Gsat 24 Satellite Launched: ଟେଲିଭିଜିନ ପ୍ରସାରଣ କ୍ଷେତ୍ରରେ ଆସିବ ବିପ୍ଲବ

author img

By

Published : Jun 23, 2022, 9:57 PM IST

Gsat-24 Satellite Launched

ଭାରତର ନୂଆ କମ୍ୟୁନିକେସନ ସାଟେଲାଇଟ (Communication Satellite) ‘ଜିସାଟ-୨୪’ ସଫଳତାର ସହ ଲଞ୍ଚ ହୋଇଛି । ଏହି ସାଟେଲାଇଟକୁ ଇସ୍ରୋ ନିୟୁସ୍ପେସ ଇଣ୍ଡିଆ ଲିମିଟେଡ (NewSpace India Limited ନିମନ୍ତେ ନିର୍ମାଣ କରିଥିଲା । ଯାହା ଦକ୍ଷିଣ ଆମେରିକା ଫ୍ରେଞ୍ଚ ଗୁଆନା କୁରୋ ସ୍ଥିତ ଫାରାସୀ କମ୍ପାନିର ଏରିଏନସ୍ପେସ(Arianespace) ରୁ ସଫଳତାର ସହ ଉତକ୍ଷେପଣ ହୋଇଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଭାରତର ନୂଆ କମ୍ୟୁନିକେସନ ସାଟେଲାଇଟ (Communication Satellite) ‘ଜିସାଟ-୨୪’ ସଫଳତାର ସହ ଲଞ୍ଚ ହୋଇଛି । ଏହି ସାଟେଲାଇଟକୁ ଇସ୍ରୋ ନିୟୁସ୍ପେସ ଇଣ୍ଡିଆ ଲିମିଟେଡ (NewSpace India Limited ନିମନ୍ତେ ନିର୍ମାଣ କରିଥିଲା । ଯାହା ଦକ୍ଷିଣ ଆମେରିକା ଫ୍ରେଞ୍ଚ ଗୁଆନା କୁରୋ ସ୍ଥିତ ଫାରାସୀ କମ୍ପାନିର ଏରିଏନସ୍ପେସ(Arianespace) ରୁ ସଫଳତାର ସହ ଉତକ୍ଷେପଣ ହୋଇଛି । ଜିସାଟ-୨୪ ହେଉଛି 24-KU ଯୋଗାଯୋଗ ସାଟେଲାଇଟ । ଯାହାର ଓଜନ ରହିଛି 4 ହଜାର 180 କିଲୋ । ଏହା ଭାରତର ସମସ୍ତ ଡିଟିଏଚ (ଟେଲିଭିଜନ) ଆପ୍ଲିକେସନର ସମସ୍ତ ଆବଶ୍ୟକତା ପୂରଣ କରିବ ।

Gsat-24 ଲଞ୍ଚରେ ବିଳମ୍ବ...

ଜିସାଟ-୨୪ Gsat-24 କମ୍ୟୁନିକେସନ ସାଟେଲାଇଟ କୁ ନିର୍ଦ୍ଧାରିତ ସମୟ ଠାରୁ 50 ମିନିଟ ବିଳମ୍ବରେ ଲଞ୍ଚ କରାଯାଇଥିଲା । Gsat-24 କୁ ସ୍ପେଶ ଅର୍ବିଟରରେ ଭାରତୀୟ ସମୟ ଅନୁସାରେ 23 ଜୁନ ସକାଳ 2.30 ରୁ 4.13 ମଧ୍ୟରେ ପହଞ୍ଚିବାର ଥିଲା । ହେଲେ ବୈଜ୍ଞାନିକ ଟିମ 2.28 ରେ ଅତିରିକ୍ତ ଯାଞ୍ଚ ପାଇଁ ଉତକ୍ଷେପଣରେ 50 ମିନିଟ ବିଳମ୍ବ କରିଥିଲେ । ଏହା ପୁଣି ଥରେ ଭାରତୀୟ ସମୟ ରାତି 3.20 ମିନିଟରେ ଉତକ୍ଷେପଣ ହୋଇଥିଲା । ଯାହା ଜିଓ ଷ୍ଟେସନାରି ଟ୍ରାନପୋର୍ଟ ଅର୍ବିଟ ରେ ସ୍ଥାପିତ ହୋଇଛି।

ଜିସାଟ-୨୪ Gsat-24 କମ୍ୟୁନିକେସନ ସାଟେଲାଇଟ ଦ୍ବାରା ପୁରା ଭାରତରେ ଟେଲିଭିଜନ ଓ ପ୍ରସାରଣ କ୍ଷେତ୍ରରେ ଉଚ୍ଚମାନର ଆହୁରି ସେବା ମିଳିବ । ମହାକାଶ ଗବେଷଣା କ୍ଷେତ୍ରରେ ସଂସ୍କାର ପରେ ଇସ୍ରୋ ନିୟୁସ୍ପେସ ଇଣ୍ଡିଆ ଲିମିଟେଡର ଏହା ପ୍ରଥମ ଉତକ୍ଷେପଣ ଯାହା ପ୍ରଥମ ଥର ସଫଳ ହୋଇଛି ।

ବର୍ତ୍ତମାନ ସୁଦ୍ଧା ଏରିଏନ-୫ ମୋଟ ୧୧୩ ଟି ସାଟେଲାଇଟ ଉତକ୍ଷେପଣ କରିସାରିଲାଣି। ଏହାସହ ଏସିଆ-ପେସିଫିକ ଅଞ୍ଚଳରେ ମଧ୍ୟ ‘ବ୍ରଡବ୍ୟାଣ୍ଡ କଭରେଜକୁ ଆହୁରି ଉନ୍ନତ ଓ ଉଚ୍ଚମାନର କରିବା ପାଇଁ ଏରିଏନସ୍ପେସ ଲକ୍ଷ୍ୟ ରଖିଛି ।

ସୂଚନାଯୋଗ୍ୟ ମହାକାଶ ବିଭାଗ ଅଧୀନରେ ଥିବା ଭାରତ ସରକାରଙ୍କ କମ୍ପାନି ‘ନିୟୁସ୍ପେସ ଇଣ୍ଡିଆ ଲିମିଟେଡ’ ସମଗ୍ର ସାଟେଲାଇଟ କାର୍ଯ୍ୟକଳାପ ଟାଟା ସ୍କାଏକୁ ଲିଜ ଦେଇଛି। ଜିସାଟ-୨୪ Gsat-24 ସାଟେଲାଇଟ ପୁରା ପାଣ୍ଠି ଓ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ନିୟୁସ୍ପେସ ଇଣ୍ଡିଆ ଲିମିଟେଡ ପାଖରେ ରହିଛି ।

ଜିସାଟ-୨୪ Gsat-24 କମ୍ୟୁନିକେସନ ସାଟେଲାଇଟ ଭାରତରେ ନିର୍ମାଣ ହୋଇଥିବା ବେଳେ, ଏହାକୁ Antonov an 124 ବିମାନ ଜରିଆରେ ଆମେରିକା ସ୍ଥାନାନ୍ତର କରିବାର ଥିଲା । ଏହା ସମ୍ଭବ ନହେବାରୁ ଇସ୍ରୋ ବାୟୁସେନାର ଦୁଇଟି C-17 ବିମାନ ଜରିଆରେ ସ୍ଥାନାନ୍ତର କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.