Horoscope: ମାର୍ଚ୍ଚ 19 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
Published: Mar 19, 2023, 6:29 AM

Horoscope: ମାର୍ଚ୍ଚ 19 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
Published: Mar 19, 2023, 6:29 AM
ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢ଼ନ୍ତୁ, ଆଜିର ରାଶିଫଳ
ମେଷ: ଆଜି ଦିନଟି ଯାତ୍ରାପାଇଁ ଅତ୍ୟନ୍ତ ଶୁଭଙ୍କର ଅଟେ । ଆପଣଙ୍କ ବ୍ୟବସାୟରେ ସଂପୃକ୍ତ ଥିବା ବ୍ୟବସାୟୀଙ୍କ ଠାରୁ ଆପଣ ଅର୍ଥ ଆଦାୟ କରିବେ । ସେମାନେ ପରିଶୋଧ କରିଥିବା ଅର୍ଥ ଆପଣ ନିଜର ବ୍ୟବସାୟର ଅଭିବୃଦ୍ଧି ନିମନ୍ତେ ଲଗାଇବେ । ଆପଣଙ୍କ ପୁଞ୍ଜିକୁ ପୁଞ୍ଜି ବିନିଯୋଗ ସଂସ୍ଥାରେ ଖଟାଇଲେ ଳାଭଜନକ ଫେରସ୍ତ ପାଇପାରନ୍ତି । ଗୃହରେ ଏକ ବନ୍ଧୁମିଳନ ଘଟି ଏକ ବଣଭୋଜିର ଯୋଜନା କରିପାରନ୍ତି କିମ୍ଵା ଗୃହର କୌଣସି ଏକ ଶୁଭକର୍ମ ପାଇଁ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିପାରନ୍ତି । ମାତ୍ର ହଠାତ୍ ଆପଣଙ୍କ ଧର୍ମପତ୍ନୀଙ୍କ ଅସୁସ୍ଥତା ଯୋଗୁଁ ଆପଣ କରିଥିବା ଯୋଜନା ସବୁ କାର୍ଯ୍ୟକାରୀ ହୋଇନପାରେ ।
ବୃଷ: ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିପାରେ । ଗୋଟିଏ ଦିଗରେ ଆପଣଙ୍କୁ ସୁଫଳ ପ୍ରାପ୍ତ ହେଲେ ଅନ୍ୟଦିଗରେ ଅସଫଳତା ମିଳିପାରେ । ଆପଣଙ୍କ ସନ୍ତାନ ସନ୍ତତିଙ୍କ ପାଠପଢାରେ ଉନ୍ନତ ଖବର ଶୁଣି ଖୁସି ହେବାବେଳେ ଆପଣଙ୍କର ପ୍ରତିଦ୍ୱନ୍ଦୀ ମାନେ ଇର୍ଷାନ୍ୱିତ ହୋଇ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବେ । ସେମାନେ ଆପଣଙ୍କୁ ଯୁକ୍ତିତର୍କ ବଳରେ ଅବ୍ୟବସ୍ଥିତ କରିବାକୁ ଚେଷ୍ଟା କରିବେ । ଏଥିପାଇଁ ଆପଣ ସବୁବେଳେ ମାନସିକ ଅଶାନ୍ତି ଭୋଗ କରିବେ । ଧୈର୍ଯ୍ୟ ଧରନ୍ତୁ, କିଛି ଶୃତିମଧୁର ସଙ୍ଗୀତକୁ ଉପଭୋଗ କରନ୍ତୁ । ଯାହା ମନେହୁଏ ଘଟଣାଟା ସେତେ ଖରାପ ନୁହେଁ । ସୂର୍ଯ୍ୟାସ୍ତ ପରେ ଆପଣଙ୍କର ଗ୍ରହମାନେ ଶୁଭଫଳ ପ୍ରଦାନ କରିବେ ଏବଂ ଆପଣ ଖୁସିରେ ସମୟ କାଟିବେ । ବ୍ୟବସାୟରେ ଶୁଭଫଳ ପାଇବା ସଙ୍ଗେସଙ୍ଗେ ପାରିବାରିକ ଜୀବନ ସୁଖମୟ ହେବ ।
ମିଥୁନ: ଆଜି ଆପଣ କୌଣସି ନୈରାଶବାଦ ଚିନ୍ତାଧାରାକୁ ମୁଣ୍ଡରେ ନ ପୁରାଇ ଶାନ୍ତ ରୁହନ୍ତୁ । ଆଜି ଆପଣ କୌଣସି କାର୍ଯ୍ୟ ନକରି ବିଶ୍ରାମ ନିଅନ୍ତୁ । ନିଜ ଶରୀରକୁ କଷ୍ଟ ନଦେବାକୁ ଯାତ୍ରା କରନ୍ତୁ ନାହିଁ । ନିଜ ଶରୀରର ଯତ୍ନ ନେବା ଆପଣଙ୍କର ମୂଖ୍ୟ ଦାୟିତ୍ୱ । ରୁଚିପୂର୍ଣ୍ଣ ଖାଦ୍ୟ ନଖାଇଲେ ଶରୀର ପରିପୃଷ୍ଟ ହେବା ପରିବର୍ତ୍ତେ ବିଭିନ୍ନ ଶାରୀରିକ ଅସୁସ୍ଥତା ଭୋଗିପାରନ୍ତି । ନିଜର ଖର୍ଚ୍ଚରେ ପରିମାଣକୁ ରୋକିବାକୁ ସତର୍କତା ଅବଲମ୍ଵନ କରନ୍ତୁ । ଅପରାହ୍ନରେ ନିଜକୁ ପଢାପଢିରେ ବ୍ୟସ୍ତ ରଖିବେ, କିମ୍ଵା ସୃଜନାତ୍ମକ କାର୍ଯ୍ୟକଳାପରେ ଲିପ୍ତ ରହିବେ । ଆକସ୍ମିକ ଭାବେ କିଛି ଯୁବକଙ୍କ ପ୍ରଶ୍ନରେ ଆପଣ ହଡବଡେଇ ଯାଇପାରନ୍ତି ।
କର୍କଟ: ଆଜି ଦିନଟି ଆପଣ ମୌଜ ମଜଲିସରେ କାଟିବେ । ନିଜ ପସନ୍ଦ ମୁତାବକ ସୌଖିନ ପୋଷାକ ପିନ୍ଧି ଭୋଜି ଖାଇବା, ସୁସ୍ୱାଦୁ ଭୋଜନ ସହିତ ମଦ୍ୟପାନ କରିବା ପ୍ରଭୃତି ଆମୋଦ ପ୍ରମୋଦରେ ସମୟ କାଟିବେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ । ଦିନଟିକୁ ପୂର୍ଣ୍ଣପ୍ରାଣରେ ଉପଭୋଗ କରିବା ଅତୀତ ଏକ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ସ୍ଥିର କରିବେ । ଆପେକ୍ଷା କରନ୍ତୁ ଏବଂ ପ୍ରଥମେ ନୀରିକ୍ଷଣ କରିସାରିଲା ପରେ ଜୀବନକୁ ମନଭରି ଉପଭୋଗ କରନ୍ତୁ । ନିଜର କ୍ରୋଧ ସମ୍ଵରଣ କରନ୍ତୁ । ନିଜ ଧର୍ମପତ୍ନୀଙ୍କ ସହ ଉତ୍ତମ ସମ୍ପର୍କ ରଖିବାକୁ ଯତ୍ନଶୀଳ ହୁଅନ୍ତୁ । ଆର୍ଥିକ ଅବସ୍ଥାକୁ ଆଖିଆଗରେ ରଖି ଖର୍ଚ୍ଚ କରନ୍ତୁ, ଯଦିଓ ଆର୍ଥିକ ଏବଂ ବୃତ୍ତିଗତ ବ୍ୟାପାରରେ ଉନ୍ନତି ହେବାର ସମ୍ଭାବନା ଅଛି, ତଥାପି ଯତ୍ନବାନ ହୁଅନ୍ତୁ । ପରିଭ୍ରମଣରେ ଯିବାକୁ ଯୋଜନା କରିପାରନ୍ତି ।
ସିଂହ: ଆଜି ଆପଣ ଗଭୀର ଚିନ୍ତାକରି ବ୍ୟବସାୟକୁ ସଂପ୍ରସାରିତ କରିବାକୁ ଇଚ୍ଛା କରିପାରନ୍ତି । ଅର୍ଥପ୍ରାପ୍ତି ହେବାର ଯଥେଷ୍ଟ ସମ୍ଭାବନା ଅଛି । ଆଜି ଆପଣ ଖର୍ଚ୍ଚ କରିଥିବା ଟଙ୍କା ଠିକ୍ କାମରେ ବ୍ୟୟିତ ହୋଇଛି ବୋଲି ଆତ୍ମସନ୍ତୋଷ ଲାଭ କରିବେ । ଆଜି କୌଣସି ନୂତନ ଯୋଜନା କରନ୍ତୁ ନାହିଁ । ଆଜି ଯୁକ୍ତିତର୍କ ନ କରିବା ଭଲ । ଆଇନ ସମ୍ପର୍କୀୟ ଝଗଡା ଠାରୁ ଦୂରେଇ ରୁହନ୍ତୁ । ବ୍ୟବସାୟରେ ଆପଣଙ୍କର ଅଂଶୀଦାର ମାନଙ୍କ ଠାରୁ ଅଲଗା ହେବା, ଟଙ୍କା ପଇସା ଭାଗ ବଣ୍ଟା ହେବା କିମ୍ଵା ନୂତନ ଯୋଜନା ଆରମ୍ଭ କରିବାକୁ ଚିନ୍ତା କରିବେ । ଆଜି ଗ୍ରହମାନଙ୍କର ସୁପ୍ରଭାବରୁ ଏକ ବିଦେଶୀ କମ୍ପାନୀ ସହିତ ବ୍ୟବସାୟିକ କାର୍ଯ୍ୟ ପାଇଁ ପ୍ରଚୁର ଲାଭବାନ ହେବେ ।
କନ୍ୟା: ଆଜି ଦିନଟିରେ ଆପଣ କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ଶାନ୍ତିରେ ଦିନ କାଟିବେ । ଆଜି ଆପଣଙ୍କର ବାହାଘର କିମ୍ଵା କୌଣସି ସମ୍ପର୍କୀୟଙ୍କ ବାହାଘର ପାଇଁ ଜିନିଷପତ୍ର କିଣାକିଣିରେ ସମୟ କାଟିବେ । ଆଜି ଦିନଟି ବ୍ୟବସାୟରେ ପ୍ରଚୁର ଅର୍ଥଲାଭ ହୋଇପାରେ । ଆପଣ ନିଜ କାର୍ଯ୍ୟସ୍ଥଳରେ ସହକର୍ମୀ ମାନଙ୍କ ସହଯୋଗ ପାଇ ନିଜକୁ ସୌଭାଗ୍ୟଶାଳୀ ମନେ କରିବେ । ପାରିବାରିକ ଜୀବନ ତଥା ବନ୍ଧୁଜନଙ୍କ ସହ ସମ୍ପର୍କ ମଧୁମୟ ହେବ । ଶାରୀରିକ ସୁସ୍ଥତା ବଜାୟ ରହିବ ।
ତୁଳା: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଆଜିର କ୍ଲାନ୍ତିଜନକ ଦିନରେ ଅପଣ ମାନସିକ ଦୁଃଶ୍ଚିନ୍ତା ଘେରରେ ଶିଥିଳତା ପ୍ରଦର୍ଶନ କରିବେ । ବହୁଦିନ ଚାପ ଯୋଗୁଁ ଆପଣ ଏହି ଫଳାଫଳ ଭୋଗ କରିବେ । ତେଣୁ ବର୍ତ୍ତମାନ ଭାବିବାକୁ ସମୟ ଅଛି । ଆପଣ ଧୈର୍ଯ୍ୟ ନ ହରାଇ ଶାନ୍ତ ରୁହନ୍ତୁ । ନିଜ ପରିବାରରେ ଥିବା ମନୋମାଳିନ୍ୟକୁ ଦୂର କରିବାକୁ ଚେଷ୍ଟା କରନ୍ତୁ । ନଚେତ୍ ଏହା ଆପଣଙ୍କ ଆୟତ୍ତ ବାହାରକୁ ଚାଲିଯାଇପାରେ । ସାମାଜିକ ଜୀବନରେ ଅଜ୍ଞାତ ଭାବେ ଏକ ଲଜ୍ଜାଜନକ ପରିସ୍ଥିତିକୁ ସାମନା କରିପାରନ୍ତି । ମାତ୍ର ମଧ୍ୟାହ୍ନ ସୁଦ୍ଧା ଏହା ଶୀଘ୍ର ସମାଧାନ ହୋଇଯିବ । ଆପଣ ନିଜକୁ ଚିତ୍ରକଳା କିମ୍ଵା ସୃଜନାତ୍ମକ କାର୍ଯ୍ୟକଳାପରେ ବ୍ୟସ୍ତ ରହିବେ ।
ବିଛା: ବହୁଦିନରୁ ଆପଣଙ୍କର ସମ୍ପତ୍ତି ଜନିତ ଚାଲିଥିବା ମକଦ୍ଦମାର ଆଜି ପରିସମାପ୍ତି ଘଟିବ । ଦିନଟି ଭଲରେ କଟିବ । ସୌଭାଗ୍ୟବଶତଃ ଘରର କେତେକ ସମସ୍ୟାକୁ ସମାଧାନ କରିବାକୁ ସକ୍ଷମ ହେବେ । ବ୍ୟବସାୟରେ ସମସ୍ତ ପ୍ରକାରର ସୁଫଳ ମିଳିବ । ପ୍ରତିଦ୍ୱନ୍ଦୀ ମାନେ ଆପଣଙ୍କ ଠାରୁ ପରାଜୟ ସ୍ୱୀକାର କରିବେ । ଭାଇ ଭଉଣୀଙ୍କ ସଙ୍ଗେ ଆମୋଦ ପ୍ରମୋଦ କରିବେ । ଦିବସର ଶେଷାର୍ଦ୍ଧ ଆଡକୁ ଅପ୍ରୀତିକର ଘଟଣା ଘଟିବ ଯାହାଦ୍ୱାରା ଆପଣ ମାନସିକ ଆଘାତ ପାଇପାରନ୍ତି, ଅପମାନିତ ହୋଇପାରନ୍ତି କିମ୍ଵା ଖର୍ଚ୍ଚାନ୍ତ ହୋଇପାରନ୍ତି । ଏଥିପାଇଁ ଆପଣଙ୍କର ବାରମ୍ଵାର ସ୍ପୃହା ରହିବନି କି ଭଲରେ ନିଦ ବି ହେବନି । ଏହା ଫଳରେ ଆପଣ ଅସୁସ୍ଥ ହୋଇପାରନ୍ତି । ସତର୍କତା ଅବଲମ୍ଵନ କରନ୍ତୁ ।
ଧନୁ: ଆଜି ଦିନଟି ବିଶେଷତଃ ବିଦ୍ୟାର୍ଥୀ, ଶିକ୍ଷା ବିଭାଗୀୟ କର୍ମଚାରୀ ଏବଂ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ଶୁଭ ଦିନ ଅଟେ । ଆପଣଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ । ଆପଣ ନିଜ ଉଦ୍ୟମ ଫଳରେ ସବୁକ୍ଷେତ୍ରରେ ଉତ୍ତମ ଫଳ ପାଇବେ । ବ୍ୟବସାୟରେ ଅର୍ଥଲାଭ ହେବ । ବୃତ୍ତିଧାରୀଙ୍କ ନିମନ୍ତେ ଅନୁରୂପ ଫଳ ପ୍ରାପ୍ତି ହୋଇପାରେ । ମଧ୍ୟାହ୍ନ ପରେ ଗ୍ରହମାନଙ୍କ ଶୁଭଦୃଷ୍ଟି ପଡିପାରେ । ସନ୍ଧ୍ୟା ବେଳକୁ ଆପଣ ମାନସିକ ଶାନ୍ତି ଆପଣଙ୍କୁ ଉତ୍ତେଜିତ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଅସଫଳ ରହିବେ। ଆପଣ ନିଜର ବନ୍ଧୁ ଓ ପରିବାରର ସଦସ୍ୟଙ୍କ ସହ ରାତ୍ର ଭୋଜନର ସ୍ୱାଦ ଖୁସିମନରେ ଉପଭୋଗ କରିବେ ।
ମକର: ଆଜି ଆପଣ ନିଜକୁ ଆଧ୍ୟାତ୍ମିକ ଚିନ୍ତାଧାରାରେ ମଗ୍ନ ରହିବେ । ଆପଣ ଆଜି ଦାର୍ଶନିକ ତତ୍ତ୍ୱ, ଅଧ୍ୟାତ୍ମିକବାଦ ଏବଂ ଭଗବାନଙ୍କ ବିଚିତ୍ର ସୃଷ୍ଟି ବିଷୟରେ ଜ୍ଞାନ ଅର୍ଜନ କରିବାକୁ ଆଗ୍ରହାନ୍ୱିତ ହେବେ । ଏହାର ପ୍ରଭାବ ଆପଣଙ୍କ କର୍ମଶୈଳୀରେ ପ୍ରକାଶିତ ହେବ । ଆପଣଙ୍କର ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବେ । ପୁଞ୍ଜି ଲଗାଣ କ୍ଷେତ୍ରରେ ପ୍ରଚୁର ଅର୍ଥ ଫେରିପାଇବେ । ସମ୍ପୂର୍ଣ୍ଣ ଦିବସଟିକୁ ଆପଣ ମୌଜ ମଜଲିସରେ କାଟିବେ। କୌଣସି କାରଣରୁ ବେଳେବେଳେ ଆପଣ ନିଜେ ବାଛିଥିବା ରାସ୍ତାରୁ ଅଲଗା ରାସ୍ତାରେ ଯାଇ ନିଜର ସାମର୍ଥ୍ୟକୁ କ୍ଷୟ କରିପାରନ୍ତି । ଆପଣ ନିଜ କ୍ରୋଧକୁ ପରିତ୍ୟାଗ କରି ଦିନଟିକୁ ମନଭରି ଉପଭୋଗ କରନ୍ତୁ ।
କୁମ୍ଭ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଆପଣ ପ୍ରତିକ୍ଷେତ୍ରରେ ସତର୍କତା ଅବଲମ୍ଵନ କରିବାକୁ ପରାମର୍ଶ ଦିଆଯାଉଛି । ଆପଣ ଦୀର୍ଘ ସମୟ ଧରି ଧାର୍ମିକ ଓ ଆଧ୍ୟାତ୍ମିକ ଅନ୍ୱେଶଣରେ ସମୟ କାଟିବେ । ଏହା ମାତ୍ର ଆପଣ ଏହି କର୍ମରେ ଲିପ୍ତ ରହିଲେ ଆପଣଙ୍କର ସ୍ତ୍ରୀ ଓ ପରିବାରର ସଦସ୍ୟଙ୍କ ସହ ଝଗଡା ହୋଇପାରେ ଯାହା ପାଇଁ ଆପଣ ଉଦାସୀନ ରହିବେ । କୌଣସି ଡାକ୍ତରୀ ଚିକିତ୍ସା ପାଇଁ ଆପଣ ଯଦି ଡାକ୍ତରଙ୍କ ସହ ବହୁ ଆଗରୁ ଆଲୋଚନା କରିଥାନ୍ତି, ତାହାହେଲେ ଆଜି କରେଇ ନିଅନ୍ତୁ । ମଧ୍ୟାହ୍ନ ବେଳକୁ ଆପଣଙ୍କ ଭୋଗିଥିବା ସବୁ ଯନ୍ତ୍ରଣାର ଅବସାନ ଘଟିବ । ମାନସିକ ଶାନ୍ତି ଫେରିଆସିବା ଆପଣଙ୍କ କାର୍ଯ୍ୟ ଅତି କ୍ଷୀପ୍ର ଗତିରେ ଆଗେଇବ ଏବଂ ହାକିମଙ୍କ ଦ୍ୱାରା ଉଚ୍ଚପ୍ରଶଂସିତ ହେବ । ଆପଣ ନିଜେ ଏହାର ସ୍ୱାଦ ଉପଭୋଗ କରିବେ ।
ମୀନ: ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିବ । ଦିବସର ପ୍ରଥମାର୍ଦ୍ଧରେ କାର୍ଯ୍ୟରେ ଏବଂ ବ୍ୟବସାୟରେ ସଫଳତା ହାସଲ କରିବେ । ଜଣେ ବନ୍ଧୁ ବା ସହକର୍ମୀ ଯିଏ ନିକଟରେ ବିଦେଶରୁ ଫେରିଥିବେ, ତାହାଙ୍କ ଠାରୁ ଉପହାର ପାଇବେ । ବନ୍ଧୁମାନଙ୍କ ସହ ହସଖୁସିରେ କଟାଇବେ । ଦିବସର ଦ୍ୱିତୀୟାର୍ଦ୍ଧରେ ଗ୍ରହମାନଙ୍କ ଶୁଭଦୃଷ୍ଟି ନ ଥିବାରୁ ସରକାରୀ କାର୍ଯ୍ୟ ବା ବ୍ୟବସାୟ ସଂକ୍ରାନ୍ତୀୟ ଆଇନଗତ କାର୍ଯ୍ୟକଳାପରେ ଆପଣଙ୍କୁ ସତର୍କତା ଅବଲମ୍ଵନ କରିବାକୁ ପଡିପାରେ । ଆପଣଙ୍କ ଉପରେ ନ୍ୟସ୍ତ ଥିବା କାର୍ଯ୍ୟ କରିବାକୁ ଆଦୌ ସ୍ପୃହା ହେବନାହିଁ । ମାନସିକ ଶାନ୍ତି ପାଇବାକୁ ହେଲେ ଆପଣ ପ୍ରାର୍ଥନା କରନ୍ତୁ । ଯୋଗ କରିବା ଦ୍ୱାରା ମନ ହାଲ୍କା ହୋଇପାରେ ।
