ମନ୍ଦିରରେ ଅଘଟଣ, କ୍ରେନ ଖସି ପଡିବାରୁ ୪ ମୃତ
Updated on: Jan 23, 2023, 12:36 PM IST

ମନ୍ଦିରରେ ଅଘଟଣ, କ୍ରେନ ଖସି ପଡିବାରୁ ୪ ମୃତ
Updated on: Jan 23, 2023, 12:36 PM IST
କେରଳର ଦ୍ରୌପଦୀ ଆମ୍ମା ଏବଂ ମୋଣ୍ଡି ଆମ୍ମା ମନ୍ଦିରରେ ଅଘଟଣ । ପୂଜାର୍ଚ୍ଚନା ଚାଲିଥିବା ବେଳେ ଭାଙ୍ଗିଗଲା କ୍ରେନ । ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ
ଥିରୁଅନନ୍ତପୁରମ: ମନ୍ଦିରରେ ପୂଜାର୍ଚ୍ଚନା ଚାଲୁଥିବା ବେଳେ ଅଘଟଣ । ଏକ କ୍ରେନ ଖସି ପଡିବାରୁ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି । କେରଳର କିଲଭେଡି ଗ୍ରାମରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । ଦ୍ରୌପଦୀ ଆମ୍ମା ଏବଂ ମୋଣ୍ଡି ଆମ୍ମା ମନ୍ଦିରରେ ଉତ୍ସବ ଚାଲିଥିବା ବେଳେ ଗତକାଲି ଏପରି ଅଘଟଣ ଘଟିଥିବା ଜଣାପଡିଛି । ସମସ୍ତ ଆହତକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଦ୍ରୌପଦୀ ଆମ୍ମା ଏବଂ ମୋଣ୍ଡି ଆମ୍ମା ମନ୍ଦିରରେ ପ୍ରତିବର୍ଷ ପୋଙ୍ଗଲର ୮ଦିନ ପରେ ମାୟୁଲେରୁ ନାମକ ଏକ ପର୍ବ ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ରବିବାର ମାୟୁଲେରୁ ପର୍ବର ଆୟୋଜନ କରାଯାଇଥିଲା । ବହୁ ଭକ୍ତଙ୍କ ସମାଗମ ହୋଇଥିଲା ମନ୍ଦିରକୁ । ନିଜ ମନସ୍କାମନା ପୂରଣ ପାଇଁ କ୍ରେନରେ ଭକ୍ତ ମାନେ ଯାଇ ମା’ଙ୍କ ମୂର୍ତ୍ତିରେ ମାଳା ପିନ୍ଧାଇଥାନ୍ତି ।
ତେବେ ଗତ ରାତି ୮ଟା ୩୦ ମିନିଟ ସମୟରେ ସମା ଢଙ୍ଗରେ ଭକ୍ତ ମାନେ ମାଆଙ୍କୁ ମାଳା ପିନ୍ଧାଉଥିବା ବେଳେ ହଠାତ କ୍ରେନଟି ଭାଙ୍ଗିଯାଇଥିଲା । ଫଳରେ ଘଟଣାସ୍ଥଳରେ ୪ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଆହତ ହୋଇଥିଲେ । ଏନେଇ ଖବର ପାଇଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତକୁ ହସ୍ପିଟାଲରେ ଭର୍ତ୍ତି କରିଥିଲା ।
ଚାରି ମୃତକ ହେଉଛନ୍ତି, ଭୁବାଲାନ, ଜ୍ୟୋତିବାବୁ, ମୁଥୁ କୁମାର ଓ ଚିନିସ୍ବାମୀ । ସମସ୍ତ ଆହତ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି । ପୋଲିସ ଏହି ଦୁର୍ଘଟଣା ନେଇ ତଦନ୍ତ ଜାରି ରଖିଛି । ଦୁର୍ଘଟଣା ସମୟର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଯେଉଁ ଥିରେ ପୁରା ଘଟଣା କଏଦ ହୋଇଥିବା ଦେଖିବାକୁ ମିଳିଛି । ତେବେ ମନ୍ଦିରରେ କ୍ରେନ ବ୍ୟବହାର ପାଇଁ ଅନୁମତି ନଥିଲା । ତେଣୁ କ୍ରେନ ଅପରେଟ କରୁଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି ।
ସେହିପରି ଗତ ୧ ତାରିଖରେ ଜମ୍ମୁ-କାଶ୍ମୀରର କଟରାରେ ଥିବା ବୈଷ୍ଣୋଦେବୀ ମନ୍ଦିରରେ ଦଳଚକଟା ସ୍ଥିତି ସୃଷ୍ଟି ହୋଇଥିଲା । ଦଳଚକଟାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁସଂଖ୍ୟକ ଲୋକେ ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ଅଘଟଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖପ୍ରକାଶ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ଏଥିସହ ମୃତକ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଥିଲେ ।
