Financial Support To Sri Lanka: 4 ବଲିୟନ ଆମେରିକୀୟ ଡଲାର ମୂଲ୍ୟର ସହୟତା ପଠାଇଛି ଭାରତ

author img

By

Published : Sep 20, 2022, 10:19 PM IST

Updated : Sep 20, 2022, 10:35 PM IST

financial support to Sri Lanka: 4 ବଲିୟନ ଆମେରିକୀୟ ଡଲାରର ସହୟତା ରାଶି ପଠାଇଛି ଭାରତ

ଆର୍ଥିକ ସଙ୍କଟ ମଧ୍ୟରେ 4 ବଲିୟନ ଆମେରିକୀୟ ଡଲାରର ସହୟତା ରାଶି ପଠାଇଛି ଭାରତ । ଏକାଧିକ ପର୍ଯ୍ୟାୟରେ କଲୋମ୍ବୋ ଯାଇଛି ଇନ୍ଧନ, ଖାଦ୍ୟ ଶସ୍ୟ, ଔଷଧ ଓ ଚିକିତ୍ସା ସାମଗ୍ରୀ (India's financial support to Sri Lanka)। ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପଡୋଶୀ ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ଚଳିତ ବର୍ଷ ଭାରତ ପ୍ରାୟ 4 ବଲିୟନ ଆମେରିକୀୟ ଡଲାର (USD 4 billion)ର ସହୟତା ରାଶି ପଠାଇ ସାରିଛି । ଏହି ସହୟତା ରାଶି ଏକାଧିକ ସିପମେଟରେ କଲମ୍ବୋକୁ ପଠାଯାଇଥିବା ବେଳେ ଏଥିରେ ଖାଦ୍ୟ ସାମଗ୍ରୀ, ଇନ୍ଧନ, ଔଷଧ ଓ ଜରୁରୀ ଚିକିତ୍ସା ସାମଗ୍ରୀ ଆଦି ରହିଛି । ଆଜି ଏକ କାର୍ଯ୍ୟକ୍ରମରେ ଗଣମାଧ୍ୟମର ଏହି ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି କଲମ୍ବୋରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ପ୍ରବକ୍ତା (indias financial support to Sri Lanka)। ଉଚ୍ଚ ଆୟୋଗ କାର୍ଯ୍ୟାଳୟର ପ୍ରବକ୍ତା ଏହି ପ୍ରଶ୍ନର ଉତ୍ତରରେ କହିଛନ୍ତି, ବର୍ତ୍ତମାନ ଜାରି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ଭାରତ ପ୍ରାରମ୍ଭରୁ ତାର ଦାୟିତ୍ବ ଲିଭାଇ ଆସିଛି । କେବଳ ଏତିକି ନୁହେଁ ବରଂ ବହୁପାକ୍ଷିକ ସମ୍ପର୍କରେ ଅନ୍ୟ ଦେଶଙ୍କୁ ମଧ୍ୟ ସହଯୋଗର ହାତ ବଢାଇବା ପାଇଁ ଭାରତ କହିଆସିଛି ।

କମିଶନ କାର୍ଯ୍ୟାଳୟ ପ୍ରବକ୍ତା କହିଛନ୍ତି, ଶ୍ରୀଲଙ୍କାବାସୀ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୂର କରିବା ପାଇଁ ଭାରତ ଚଳିତ ବର୍ଷ ପ୍ରାୟ 4 ବିଲିୟନ ଆମେରିକୀୟ ଡଲାରର ସହାୟତା ଯୋଗାଇ ଦେଇଛି । ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସହାୟତା ପାଇଁ ଅନ୍ୟ ରାଷ୍ଟ୍ରଙ୍କ ନିକଟରେ ପ୍ରସ୍ତାବ ରଖିଛି । ବର୍ତ୍ତମାନର ସଙ୍କଟ ସ୍ଥିତିରେ ଭାରତ ମଧ୍ୟ ଶ୍ରୀଲଙ୍କା ସହିତ ରହିଛି ।

ଶ୍ରୀଲଙ୍କାରେ ଗତ କିଛି ମାସ ଧରି ଆନ୍ଦୋଳନ ହିଂସକ ରୂପ ନେବାରେ ଲାଗିଥିଲା । ପରବର୍ତ୍ତୀ ସ୍ଥିତିରେ ଏହା ରାଜନୈତିକ ଅସ୍ଥିରତା ଓ ଗୃହଯୁଦ୍ଧ ପରି ସ୍ଥିତି ମଧ୍ୟ ସୃଷ୍ଟି କରିଥିଲା । ଭାରତ ପଡୋଶୀ ପ୍ରଥମ ମନ୍ତ୍ରରେ ବିଶ୍ବାସ କରେ ଓ ସମସ୍ତ ସହଯୋଗ ଜାରି ରଖିବ ବୋଲି ପ୍ରଥମରୁ ସ୍ପଷ୍ଟ କରିବା ସହ ସହୟତା ଯୋଗାଣ ଶୃଙ୍ଖଳା ମଧ୍ୟ ଆରମ୍ଭ କରିଥିଲା । ଏକାଧିକ ପର୍ଯ୍ୟାୟ ଓ ଏକାଧିକ ସିପମେଟରେ କଲୋମ୍ବୋକୁ ସହୟତା ରାଶି ପଠାଇଥିଲା ନୁଆଦିଲ୍ଲୀ । ଏହି ପରିମାଣ 4 ବିଲିୟନ ଆମେରିକୀୟ ଡଲାରରୁ ଉର୍ଦ୍ଧ୍ବ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 20, 2022, 10:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.