ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଅଶ୍ବିନୀଙ୍କ ଉପହାର, ରେଳ କୌଶଳ ବିକାଶ ଯୋଜନାର ଆରମ୍ଭ

author img

By

Published : Sep 17, 2021, 5:38 PM IST

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଅଶ୍ବିନୀଙ୍କ ଉପହାର, ରେଳ କୌଶଳ ବିକାଶ ଯୋଜନାର ଆରମ୍ଭ

ପ୍ରଧାନମନ୍ତ୍ରୀଙ୍କୁ ଉପରାହ ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଶୁକ୍ରବାର ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା(PMKVY) ଅନ୍ତର୍ଗତ ରେଳ କୌଶଳ ବିକାଶ ଆରମ୍ଭ କରିଛନ୍ତି ମନ୍ତ୍ରୀ ଅଶ୍ବିନୀ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଉପରାହ ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଶୁକ୍ରବାର ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା(PMKVY) ଅନ୍ତର୍ଗତ ରେଳ କୌଶଳ ବିକାଶ ଆରମ୍ଭ କରିଛନ୍ତି ମନ୍ତ୍ରୀ ଅଶ୍ବିନୀ । ଏହି ଯୋଜନାରେ ୩ ବର୍ଷ ମଧ୍ୟରେ ୫୦ ହଜାର ଆଶାୟୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

ପ୍ରାଥମିକ ପର୍ଯ୍ୟାୟରେ ୧୦୦୦ ଆଶାୟୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ପ୍ରଶିକ୍ଷଣର ୪ଟି ଟ୍ରେଡ ରହିଛି । ଏଥିରେ ଇଲେକ୍ଟ୍ରିସିଆନ, ୱେଲ୍ଡର, ମେସିନିଷ୍ଟ ଓ ଫିଟର ସାମିଲ ରହିଛନ୍ତି । ଏମାନଙ୍କୁ ଏହି ଯୋଜନା ଆଧାରରେ ଟ୍ରେନିଂ ଦିଆଯିବ । ଏଥିରେ ୧୦୦ ଘଣ୍ଟାର ପ୍ରାଥମିକ ପ୍ରଶିକ୍ଷଣ ସାମିଲ ରହିଛି ।

ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ହଜାର ଯୁବପୀଢିଙ୍କୁ କହିଛନ୍ତି, ଏହି ଯୋଜନା କେବଳ ଯୁବବର୍ଗଙ୍କ ନିଯୁକ୍ତିରେ ଉନ୍ନତି ଆଣିବ ନାହିଁ ବରଂ ଆତ୍ମନିର୍ଭରଶୀଳତାର ଦକ୍ଷତାକୁ ମଧ୍ୟ ଉନ୍ନତ କରିବ । ଯେଉଁମାନେ ପୁନ କୌଶଳ ଓ ଅପ ସ୍କିଲିଙ୍ଗ ମାଧ୍ୟମରେ ଠିକାଦାରଙ୍କ ସହ କାମ କରୁଛନ୍ତି ଓ ସ୍କିଲ ଇଣ୍ଡିଆ ମିଶନରେ ଯୋଗଦାନ ଦେଉଛନ୍ତି ସେମାନଙ୍କ ପାଇଁ ନୂତନ ସୁଯୋଗ ବୋଲି କହିଛନ୍ତି ରେଳମନ୍ତ୍ରୀ ।

ଦଶମ ପାସ୍ ଏବଂ 18ରୁ 35 ବର୍ଷ ମଧ୍ୟରେ ପ୍ରାର୍ଥୀମାନେ ଆବେଦନ କରିବାକୁ ଯୋଗ୍ୟ ହେବେ । ତେବେ ଏହି ପ୍ରଶିକ୍ଷଣ ଆଧାରରେ ଯୋଜନାରେ ଅଂଶଗ୍ରହଣକାରୀଙ୍କ ରେଳବାଇରେ ଚାକିରୀ ପାଇବା ପାଇଁ କୌଣସି ଦାବି ରହିବ ନାହିଁ। ଏହି ପାଠ୍ୟକ୍ରମ ପାଇଁ ନୋଡାଲ୍ PU ବନାରସ୍ ଲୋକୋମୋଟିଭ ୱାର୍କସଙ୍କ ପକ୍ଷରୁ କାର୍ଯ୍ୟକ୍ରମ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏହା ଅଂଶଗ୍ରହଣକାରୀମାନଙ୍କର ଏକ କେନ୍ଦ୍ରୀୟ ଡାଟାବେସ ବଜାୟ ରଖିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.