IAF helicopter crash: ମୃତ ବ୍ରିଗେଡିୟର LSଙ୍କ ପରିବାରକୁ 50 ଲକ୍ଷ କ୍ଷତିପୂରଣ

author img

By

Published : Jan 15, 2022, 8:54 AM IST

IAF helicopter crash:  ମୃତ ବ୍ରିଗେଡିୟର ଏଲଏସଙ୍କ  ପରିବାରକୁ 50 ଲକ୍ଷ କ୍ଷତିପୂରଣ

ତାମିଲନାଡୁର IAF ଚପର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ରିଗେଡିୟର ଏଲଏସଙ୍କ ପରିବାରକୁ 50 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ହରିୟାଣା ସରକାର ପକ୍ଷରୁ ଅନୁମୋଦନ କରାଯାଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ତାମିଲନାଡୁର IAF ଚପର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ରିଗେଡିୟର ଏଲଏସଙ୍କ ପରିବାରକୁ 50 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ହରିୟାଣାର ମୁଖ୍ୟମନ୍ତ୍ରୀ ଲାଲ ଖଟ୍ଟର ଗତକାଲି ଘୋଷଣା କରିଛନ୍ତି । ଏହା ବ୍ୟତୀତ ବ୍ରିଗେଡିୟର୍ ଏଲଏସଙ୍କ ପରିବାରରୁ ଜଣେ ସଦସ୍ୟଙ୍କୁ ମଧ୍ୟ ସରକାରୀ ଚାକିରି ଦିଆଯିବ । ସିନିକ୍ ଏବଂ ଆର୍ଡ ସାଏନ୍ ନିକ୍ ବାଲଙ୍କ ଏକ୍ସ-ଗ୍ରେଟିଆ ନୀତି ଅନୁଯାୟୀ ଶହୀଦ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ସରକାରୀ ଚାକିରି ଯୋଗାଇବାର ବ୍ୟବସ୍ଥା ରହିଛି । ବ୍ରିଗେଡିୟରଙ୍କ ଅକାଳ ବିୟୋଗ ତାଙ୍କ ପରିବାର ତଥା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ଖଟ୍ଟର କହିଛନ୍ତି।

ତାମିଲନାଡୁ MI-17 ହେଲିକପ୍ଟର ଦୁର୍ଘଟଣା ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି । ଏହି ଦୁର୍ଘଟଣାରେ ୧୩ ଜଣ ବୀରଙ୍କୁ ହରାଇଥିଲା ଦେଶ । ବ୍ରିଗେଡିୟର ଲିଡର ଲକ୍ଷ୍ମୀନ୍ଦର ସିଂଙ୍କର ଦେହାନ୍ତ ହୋଇଥିଲା । ଦୁର୍ଘଟଣାର ୫ଦିନ ପୂର୍ବରୁ ବ୍ରିଗେଡିୟର ଏଲଏସଙ୍କ ଝିଅ ଆଶାନା ଦେଶର ସୁରକ୍ଷା ପାଇଁ ଜଣେ ସେନା କିପରି ସବୁ କିଛି ତ୍ୟାଗ କରିଥାଏ, ତାକୁ ନେଇ ଏକ କବିତା ଲେଖିଥିଲେ । ଏହାର ଠିକ କିଛି ଦିନ ପରେ ହେଲିକପ୍ଟର ଦୁର୍ଘଟଣାରେ ଆଶାନା ତାଙ୍କ ବାପାଙ୍କୁ ହରାଇଥିଲେ । ତ୍ରି-ସେନାର ମିଳିତ ତଦନ୍ତ ରିପୋର୍ଟ ଅନୁସାରେ ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତ (CDS General Bipin Rawat) ଙ୍କ ସମେତ 14 ଜଣଙ୍କ ନିଧନ ହେଲିକପ୍ଟର ଦୁର୍ଘଟଣା ପାଇଁ ହୋଇଥିଲା । ଏହି ଦୁଃଖଦ ଦୁର୍ଘଟଣାରେ କୌଣସି ଯାନ୍ତ୍ରିକ ତୃଟି ନଥିଲା । ବଂର ସେଦିନ ପାଣିପାଗ ହିଁ ସାଜିଥଲା ଦୁର୍ଘଟଣାର ଖଳନାୟକ ବୋଲି ପ୍ରାଥମିକ ରିପୋର୍ଟରେ ପ୍ରକାଶ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.