Train Guard Name Changed: ଏଣିକି ଟ୍ରେନ ଗାର୍ଡ ନୁହେଁ, ମ୍ୟାନେଜର

author img

By

Published : Jan 15, 2022, 10:15 AM IST

Train Guard Name Changed: ଏଣିକି ଟ୍ରେନ ଗାର୍ଡ ନୁହେଁ, ମ୍ୟାନେଜର

ବଦଳିଲା ଟ୍ରେନ ଗାର୍ଡର ନାମ । ଏଣିକି ଟ୍ରେନ ଗାର୍ଡ ନୁହେଁ ଡକାଯିବ ଟ୍ରେନ ମ୍ୟାନେଜର । ରେଳ ମନ୍ତ୍ରାଳୟର ସୂଚନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଏଣିକି ଟ୍ରେନ ଗାର୍ଡ ନୁହେଁ, କୁହାଯିବ ଟ୍ରେନ ମ୍ୟାନଜର । ଟ୍ରେନ ଗାର୍ଡର ନାମ ପରିବର୍ତ୍ତନ କଲା ଭାରତୀୟ ରେଳବାଇ । ରେଲୱେର ନିର୍ଦ୍ଦେଶାନୁଯାୟୀ, ବର୍ତ୍ତମାନ ଟ୍ରେନ ଗାର୍ଡର ନାମ ଟ୍ରେନ ମ୍ୟାନେଜର ହେବ(Indian Railways redesignates post of Guard as Train Manager) । ରେଳ ମନ୍ତ୍ରାଳୟ(Ministry of Railways) ପକ୍ଷରୁ ଟ୍ବିଟ୍ ଯୋଗେ ଏହି ସୂଚନା ଦିଆଯାଇଛି । ତୁରନ୍ତ ଏହି ଆଦେଶ କାର୍ଯ୍ୟକାରୀ କରାଯିବାକୁ ନିର୍ଦ୍ଦେଶ ଦେଇଛି ମନ୍ତ୍ରାଳୟ ।

  • Indian Railways has decided to redesignate the post of "Guard" as "Train Manager" with immediate effect.

    The revised designation is more in consonance with their existing duties & responsibilities and will improve the motivation level of Guards now Train Managers. pic.twitter.com/dNSsnYormd

    — Ministry of Railways (@RailMinIndia) January 14, 2022 " class="align-text-top noRightClick twitterSection" data=" ">

ସେହିପରି ଆସିଷ୍ଟାଣ୍ଟ ଗାର୍ଡକୁ ଆସିଷ୍ଟାଣ୍ଟ ପାସେଞ୍ଜର ଟ୍ରେନ ମ୍ୟାନେଜର(Assistant Passenger Train Manager) ଭାବେ ପୁନଃନାମିତ କରାଯାଇଛି । ଏହିକ୍ରମରେ ସିନିୟର ପାସେଞ୍ଜର ଗାର୍ଡଙ୍କୁ ସିନିୟର ପାସେଞ୍ଜର ଟ୍ରେନ ମ୍ୟାନେଜର(Senior Passenger Train Manager) ବୋଲି ସମ୍ବୋଧନ କରାଯିବ । ରେଲୱେ ବୋର୍ଡ ଚେୟାରମ୍ୟାନ ପଦରେ ସିଇଓ ଟାଇଟେଲ୍ ଯୋଡିହେବା ପରେ ରେଲୱେ ଟ୍ରେନ ଗାର୍ଡ ନାମ ବଦଳାଇଛି । ଏନେଇ ରେଲୱେ ଅଧିକାରୀଙ୍କ କହିବାର କଥା 'ଗାର୍ଡ' ଶବ୍ଦ ସମ୍ମାନଜନକ ନଥିଲା । ତେଣୁ ଏହାକୁ ପରିବର୍ତ୍ତନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.