ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ମୋଦି ବିରୋଧି BBC ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ

author img

By

Published : Jan 24, 2023, 10:40 AM IST

ମୋଦି ବିରୋଧି ବିବିସି ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ

ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପ୍ରଦର୍ଶିତ ହେଲା ମୋଦିଙ୍କ ଉପରେ ନିର୍ମିତ BBC ଡକ୍ୟୁମେଣ୍ଟାରୀ । ଦେଖିଲେ ୫୦ରୁ ଅଧିକ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା BBC ଦ୍ବାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ଲାଗି ରହିଛି । ଭାରତରେ ୟୁଟ୍ୟୁବ ଓ ଟ୍ବିଟରରୁ ଏହି ଡକ୍ୟୁମେଣ୍ଟାରୀକୁ ବ୍ୟାନ କରାଯାଇଛି । ଏହାସତ୍ତ୍ବ ମଧ୍ୟ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଏହି ବିବାଦୀୟ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ହୋଇଛି । ଏକ ଇସଲାମିକ ଛାତ୍ର ସଂଗଠନ ଦ୍ବାରା କ୍ୟାମ୍ପସ ଭିତରେ ଏହାକୁ ସ୍କ୍ରିନିଂ କରାଯାଇଛି । ବିଶ୍ବବିଦ୍ୟାଳୟର ୫୦ରୁ ଅଧିକ ଛାତ୍ର ଏହି ଡକ୍ୟୁମେଣ୍ଟାରୀ ଦେଖିଛନ୍ତି । ଏନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ABVP) ପକ୍ଷରୁ ଅଭିଯୋଗ ହୋଇଛି ।

ଇସଲାମିକ ଛାତ୍ର ସଂଗଠନ(SIO) ଏବଂ ମୁସଲିମ ଛାତ୍ର ସଂଘ ଦ୍ବାରା ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଭିତରେ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ABVP ଛାତ୍ର ନେତା ମହେଶ କହିଛନ୍ତି ଯେ, ''BBC ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ସମ୍ପର୍କରେ ଆମେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛୁ । ଯେଉଁମାନେ ଏହି କାର୍ଯ୍ୟରେ ଜଡିତ ଅଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛୁ । ସମ୍ପୃକ୍ତ ଛାତ୍ର ଗୋଷ୍ଠୀ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଏହାକୁ କ୍ୟାମ୍ପସରେ ପ୍ରଦର୍ଶିତ କରିଛି । ଯାହାକୁ ଅନେକ ପିଲା ଦେଖିଛନ୍ତି ।

ଅନ୍ୟପଟେ ପୋଲିସ କହିଛି, କ୍ୟାମ୍ପସ ଭିତରେ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ସମ୍ପର୍କରେ ଆମେ ସୂଚନା ପାଇଛୁ । ମାତ୍ର ଏନେଇ ଏ ଯାଏଁ କୌଣସି ଲିଖିତ ଅଭିଯୋଗ ହୋଇନାହିଁ । ଯଦି ଥାନାରେ ଅଭିଯୋଗ ହୁଏ ତେବେ ଏହାର ତଦନ୍ତ କରାଯିବ ।

ଏହାମଧ୍ୟ ପଢନ୍ତୁ: ଆମେରିକାରେ ଗୁଜୁରାଟ ବାସିନ୍ଦାଙ୍କୁ ଗୁଳିକରି ହତ୍ୟା, ପତ୍ନୀ ଓ ଝିଅ ଗୁରୁତର

ପ୍ରକାଶଥାଉ କି, ୨୦୦୨ ଗୁଜୁରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକା ସମ୍ପର୍କରେ BBC ଦ୍ବାରା 'India: The Modi Question' ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ ହୋଇଛି । ଏଥିରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୋଦିଙ୍କ ଭୂମିକାକୁ ଅତି ବିବାଦୀୟ ଭାବେ ଚିତ୍ରଣ କରାଯାଇଛି । ଏହାକୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ପ୍ରୋପାଗାଣ୍ଡା ବା ମିଥ୍ୟା ପ୍ରଚାର ବୋଲି କହିଛି । ଉଦ୍ଦେଶ୍ୟମୂଳକ ଭାବେ ଘୃଣା ସୃଷ୍ଟି କରିବା ପାଇଁ ପ୍ରୋପାଗଣ୍ଡା ଆଧାରରେ ପ୍ରସ୍ତୁତ ହୋଇଥିବା ଓ ଏଥିରେ ଘଟଣାର ପ୍ରକୃତ କଥାବସ୍ତୁ ସ୍ଥାନ ପାଇନଥିବା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ବିବିସି ପକ୍ଷରୁ ଏହାକୁ ଭାରତରେ ପ୍ରଦର୍ଶିତ କରାଯାଇନଥିବା ବେଳେ ୟୁରୋପ ଓ ଅନ୍ୟାନ୍ୟ ଦେଶରେ ପ୍ରଦର୍ଶିତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.