India Corona: ଗୋଟିଏ ଦିନରେ 15823 ସଂକ୍ରମିତ, ୨୨୬ ମୃତ

author img

By

Published : Oct 13, 2021, 9:40 AM IST

Updated : Oct 13, 2021, 10:45 AM IST

India corona: ଗୋଟିଏ ଦିନରେ 15,823 ସଂକ୍ରମିତ, ୨୨୬ ମୃତ

ହ୍ରାସ ପାଉଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର ୧୫, ୮୨୩ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଦେଶର ତଳମୁହାଁ ମହାମାରୀ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର ୧୫, ୮୨୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ ସଂକ୍ରମଣ 3,40,01,743କୁ ବୃଦ୍ଧି ପାଇଛି । ସେହିପରି ଗୋଟିଏ ଦିନରେ 22,844 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଦେଶରେ ୨୨୬ ଜଣଙ୍କ ମୁଣ୍ଡ ନେଇଛି କିଲର ଭାଇରସ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ।

ବର୍ତ୍ତମାନ ସୁଦ୍ଧା ଦେଶରେ ସମୁଦାୟ 3,40,01,743 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ମୋଟ 3,33,42,901 ଜଣ ସୁସ୍ଥ ହୋଇସାରିଛନ୍ତି । ଯାହାପରେ ବର୍ତ୍ତମାନ 2,07,653ଟି ସକ୍ରିୟ ମାମଲା ରହିଛି । ଏଯାବତ୍ ଦେଶରେ ମୋଟ 4,51,189 ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି ।

ଅନ୍ୟପଟେ ଗୋଟିଏ ଦିନରେ ଭାରତରେ 50,63,845 ଡୋଜ୍ ଟୀକାକରଣ କରାଯାଇଛି । ଏହାପରେ ଦେଶର ମୋଟ ଟୀକାକରଣ 96,43,79,212ରେ ପହଞ୍ଚିଛି ।

@ANI

Last Updated :Oct 13, 2021, 10:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.