ISRO ଲଞ୍ଚ କଲା GSLV-F10

author img

By

Published : Aug 12, 2021, 7:03 AM IST

ISRO ଲଞ୍ଚ କଲା GSLV-F10

ଭାରତୀୟ ମହାକାଶ ଓ ଗବେଷଣା କେନ୍ଦ୍ର (ISRO) ଆଜି(ଗୁରୁବାର) ସକାଳ ୫ଟା ୪୫ ମିନିଟରେ GSLV-F୧୦କୁ ଉତକ୍ଷେପଣ କରିଛି । ସତୀଶ ଧାୱନ ସ୍ପେସ ସେଣ୍ଟରରୁ ଏହାକୁ ଲଞ୍ଚ କରାଯାଇଛି । ଅଧିକ ପଢନ୍ତୁ...

ବେଙ୍ଗାଲୁରୁ: ଲଞ୍ଚ ହେଲା ଜିସାଟ-୧ । ଭାରତୀୟ ମହାକାଶ ଓ ଗବେଷଣା କେନ୍ଦ୍ର (ISRO) ଆଜି(ଗୁରୁବାର) ସକାଳ ୫ଟା ୪୫ ମିନିଟରେ GSLV-F୧୦କୁ ଉତକ୍ଷେପଣ କରିଛି । ପୃଥିବୀ ଉପରେ ନଜର ରଖିବା ପାଇଁ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରରୁ ଏହାକୁ ଲଞ୍ଚ କରାଯାଇଛି ।

ଏହାର କୋଡ ନାଁ ରହିଛି ESO-୦୩ । ଏହା ହେଉଛି ଏକ ଉଚ୍ଚ ଉନ୍ନତ ଉପଗ୍ରହ ଯାହାକି GSLV-F୧୦ ଯାନ ସାହାଯ୍ୟରେ ଉପଗ୍ରହକୁ ପୃଥିବୀ କକ୍ଷପଥରେ ଉତକ୍ଷେପଣ କରାଯାଇଛି । ଏହା GSLVର ୧୪ତମ ଉତକ୍ଷେପଣ । କୋରୋନା ମହାମାରୀ ପାଇଁ ଏହି ଉପଗ୍ରହ ଉତକ୍ଷେପଣକୁ ସ୍ଥଗିତ ରଖାଯାଇଥିଲା । ସ୍ଥିତିରେ ସୁଧାର ଆସିବା ପରେ ଏହାକୁ ଉତକ୍ଷେପଣ କରାଯାଇଛି ।

ଏହି ଉପଗ୍ରହର ଉତକ୍ଷେପଣ ସହିତ ISRO ସେପ୍ଟେମ୍ବରରେ ରାଡାର ଇମେଜିଂ ସାଟେଲାଇଟ ଇଓଏସ-୪ ସିନ୍ଥେଟିକ୍ ଆପର୍ଚର୍ ରାଡାର୍ (SAR) ସହିତ ରାଡାର୍ ଇମେଜିଂ ସାଟେଲାଇଟ ଉପଗ୍ରହ ଯାହା କ୍ଲାଉଡ୍ କଭର ଦେଖିବା ସମୟରେ ଦିନରାତି କଏଦ କରିପାରିବ।

୨,୨୬୮ କିଲୋଗ୍ରାମ ଓଜନର ଏହି ସାଟେଲାଇଟ ଦୈନିକ ୪ରୁ ୫ ଥର ଇମେଜିଂ କରିବାର ସକ୍ଷମ ରଖିଛି । ଏଥିସହ ଏହି ସାଟେଲାଇଟ ପ୍ରାକୃତିକ ବିପର୍ଯ୍ୟୟ ଯେପରି ବନ୍ୟା, ବାତ୍ୟା ବିଷୟରେ ଆଗୁଆ ସୂଚନା ପ୍ରଦାନ କରିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.