୍ଚିମବଙ୍ଗରେ ରାଜ୍ୟପାଳ ଥିବା ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ମଧ୍ୟରେ ଜାରି ରହିଥିବା ବିବାଦ ପାଇଁ ଚର୍ଚ୍ଚାକୁ ଆସିଥିଲେ ଧନଖର । ଆଜି ପୂର୍ବାହ୍ନରେ ଧନଖର ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲେ ।

ପ୍ରାରମ୍ଭିକ ଜୀବନ:-

ଧନଖରଙ୍କ ଜନ୍ମ 1951 ମହିହା ମେ’ 18 ତାରିଖରେ ରାଜସ୍ଥାନ କିଥାନାରେ ହୋଇଥିଲା । ପ୍ରାରମ୍ଭିକ ଶିକ୍ଷା ଶେଷ ପରେ ସେ ରାଜସ୍ଥାନ ବିଶବବିଦ୍ୟାଳୟରୁ ସ୍ନାତ୍ତୋକତ୍ତର ଡିଗ୍ରୀ ହାସଲ କରିଥିଲେ । ପରେ ସେ ଆଇନରେ ମଧ୍ୟ ଉଚ୍ଚଶିକ୍ଷା ଲାଭ କରିଛନ୍ତି । ଛାତ୍ର ଜୀବନ ଶେଷ ହେବା ପ୍ରଥମେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଧନଖର ପରେ ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ ।

ଧନଖରଙ୍କ ରାଜନୈତିକ କ୍ୟାରିଅର:-

ଜନତା ଦଳରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରନ୍ତି ଧନଖର । 1989–91 ରେ ଜନତା ଦଳରୁ ସେ 9ମ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇ ପ୍ରଥମ ଥର ସଂସଦରେ ପହଞ୍ଚିଥିଲେ । ରାଜସ୍ଥାନ ଝୁନଝୁନ ଲୋକସଭା କ୍ଷେତ୍ରରୁ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ କ୍ୟାବିନେଟରେ ସେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ପରେ ସେ 1993–98 ରେ ରାଜସ୍ଥାନ 10ମ ବିଧାନସଭାକୁ ମଧ୍ୟ କିଷାନଗଡ ବିଧାନସଭା ମଣ୍ଡଳୀରୁ ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି । ଜଣେ ରାଜନେତା ବ୍ୟତୀତ ଆଇନଜୀବୀ ଭାବେ ପରିଚୟ ହାସଲ କରି ପାରିଥିଲେ ଧନଖର । ସେ ରାଜସ୍ଥାନ ହାଇକୋର୍ଟ ବାର ଆସୋସିଏସନର ସଭାପତି ଭାବେ ଅବସ୍ଥାପିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Aug 6, 2022, 8:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.