Guwahati-Bikaner Express Derailed: ଟ୍ରେନ ଦୁର୍ଘଟଣାରେ 9 ମୃତ, 36 ଆହତ

author img

By

Published : Jan 13, 2022, 6:00 PM IST

Updated : Jan 14, 2022, 9:39 AM IST

Guwahati-Bikaner Express Derailed: ପଶ୍ଚିମବଙ୍ଗରେ ଏକ୍ସପ୍ରେସ ଲାଇନଚ୍ୟୁତ, ୩ ମୃତ ୧୦୦ ଆହତ

ପଶ୍ଚିମବଙ୍ଗରେ ଗୌହାଟୀ ଓ ବିକାନେର ଏକ୍ସପ୍ରେସ ନ୍ୟୁ ଦୋମହାନି ରେଲୱେ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି ।ଏଥିରେ 9 ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ 36 ଜଣ ଆହତ ହୋଇଥିବା ସୂଚନା ଦେଇଛନ୍ତି ରେଳବାଇ କର୍ତ୍ତୃପକ୍ଷ । ଟ୍ରେନରେ 1200 ଯାତ୍ରୀ ଯାତ୍ରା କରୁଥିଲେ ଏବଂ ଦୁର୍ଘଟଣା ପରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ହୋଇଛି । ଅଧିକ ପଢନ୍ତୁ

କୋଲକାତା: ଦକ୍ଷିଣ ପଶ୍ଚିମବଙ୍ଗରେ ମଙ୍ଗଳବାର ସନ୍ଧ୍ୟା ସମୟରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୌହାଟୀ ଓ ବିକାନେର ଏକ୍ସପ୍ରେସ ଜଲପାଇଗୁଡ଼ି ନିକଟସ୍ଥ ମୋୟନଗୁରି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରାୟ ୬ଟି କୋଚ ଲାଇନଚ୍ୟୁତ ହୋଇଛି । ଏହାସହିତ 9 ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଓ 36 ଜଣ ଯାତ୍ରୀ ଆହତ ହୋଇଥିବା ରେଳବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଟ୍ରେନରେ 1200 ଯାତ୍ରୀ ଯାତ୍ରା କରୁଥିଲେ ଏବଂ ଦୁର୍ଘଟଣା ପରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ହୋଇଛି ।

Guwahati-Bikaner Express Derailed: ପଶ୍ଚିମବଙ୍ଗରେ ଏକ୍ସପ୍ରେସ ଲାଇନଚ୍ୟୁତ, ୩ ମୃତ ୧୦୦ ଆହତ

ଆଗକୁ ଅଧିକ ମୃତଦେହ ଉଦ୍ଧାର ହୋଇପାରେ ବୋଲି ରେଲୱେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଦୁର୍ଘଟଣାରେ ପ୍ରାୟ ୧୨ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୬ଟି ହୋଇଛି ଲାଇନଚ୍ୟୁତ । ଘଟଣା ସମ୍ପର୍କରେ ଖବର ପାଇବା ପରେ ଏକ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଛି । ଦୁର୍ଘଟଣା ସ୍ଥଳରେ ପ୍ରାୟ ୩୦ଟି ଆମ୍ବୁଲାନ୍ସ ରହି ଆହତ ଓ ମୃତଦେହର ଉଦ୍ଧାର କାର୍ଯ୍ୟରେ ଲାଗିଛି ।

  • Spoke with Hon'ble PM and apprised him about the rescue operations.

    — Ashwini Vaishnaw (@AshwiniVaishnaw) January 13, 2022 " class="align-text-top noRightClick twitterSection" data=" ">

ଦୁର୍ଘଟଣା ଦୁର୍ଗମ ଅଞ୍ଚଳରେ ହୋଇଥିବାରୁ ଉଦ୍ଧାର କାର୍ଯ୍ୟକୁ ବ୍ୟାପକ କରିବାରେ ସମସ୍ୟା ଉପୁଜିଛି । ତଥାପି ଉଦ୍ଧାରକାରୀ ଟିମ ପ୍ରଚେଷ୍ଟା ଜାରି ରଖିଛନ୍ତି । ଘଟଣାସ୍ଥଳରେ ରେଲୱେ କର୍ତ୍ତୃପକ୍ଷ ଲାଇଟ୍‌ର ବ୍ୟବସ୍ଥା କରିଛନ୍ତି । ଘଟଣାସ୍ଥଳରେ ଅଲିପୁର୍‌ଦୁଆରର DRM ପହଞ୍ଚିଛନ୍ତି । ରେଳ ବିଭାଗର ସୂଚନା ମୁତାବକ ଦୁର୍ଘଟଣା ଘଟିବା ସମୟରେ ଟ୍ରେନର ଘଣ୍ଟା ପ୍ରତି ବେଗ ୫୦ କିଲୋମିଟର ରହିଥିଲା । ସେପଟେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ଲାଇନଚ୍ୟୁତ ହୋଇଥିବା ବଗି ଗୁଡ଼ିକ ଭୀଷଣ କ୍ଷତିଗ୍ରସ୍ତ ହୋଇଛି । ଏଥିଲାଗି ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବା କଷ୍ଟକର ହେଉଥିବା ଜଣାପଡ଼ିଛି ।

  • In an unfortunate accident, 12 Coaches of Bikaner - Guwahati Exp. derailed near New Maynaguri (West Bengal) this evening.
    Personally monitoring the situation for swift rescue operations.

    — Ashwini Vaishnaw (@AshwiniVaishnaw) January 13, 2022 " class="align-text-top noRightClick twitterSection" data=" ">

ଏପଟେ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅବଗତ କରାଯାଇଛି । ତେବେ ପ୍ରଶାସନକୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୋରୋନାର ପୁନଃ ସଂକ୍ରମଣ ନେଇ ପିଏମ-ସିଏମ ଆଲୋଚନା ଜାରି ରହିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଏପଟେ ଦୁର୍ଘଟଣା ପରେ ମୋଦିଙ୍କ ସହ ଫୋନରେ କଥା ହେଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଉଦ୍ଧାରକାର୍ଯ୍ୟ ତ୍ବରାନ୍ବିତ ପାଇଁ ମମତାଙ୍କ ନିର୍ଦ୍ଦେଶ ।

  • Deeply concerned to hear about the tragic accident of the Bikaner-Guwahati Express in Maynaguri.
    Senior Officers of the State Government, DM/SP/IG North Bengal are supervising rescue and relief operations. Those injured will receive medical attention, as early as possible.

    — Mamata Banerjee (@MamataOfficial) January 13, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 14, 2022, 9:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.