NIA ଡିଜି ହେଲେ ପଞ୍ଜାବ ପୋଲିସ ପୂର୍ବତନ DGP ଦିନାକର ଗୁପ୍ତା

author img

By

Published : Jun 23, 2022, 9:37 PM IST

NIA ଡିଜି ହେଲେ ପଞ୍ଜାବ ପୂର୍ବତନ ପୋଲିସ DGP ଦିନାକର ଗୁପ୍ତା

ପଞ୍ଜାବ ପୂର୍ବତନ ପୋଲିସ DGP ଦିନାକର ଗୁପ୍ତା ହେଲେ NIA ମହାନିର୍ଦ୍ଦେଶକ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆତଙ୍କବାଦ ନିରୋଧି ତଥା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା NIA ର ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ଭାରତୀୟ ପୋଲିସ ସେବା ଅଧିକାରୀ ଦିନାକର ଗୁପ୍ତା । ଗୁପ୍ତା ପୂର୍ବରୁ ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ ଭବେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି । ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ଏହି ନୂତନ ଦାୟିତ୍ବରେ ଅବସ୍ଥାପିତ କରାଯାଇଛି ।

କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ଗୁପ୍ତାଙ୍କ ନାମରେ ମୋହର ମାରିବା ପରେ ତାଙ୍କୁ ଏହି ପଦରେ ଦାୟିତ୍ବ ମିଳିଛି । 1987 ବ୍ୟାଚର IPS ଅଧିକାରୀ ଗୁପ୍ତା ଏହି ଦାୟିତ୍ବରେ 2024 ମାର୍ଚ୍ଚ 31 ଯାଏଁ କାର୍ଯ୍ୟ କରିବେ । ପଞ୍ଜାବ ପୋଲିସ ମୁଖ୍ୟ ଭାବେ ତାଙ୍କୁ ଦାୟିତ୍ବରୁ ଅପସାରଣ କରାଯାଇଥିଲା । ଗତବର୍ଷ ଅକ୍ଟୋବରରେ ଚରଣଜିତ ସିଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କୁ ରାଜ୍ୟ ପୋଲିସର ସର୍ବୋଚ୍ଚ ପଦବୀରୁ ଅପସାରଣ କରାଯାଇ ପଞ୍ଜାବ ପୋଲିସ ହାଇସିଂ ବୋର୍ଡ (PPHC)ର ଅଧ୍ୟକ୍ଷ ଭାବ ଅବସ୍ଥାପିତ କରାଯାଇଥିଲା ।

ତାଙ୍କ ସ୍ଥାନରେ ପଞ୍ଜାବର ପୋଲିସ ମହାନିର୍ଦ୍ଦେଶକ ଭାବେ 1988 ବ୍ୟାଚର ଆଇପିଏସ ଅଧିକରୀ ଇକବାଲ ପ୍ରିତ ସିଂ ସାହୋତାଙ୍କୁ ଦାୟିତ୍ବ ମିଳିଥିଲା । ବର୍ତ୍ତମାନ CRPFର ମହାନିର୍ଦ୍ଦେଶକ ଥିବା ତଥା NIA ର ଅତିରିକ୍ତ ମହାନିର୍ଦ୍ଦେଶକ ଦାୟିତ୍ବରେ ଥିବା କୁଲଦ୍ବୀପ ସିଂଙ୍କ ଠାରୁ ଦିନାକାର ଗୁପ୍ତା ଏହି ଦାୟିତ୍ବ ଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.