‘ଅଣ ବିଜେପି ଦଳ ଏକଠି ହେଲେ ରାଜ୍ୟସଭାରେ କାଟ ଖାଇବ କେନ୍ଦ୍ର ଅଧ୍ୟାଦେଶ’

author img

By

Published : May 25, 2023, 9:45 PM IST

‘ଅଣ ବିଜେପି ଦଳ ଏକଠି ହେଲେ ରାଜ୍ୟସଭାରେ କାଟ ଖାଇବ କେନ୍ଦ୍ର ଅଧ୍ୟାଦେଶ’

ଉଦ୍ଧବଙ୍କ ପରେ ଶରଦ ପାଓ୍ବାର ଦେଲେ କେଜ୍ରିଓ୍ବାଲଙ୍କୁ ବଳ । କେଜ୍ରିଓ୍ବାଲ କହିଲେ, ଅଣ ବିଜେପି ଦଳ ଏକଠି ହେଲେ ରାଜ୍ୟସଭାରେ କାଟ ଖାଇବ କେନ୍ଦ୍ର ଅଧ୍ୟାଦେଶ । ସମ୍ବିଧାନର ରକ୍ଷା ପାଇଁ ସମସ୍ତ ଅଣ ବିଜେପି ଦଳ ଏକାଠି ହେବା ଉଚିତ । ଅଧିକ ପଢନ୍ତୁ

ମୁମ୍ବାଇ: ଯଦି ବିରୋଧୀ ଦଳ ଏକାଠି ହେବେ, ତେବେ ଦିଲ୍ଲୀ ପ୍ରଶାସନିକ ନିୟନ୍ତ୍ରଣ ପାଇଁ କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ଉଚ୍ଚ ସଦନ (ରାଜ୍ୟସଭା)ରେ ପାରିତ ହୋଇନପାରି କାଟ ଖାଇବ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଆଜି (ଗୁରୁବାର) ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟି ଆଲୋଚନା କରିବା ପରେ ପ୍ରେସମିଟ କରି ଏହା କହିଛନ୍ତି ଆପ ମୁଖ୍ୟ । ମୁମ୍ବାଇ ଗସ୍ତର ଦ୍ବିତୀୟ ଦିନରେ ଆଜି ପାଓ୍ବାରଙ୍କ ସହ ଆଲୋଚନା ହେବା ପରେ ଏକ ପ୍ରେସମିଟରେ ଶରଦ ପାଓ୍ବାରଙ୍କ ସହ ଆପ ଟିମ୍‌କୁ ଦେଖିବାକୁ ମିଳିଥିଲା ।

‘ଅଣ ବିଜେପି ଦଳ ଏକଠି ହେଲେ ରାଜ୍ୟସଭାରେ କାଟ ଖାଇବ କେନ୍ଦ୍ର ଅଧ୍ୟାଦେଶ’
‘ଅଣ ବିଜେପି ଦଳ ଏକଠି ହେଲେ ରାଜ୍ୟସଭାରେ କାଟ ଖାଇବ କେନ୍ଦ୍ର ଅଧ୍ୟାଦେଶ’

ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେଜ୍ରିଓ୍ବାଲ ପୂର୍ବ ଯୁକ୍ତି ଦୋହରାଇବା ସହ କହିଥିଲେ, କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ସଂଘୀୟ ବ୍ୟବସ୍ଥାକୁ ପ୍ରଭାବିତ କରିବ । ଆଜି ଆଲୋଚନାରେ ଏନସିପି ଦିଲ୍ଲୀ ସରକାରଙ୍କୁ ସମର୍ଥନ ଘୋଷଣା କରିଛି । ସଂସଦରେ ଏହି ବିଲ ଆଗତ ସମୟରେ ଏନସିପି ଆମ ଆଦମୀ ପାର୍ଟି ସମର୍ଥନରେ ରହିବ । ଯେତେବେଳେ ଜନତା ବିଜେପି ବିରୋଧରେ ଭୋଟ ଦେଇ କୌଣସି ଅଣ ବିଜେପି ସରକାର ଗଠନ କରିବା ଦିଗରେ ଜନାଦେଶ ଦେଉଛନ୍ତି, ସେତେବେଳେ ବିଜେପି 3ଟି ପ୍ରଣାଳୀ ବ୍ୟବହାର କରି ସରକାରକୁ କାର୍ଯ୍ୟ କରିବାରୁ ରୋକୁଛି ।

ପ୍ରଥମତଃ ବିଧାୟକଙ୍କୁ କିଣିବା ପ୍ରୟାସ କରୁଛି ବିଜେପି । ଏପରି ନହେଲେ ବିଜେପି ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପରି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇବା ପରି କାର୍ଯ୍ୟ କରୁଛି । ଏଥିରେ ସଫଳ ନହେଲେ ବିଜେପି ସରକାର ଅଧ୍ୟାଦେଶ ଆଣି ନିର୍ବାଚିତ ସରକାରଙ୍କ କ୍ଷମତା ହ୍ରାସ କରିବାକୁ ପ୍ରୟାସ କରୁଛି । ଏହା ସଂଘୀୟ ବ୍ୟବସ୍ଥାକୁ ପ୍ରଭାବିତ କରିବ । ଯଦି ଅଣ ବିଜେପି ପାର୍ଟିମାନେ ଏକାଠି ହୋଇପାରିବେ, ତେବେ ଦିଲ୍ଲୀ ପ୍ରସଙ୍ଗରେ କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ରାଜ୍ୟସଭାରେ କାଟ ଖାଇବ । ଏହା କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ଦେଶ ଓ ସମ୍ବିଧାନକୁ ଭଲ ପାଉଥିବା ରାଜନୈତିକ ଦଳମାନେ ଏକାଠି ହେବା ଉଚିତ ।

ମୁମ୍ବାଇ ଗସ୍ତର ପ୍ରଥମ ଦିନରେ ଗତକାଲି (ବୁଧବାର) ଉଦ୍ଧବ ଠାକରେଙ୍କୁ ଭେଟି କେଜ୍ରିଓ୍ବାଲ ଏହି ପ୍ରସଙ୍ଗରେ ସମର୍ଥନ ହାସଲ କରିଥିବା ବେଳେ ଆଜି ଶରଦ ପାଓ୍ବାର ମଧ୍ୟ କେଜ୍ରିଓ୍ବାଲଙ୍କୁ ସମର୍ଥନ ଦେଇଛନ୍ତି । ସର୍ବୋଚ୍ଚ କୋର୍ଟଙ୍କ ଗ୍ରୀଷ୍ମ ଛୁଟି ଶେଷ ହେବା ଯାଏ ଦିଲ୍ଲୀ ସରକାର ଅପେକ୍ଷା କରିଥିବା ବେଳେ ସଂସଦ ଆରମ୍ଭ ହେବା ପୂର୍ବରୁ ଏହାକୁ ଗୃହରେ ପାରିତ କରାଇ ନଦେବା ପାଇଁ ମଧ୍ୟ କେଜ୍ରିଓ୍ବାଲ ରାଜନୈତିକ ସମର୍ଥନ ଯୋଗାଡ଼ କରିବାରେ ଲାଗିଛନ୍ତି । ସେ ସମସ୍ତ ଅଣ ବିଜେପି ଦଳର ମୁଖ୍ୟଙ୍କ ସହ ଆଲୋଚନା କରିବେ ବୋଲି କହି ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.