ଅନନ୍ତନାଗରୁ ଦୁଇ ହାଇବ୍ରିଡ ଆତଙ୍କୀ ଗିରଫ

author img

By

Published : Sep 20, 2022, 9:47 AM IST

ଅନନ୍ତନାଗରୁ ଦୁଇ ହାଇବ୍ରିଡ ଆତଙ୍କୀ ଗିରଫ

ଅନନ୍ତନାଗରୁ ଦୁଇ ହାଇବ୍ରିଡ ଆତଙ୍କୀ ଗିରଫ । ସେମାନଙ୍କୁ ନିକଟରୁ ଦୁଇଟି ପିସ୍ତଲ ସମେତ ଦୁଇଟି ମାଗାଜିନ ଏବଂ ୧୫ ରାଉଣ୍ଡ ଗୁଳି ଜବତ । ଅଧିକ ପଢନ୍ତୁ

ଶ୍ରୀନଗର: ଆତଙ୍କୀ ନିରୋଧୀ ଅଭିଯାନରେ ଜମ୍ମୁ-କାଶ୍ମୀର ପୋଲିସକୁ ପୁଣି ବଡ ସଫଳତା । ଅନନ୍ତନାଗରୁ ଧରାପଡିଲେ ଦୁଇ ହାଇବ୍ରିଡ ଆତଙ୍କବାଦୀ(two hybrid terrorists arrested in Anantnag) । ଏହି ଆତଙ୍କବାଦୀମାନେ ଅନସର ଗଜୱତ-ଉଲ-ହିନ୍ଦ(AGuH) ଆତଙ୍କୀ ସଂଗଠନ ସହ ଜଡିତ ଥିଲେ । ସୋମବାର ଦିନ ସେମାନଙ୍କୁ ଅନନ୍ତନାଗରୁ ଗିରଫ କରାଯାଇଛି । ଗିରଫ ଦୁଇ ଆତଙ୍କୀ ୱାଘମା ବିଜବେହେରା ଅଞ୍ଚଳର ତନବୀର ଅହମ୍ମଦ ଭଟ୍ଟ ଏବଂ ମିଦୋରା ନିବାସୀ ତୁଫେଲ ଅହମ୍ମଦ ଦର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେମାନଙ୍କୁ ନିକଟରୁ ଦୁଇଟି ପିସ୍ତଲ, ଦୁଇଟି ମାଗାଜିନ ଏବଂ ୧୫ ରାଉଣ୍ଡ ଗୁଳି ଜବତ କରାଯାଇଛି ।

ସୂଚନା ମୁତାବକ, ୱାଘମା ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ପୋଲିସକୁ ଖବର ମିଳିଥିଲା । ଏହାପରେ ସୁରକ୍ଷାକର୍ମୀଙ୍କ ମିଳିତ ସହାୟତାରେ ପୋଲିସ ୱାଘମା-ଓପଜାନ ରାସ୍ତାରେ ନାକବନ୍ଦୀ କରି ଯାଞ୍ଚ ଆରମ୍ଭ କରିଥିଲା । ତଲାସୀ ଚାଲିଥିବା ବେଳେ ପୋଲିସ ହାତରେ ଦୁଇ ସନ୍ଦିଗ୍ଧ ଆତଙ୍କୀ ଧରା ପଡିଥିଲେ । ଗିରଫ ଆତଙ୍କୀମାନଙ୍କ AGuH ଆତଙ୍କୀ ସଂଗଠନ ସହ ଲିଙ୍କ୍ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା । ପରେ ସେମାନଙ୍କୁ ନିକଟରୁ ଦୁଇଟି ପିସ୍ତଲ, ଦୁଇଟି ମାଗାଜିନ ଏବଂ ୧୫ ରାଉଣ୍ଡ ଗୁଳି ଜବତ କରାଯାଇଥିଲା । ଏନେଇ ଥାନାରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ: ଇମ୍ରାନ ହାସମୀଙ୍କୁ ପଥର ମାଡ ଘଟଣା, ଜଣେ ଅଭିଯୁକ୍ତ ଗିରଫ

ପ୍ରକାଶଥାଉ କି, ଏହାପୂର୍ବରୁ ରବିବାର ଦିନ ଜମ୍ମୁ କାଶ୍ମୀର ଅନ୍ତର୍ଗତ ରାମବାନ ଜିଲ୍ଲାର ଏକ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଆଡ୍ଡାରେ ସୁରକ୍ଷା ବାହିନୀ ଚଢାଉ କରିଥିଲା । ସୁରକ୍ଷାବାହିନୀ ଓ ପୋଲିସ ଆତଙ୍କବାଦୀ ଜଙ୍ଗଲରେ ଲୁଚି ରହିଥିବା ନେଇ ସୂଚନା ପାଇବା ପରେ ମିଳିତ ଅପରେସନ ଆରମ୍ଭ କରିଥିଲେ । ଏହାପରେ ଗୁଲ୍‌ ସବ ଡିଭିଜନର ସଙ୍ଗଲଡାନ ଅଞ୍ଚଳରେ ଥିବା ଟେଥାର୍କା ଜଙ୍ଗଲ ଅଞ୍ଚଳରେ ଏହି ଚଢାଉ କରାଯାଇଥିଲା ।

ଏଠାରୁ ବ୍ୟାରେଡ ଗ୍ରିନେଡ ଲଞ୍ଚର, ଚାଇନିଜ ପିସ୍ତଲ, ମାଗାଜିନ, ଛୁରୀ, ୪ଟି AK-47 ରାଇଫଲ, ୧୯୮ଟି ଗୁଳି, ୬୯ମିମି ପିସ୍ତଲ ରାଉଣ୍ଡ, ବାଇନାକୁଲର, କ୍ୟାମେରା, ୱେରଲେସ ସେଟ୍‌ ଭଳି ବହୁଳ ମାରଣାସ୍ତ୍ର ଓ ଆତଙ୍କବାଦୀ ଉପକରଣ ଜବତ ହୋଇଥିବା ପୋଲିସ ସୂଚନା ଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.