ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀରୁ ମିଳିଲା IED

author img

By

Published : Jan 14, 2022, 3:29 PM IST

Updated : Jan 14, 2022, 4:40 PM IST

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀରୁ ମିଳିଲା IED

ପୂର୍ବ ଦିଲ୍ଲୀ ଗାଜିପୁର ଫୁଲ ମାର୍କେଟରୁ ବିସ୍ଫୋରକ ଜବତ । ମାମଲା ରୁଜୁ କରି ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀରେ ଆତଙ୍କୀ କାର୍ଯ୍ୟକଳାପ । ଦିଲ୍ଲୀ ମାର୍କେଟରୁ ମିଳିଲା IED । ପୂର୍ବ ଦିଲ୍ଲୀ ଗାଜିପୁର ଅଞ୍ଚଳରୁ ସୁରକ୍ଷିତ ଭାବେ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ ।

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀରୁ ମିଳିଲା IED

ସୂଚନା ଅନୁଯାୟୀ, ଗାଜିପୁର ଫୁଲ ମାର୍କେଟରେ ଏକ ବ୍ୟାଗରେ ବନ୍ଧାହୋଇ ରହି ଥିବାବେଳେ IED ଜବତ କରାଯାଇଛି । ଜାତୀୟ ସୁରକ୍ଷା ଗାର୍ଡ(NSG) ଏହାକୁ ଜବତ କରିଥିବା ଜଣାପଡିଛି । ଦିଲ୍ଲୀ ପୋଲିସ ଏନେଇ ବିସ୍ଫୋରକ ଆଇନ ଅଧୀନରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅଗ୍ନିଶମ ବାହିନୀ ବିଭାଗ ନୁସାରେ ଆଜି(ଶୁକ୍ରବାର) ସକାଳ ପ୍ରାୟ ୧୦ ଟା ୧୯ ସମୟରେ ଏନେଇ ସେମାନଙ୍କୁ ଖବର ଦିଆଯାଇଥିଲା । ସକାଳ ୧୧ ଟାରେ IED ଜବତ ହୋଇ ଥିବାବେଳେ ଦିନ ୧ଟା ୩୦ ରେ ନିଷ୍କ୍ରିୟ କରାଯାଇଥିବା ନେଇ ଜାତୀୟ ସୁରକ୍ଷା ଗାର୍ଡ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଗାଜିପୁରରୁ IED ବିସ୍ଫୋରକ ପ୍ରସ୍ତୁତ ହେଉଥିବା କେମିକାଲ କମ୍ପାଉଣ୍ଡ୍ସ ଆମୋନିୟମ ନାଇଟ୍ରେଟ ଏବଂ RDX କୁ ବୋମା ନିଷ୍କ୍ରିୟକାରୀ ସ୍କ୍ବାର୍ଡ NSG ଜବତ କରିଛି । ତେବେ କିଏ ଏବଂ କେଉଁ କାରଣରୁ ବିସ୍ଫୋରକ ବ୍ୟାଗ ରଖିଥିଲା ସେନେଇ ଅଧିକ ତଦନ୍ତ ଜାରିରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 14, 2022, 4:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.