India Corona: ଆଉ ୧୮,୯୮୭ ନୂଆ ସଂକ୍ରମିତ ଚିହ୍ନଟ

author img

By

Published : Oct 14, 2021, 10:03 AM IST

Updated : Oct 14, 2021, 10:11 AM IST

India Corona: ୧୮,୯୮୭ ନୂଆ ସଂକ୍ରମିତ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮,୯୮୭ ନୂଆ ସଂକ୍ରମିତ ଚିହ୍ନଟ । ସେପଟେ ଖୁବଶୀଘ୍ର ୧ ବିଲିୟନ ଟୀକାକରଣ ପୂରଣ କରିବାକୁ ଯାଉଛି ଭାରତ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଆସିଲା ଭାରତର ଦୈନିକ ସଂକ୍ରମଣ ରିପୋର୍ଟ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮, ୯୮୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୧୯, ୮୦୮ ଜଣ ସୁସ୍ଥ ହୋଇଥିବାବେଳେ ଗୋଟିଏ ଦିନରେ ୨୪୬ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜିର ନୂଆ କୋରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମଣ 3,40,20,730କୁ ବୃଦ୍ଧି ପାଇଛି । ଦେଶରେ ମୋଟ ୩, ୩୩,୬୨,୭୦୯ ଜଣ ଆକ୍ରାନ୍ତ ଏ ପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତରେ ସମୁଦାୟ ୨,୦୬,୫୮୬ ଟି ସକ୍ରିୟ ମାମଲା ରହିଛି ।

ICMR ଅନୁଯାୟୀ, ଗତ ୨୪ ଘଣ୍ଟାରେ ୧୩,୦୧,୦୮୩ଟି ସାମ୍ପୁଲ ଟେଷ୍ଟ କରାଯାଇଥିଲା । ଅକ୍ଟୋବର ୧୩ ସୁଦ୍ଧା ଦେଶରେ ମୋଟ ୫୮, ୭୬,୬୪,୫୨୫ଟି ସାମ୍ପୁଲ ପରୀକ୍ଷା ହୋଇଛି । ସେହିପରି ବର୍ତ୍ତମାନ ଭାରତ ୧ ବିଲିୟନ ଟୀକାକରଣର ମାଇଲଖୁଣ୍ଟ ହାସଲ କରିବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୯୬.୮୨ କୋଟି ଡୋଜ୍ ଲୋକଙ୍କୁ ଦିଆଯାଇଛି ।

@ANI

Last Updated :Oct 14, 2021, 10:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.