ଥମୁନି ପାଶବିକତା, ମହିଳା କନେଷ୍ଟବଳଙ୍କୁ ଗଣଦୁଷ୍କର୍ମ

author img

By

Published : Sep 26, 2021, 11:53 AM IST

ଥମୁନି ପାଶବିକତା, ମହିଳାଙ୍କୁ କନେଷ୍ଟବଳକୁ ଗଣଦୁଷ୍କର୍ମ

ମୁମ୍ବାଇରେ ଦିଲ୍ଲୀ ନିର୍ଭୟା କାଣ୍ଡର ପୁନରାବୃତ୍ତି ପରେ ପୁଣି ମଧ୍ୟପ୍ରଦେଶରେ ମହିଳା କନେଷ୍ଟବଳଙ୍କ ସହ ଗଣଦୁଷ୍କର୍ମ । ମାମଲାରେ ଦୁଇ ଜଣ ଗିରଫ ହୋଇଥିବାବେଳେ ୩ ଅଭିଯୁକ୍ତ ଫେରାର । ଅଧିକ ପଢନ୍ତୁ...

ଭୋପାଳ: ଥମୁନି ଲଜ୍ଜା । ସମାଜରେ ଦିନକୁ ଦିନ ଅସୁରକ୍ଷିତ ହେଉଛନ୍ତି ମହିଳା । ସାଧାରଣ ମହିଳା ତ ଦୂରର କଥା ମହିଳା ପୋଲିସ କର୍ମୀଙ୍କୁ ବି ଛାଡୁ ନାହାନ୍ତି ଦୁର୍ବୃତ୍ତ । ମଧ୍ୟପ୍ରଦେଶ ନୀମଚ ଅଞ୍ଚଳରୁ ଜଣେ ମହିଳା କନେଷ୍ଟବଳଙ୍କୁ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଆକ୍ସନ ମୋଡକୁ ଆସିଛି । ଘଟଣାରେ ପୋଲିସ ଜଣେ ଅଭିଯୁକ୍ତ ଏବଂ ତା'ର ମାଆଙ୍କୁ ଗିରଫ କରିଥିବାବେଳେ ଘଟଣାର ଅନ୍ୟ ତିନି ଅଭିଯୁକ୍ତ ଫେରାର ଅଛନ୍ତି ।

ସୂଚନାଯୋଗ୍ୟ, ପୀଡିତା କନେଷ୍ଟବଳଙ୍କ ପୱନ ଲୋହର ନାମକ ଜଣେ ଯୁବକଙ୍କ ସହ ଫେସବୁକ ଜରିଆରେ ବନ୍ଧୁତା ଗଢି ଉଠିଥିଲା । ଏହାପରେ ଉଭୟ ହ୍ବାର୍ଟ୍ସଆପରେ କଥାବାର୍ତ୍ତା ହୋଇଥିଲେ । ଧୀରେ ଧୀରେ ସେମାନଙ୍କ ମଧ୍ୟରେ ସମ୍ପର୍କ ଆଗକୁ ବଢିଥିଲା ଏବଂ ପରସ୍ପର ମଧ୍ୟରେ ଦେଖା ସାକ୍ଷାତ ଆରମ୍ଭ ହୋଇଥିଲା । ଯୁବକ ଜଣକ ସମ୍ପୃକ୍ତ ମହିଳା କନେଷ୍ଟବଳଙ୍କୁ ଦେଖା କରିବା ପାଇଁ ଇନ୍ଦୋର ଆସୁଥିଲେ ଏବଂ ନିଜ ସାଙ୍ଗରେ ମଧ୍ୟ ନେଉଥିଲେ । ନିକଟରେ ପୱନ ଭାଇର ଜନ୍ମଦିନ ଥିଲା । ସେଥିପାଇଁ ସେ ପୀଡିତାଙ୍କୁ ଇନ୍ଦୋରରୁ ସାଙ୍ଗରେ ନିଜ ଘରକୁ ନେଇଥିଲା । ହେଲେ ପୱନର ଘରେ ତା'ର ଭାଇ ଧୀରେନ୍ଦ୍ର ଏବଂ ବିଜୟ ନାମକ ଅନ୍ୟ ଜଣେ ବ୍ୟକ୍ତି ପୀଡିତାଙ୍କୁ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି ।

ଏପରିକି ଅଭିଯୁକ୍ତମାନେ ତାଙ୍କ ଦୁଷ୍କର୍ମ ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ ଏବଂ ମୁହଁ ଖୋଲିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଯେତେବେଳେ ପୀଡିତା ନିଜ ପୁରୁଷ ବନ୍ଧୁ ପୱନଙ୍କୁ ଏ ସମ୍ପର୍କରେ କହିଥିଲେ ସେ ତାଙ୍କୁ ହିଁ ଦୋଷ ଦେଇଥିଲା । ଏହାପରେ ପୀଡିତା ଯେକୌଣସି ଉପାୟରେ ସେଠାରୁ ବାହାରି ନୀମଚ ମହିଳା ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି । ସେ ପୱନ ବିରୁଦ୍ଧରେ ମଧ୍ୟ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ।

ପୋଲିସ ପୱନ ଏବଂ ତା' ମାଆଙ୍କୁ ଗିରଫ କରିଥିବାବେଳେ ଧୀରେନ୍ଦ୍ର, ବିଜୟ ଏବଂ ତା'ର ଆଉ ଜଣେ ସମ୍ପର୍କୀୟ ବିରୁଦ୍ଧରେ ମାମଲା ରୁଜୁ କରିଛି ଏବଂ ସେମାନଙ୍କୁ ଖୋଜାଖୋଜି କରୁଛି । ତେବେ କେବଳ ଏହି ଘଟଣା ନୁହେଁ, ଅନେକ ସମୟରେ ଏଭଳି ପାଶବିକତାର ଶିକାର ହେଉଛନ୍ତି ମହିଳା । ଯାହାର ଏକ ଛାତିଥରା ସଦ୍ୟ ଦୃଷ୍ଟାନ୍ତ ମୁମ୍ବାଇରେ ନିର୍ଭୟା କାଣ୍ଡର ପୁନରାବୃତ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.