ଜୀବନ ନେଉଛି H3N2 ଭୂତାଣୁ, ଗୁଜରାଟରେ ମହିଳାଙ୍କ ମୃତ୍ୟୁ

author img

By

Published : Mar 14, 2023, 1:53 PM IST

h3n2 virus death

ଦେଶରେ ଇନଫ୍ଲୁଏଞ୍ଜା ଏ ସବଟାଇପ H3N2 ଭୂତାଣୁ ଆତଙ୍କ ଖେଳାଇଛି । ଗୁଜୁରାଟ ଭଦୋଦରାରେ ଏହି ଭୂତାଣୁରେ ସଂକ୍ରମିତ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ଅହମ୍ମଦାବାଦ: କୋରୋନା କୋପ କମିଛି କି ନାହିଁ ବର୍ତ୍ତମାନ ଦେଶରେ ଇନଫ୍ଲୁଏଞ୍ଜା ଏ ସବଟାଇପ H3N2 ଭୂତାଣୁ ଭୟ ସୃଷ୍ଟି ହୋଇଛି । ଦେଶରେ ବିଭିନ୍ନ ସ୍ଥାନରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗୁଜରାଟ ଭଦୋଦରାରେ ଏହି ଭୂତାଣୁରେ ସଂକ୍ରମିତ ଜଣେ 58 ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ଏହା ରାଜ୍ୟରେ H3N2 ଭୂତାଣୁଜନିତ ପ୍ରଥମ ମୃତ୍ୟୁ ମାମଲା । ଏହାକୁ ମିଶାଇ ଦେଶରେ 3ଜଣଙ୍କ ଜୀବନ ନେଲାଣି ଏହି ଭୂତାଣୁ ।

ମହିଳା ଜଣକ କିଛି ଦିନ ହେବ ଅସୁସ୍ଥ ହୋଇଥିଲେ । ଦୁଇ ଦିନ ତଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମହିଳା ଜଣଙ୍କ ଆଖି ବୁଜିଛନ୍ତି । ଯଦିଓ ମହିଳାଙ୍କ ମୃତ୍ୟୁ ନେଇ ଡାକ୍ତରଖାନା ପକ୍ଷରୁ କିଛି ରିପୋର୍ଟ ଦିଆ ଯାଇନାହିଁ H3N2 ଭୂତାଣୁ ସଂକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଭଦୋଦରାର ଆଶାସଜୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମହିଳା ଜଣକ । ଏହାର ଦୁଇଦିନ ପରେ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳା ଜଣକ ହାଇପରଟେନସିଭ ରୋଗୀ ହୋଇଥିବା ଭେଣ୍ଟିଲେଟରରେ ଥିବା ଡାକ୍ତର ସୂଚନା ଦେଇଛନ୍ତି । ମହିଳା ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । H3N2 ଭୂତାଣୁ ସଂକ୍ରମିତ ଥିବା ଲକ୍ଷଣ ଦେଖାଯାଇଥିଲା ।

ଏହା ବି ପଢନ୍ତୁ...H3N2 Virus Scare: ବଢୁଛନ୍ତି ସଂକ୍ରମିତ, ଭୟଭୀତ ନହୋଇ ମାନନ୍ତୁ ଏହି ନିୟମ

ଭଦୋଦରାରେ H3N2 ଭୂତାଣୁ ଜନିତ ଏହା ପ୍ରଥମ ମୃତ୍ୟୁ ମାମଲା । ଏହା ପୂର୍ବରୁ ଏହି ଭୂତାଣୁ 2 ଜଣଙ୍କ ଜୀବନ ନେଇଛି । ଦେଶରେ ମୋଟ 3 ଜଣଙ୍କର ମୃତ୍ୟୁ ହୋଇଛି । ଆଶାସଜୀ ହସ୍ପିଟାଲରେ ମୋଟ 36 ଜଣଙ୍କ ନମୂନା ପରୀକ୍ଷା କରାଯାଇଛି । 2ଜଣଙ୍କ ନମୁନା ପଜିଟିଭ ଆସିଛି । 4 ରାଜ୍ୟରେ ଏହି ଭୂତାଣୁ ପ୍ରବେଶ କରିଛି । କୋରୋନା ଭାଇରସ ଦ୍ବାରା ସଂକ୍ରମିତ ପରେ ଯେଉଁ ସବୁ ଲକ୍ଷଣ ଦେଖାଯାଉଥିଲା ଏହି ଭୂତାଣୁରେ ମଧ୍ୟ ସମାନ ଲକ୍ଷଣ ଦେଖିବାକୁ ମିଳୁଛି । କର୍ଣ୍ଣାଟକ ଓ ହରିୟାଣାରେ ପ୍ରଥମେ ଏହି ଭୂତାଣୁ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା ।

ଇନଫ୍ଲୁଏଞ୍ଜା ଏ ସବଟାଇପ H3N2 ଭୂତାଣୁକୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଥଣ୍ଡା କାଶ ଥିଲେ ପରୀକ୍ଷା କରାଯିବାକୁ ପରାମର୍ଶ ଦିଆଯାଇଛି । ମାଇକ୍ରୋବାୟୋଲୋଜି ବିଭାଗର ବରିଷ୍ଠ ଅଧ୍ୟାପକ ଶୀତଲ ବର୍ମା ଲୋକଙ୍କୁ ଏନେଇ ସତର୍କ କରାଇଛନ୍ତି । ଭୟଭୀତ ନହୋଇ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି । H3N2ର ଲକ୍ଷଣ ଥିଲେ ଡାକ୍ତରଙ୍କ ପରାମର୍ଶ ନେଇ ସଠିକ ଚିକିତ୍ସା କରିବାକୁ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.