Goa Election: 38 ଆସନରେ ଲଢିବ ଶାସକ BJP

author img

By

Published : Jan 14, 2022, 7:25 PM IST

Goa Election

ଗୋଆ ବିଧାନସଭା ନିର୍ବାଚନ (Goa Assembly Election) ରେ ଶାସକ ଭାରତୀୟ ଜନତା ପାର୍ଟି (BJP) ମୋଟ 40 ଟି ଆସନରୁ 38 ଟି ଆସନରେ ନିର୍ବାଚନ ଲଢିବ । ଅଧିକ ପଢନ୍ତୁ

ପାଣାଜୀ: ଗୋଆ ବିଧାନସଭା ନିର୍ବାଚନ (Goa Assembly Election) ରେ ଶାସକ ଭାରତୀୟ ଜନତା ପାର୍ଟି (BJP) ମୋଟ 40 ଟି ଆସନରୁ 38 ଟି ଆସନରେ ନିର୍ବାଚନ ଲଢିବ । ଆସନ୍ତା ମାସ 14 ତାରିଖରେ ହେବାକୁ ଥିବା ଗୋଆ ବିଧାନସଭା ନିର୍ବାଚନ (Goa Election) ପାଇଁ ଦଳ ଏହି ନିଷ୍ପତ୍ତି ନେଇଛି । ଏନେଇ ଆଜି ଗୋଆ ଦାୟିତ୍ବରେ ଥିବା ଦଳର ବରିଷ୍ଠ ନେତା ସୂଚନା ଦେଇଛନ୍ତି ।

ରାଜ୍ୟର ମୋଟ 40 ଟି ବିଧାନସଭା ଆସନ ମଧ୍ୟରୁ 2 ଟି ଆସନ ବେନାଉଲିମ (Benaulim) ଓ ନୁଭେମ (Nuvem) ବିଧାନସଭା ଆସନରେ ଦଳ କୌଣସି ପ୍ରାର୍ଥୀ ଦେବ ନାହିଁ । ଉଭୟ ଆସନ ଇସାଇ ମତଦାତାଙ୍କ ପ୍ରଭାବ ଥିବା ବେଳେ ଏହା ବିଜେପି ବିରୋଧରେ ଯାଇଥାଏ । ଫଳରେ ଦଳ ବର୍ତ୍ତମାନର ସ୍ଥିତିକୁ ଦେଖି କୌଣସି ପ୍ରାର୍ଥୀ ଦେବ ନାହିଁ ବୋଲି ନିଷ୍ପତ୍ତି ନେଇଛି ।

ବର୍ତ୍ତମାନ ବେନାଉଲିମ ବିଧାନସଭା ଆସନରୁ ଚର୍ଚ୍ଚିଲ ଅଲେମାଔ (Churchill Alemao) ବିଧାୟକ ଅଛନ୍ତି । ଯିଏ ରାଷ୍ଟ୍ରବାଦୀ କଂଗ୍ରେସ(NCP ) ରୁ ନିର୍ବାଚନ ଲଢିଥିଲେ । କିନ୍ତୁ ଗତ କିଛି ଦିନ ତଳେ ସେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ଏହାବାଦ ନୁଭେମ ବିଧାନସଭା ଆସନରୁ ୱିଲଫ୍ରିଡ ଡିସା (Wilfred D'sa) ବିଧାୟକ ଥିବା ବେଳେ ସେ କଂଗ୍ରେସ ଟିକେଟରୁ ନିର୍ବାଚିତ ହୋଇଥିଲେ । ହେଲେ ସେ ମଧ୍ୟ ବିଜେପିରେ ସାମିଲ ହୋଇସାରିଛନ୍ତି ।

ନିର୍ବାଚନ ପାଇଁ ବିଜେପିର ରଣନୀତି ପ୍ରସ୍ତୁତି ଜୋରଦାର ହୋଇଛି । ରାଜ୍ୟସ୍ତରରୁ ସମସ୍ତ 38 ଆସନ ପାଇଁ ଟିକେଟ ତାଳିକା କେନ୍ଦ୍ରୀୟ ନେତୃତ୍ବ ନିକଟକୁ ପଠାଇ ଦିଆଯାଇଛି । ଆସନ୍ତା 16 ତାରିଖ ପରେ ବିଜେପି ସଂସଦୀୟ ବୋର୍ଡ ଏହି ତାଳିକା ଉପରେ ମୋହର ମାରିବାର ସମ୍ଭାବନା ଥିବା କହିଛନ୍ତି ଗୋଆ ବିଜେପିର ବରିଷ୍ଠ ନେତା । ଏହାସହ ନିର୍ବାଚନ ପରିଚାଳନା, ପ୍ରଚାର ଟିକେଟ ବଣ୍ଟନ ଓ ପ୍ରାର୍ଥୀଙ୍କୁ ଆବଶ୍ୟକୀୟ ସମର୍ଥନ ପାଇଁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ବରେ ଜାରି ରହିଛି । ଏହାସହ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଓ ବିଜେପି ରାଜ୍ୟ ସଭାପତି ସଦାନନ୍ଦ ତାନାୱଡେ ମଧ୍ୟ ଦେବେନ୍ଦ୍ର ଫଡନାଭିସଙ୍କ ସହ ପର୍ଯ୍ୟାୟକ୍ରମେ ବୈଠକ କରୁଛନ୍ତି ।

ଅନ୍ୟପଟେ ଆସନ୍ତାକାଲି (ଶନିବାର) ଗୋଆ ବିଜେପିର ପୁରା ଟିମ ସହ ବୈଠକ କରିବେ ବିଜେପି କେନ୍ଦ୍ରୀୟ ନେତୃତ୍ବ । ପରଦିନ ଅର୍ଥାତ ରବିବାର ସଂସଦୀୟ ବୋର୍ଡ ବସିବାର ସମ୍ଭାବନା ରହିଛି । ଯେଉଁଥିରେ ଚୂଡାନ୍ତ ଟିକେଟ ଉପରେ ମୋହର ବାଜିବ । ଆଗାମୀ ଗୋଆ ବିଧାନସଭା ନିର୍ବାଚନରେ ବିଜେପି, କଂଗ୍ରେସ, ଟିଏମସି, ଆପ ଓ ଏନସିପି ମଧ୍ୟରେ ଲଢେଇ ହେବ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.