ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅସୁସ୍ଥ, ଦିଲ୍ଲୀ AIIMSରେ ଭର୍ତ୍ତି

author img

By

Published : Oct 13, 2021, 7:26 PM IST

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥ, ଦିଲ୍ଲୀ AIIMSରେ ଭର୍ତ୍ତି

ଦିଲ୍ଲୀ ଏମ୍ସ(AIIMS)ରେ ଭର୍ତ୍ତି ହୋଇଛନ୍ତି ମନମୋହନ ସିଂ । ହୃଦରୋଗ ଜନିତ ସମସ୍ୟା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅସୁସ୍ଥ । ଦିଲ୍ଲୀ ଏମ୍ସ(AIIMS)ରେ ଭର୍ତ୍ତି ହୋଇଛନ୍ତି ମନମୋହନ ସିଂ । ହୃଦରୋଗ ଜନିତ ସମସ୍ୟା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ଚଳିତ ବର୍ଷ ମହାମାରୀ କୋରୋନାରେ ସଂକ୍ରମିତ ହୋଇଥିଲେ ମନମୋହନ ସିଂ । 19 ଏପ୍ରିଲରେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ଏହାପରେ 29 ଏପ୍ରିଲରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ମନମୋହନ ।

88 ବର୍ଷୀୟ ମନମୋହନ ସିଂଙ୍କ ମଧୂମେହ ରୋଗ ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଙ୍କ ହୃଦରୋଗ କାରଣରୁ ବାଇପାସ ସର୍ଜରୀ ମଧ୍ୟ ହୋଇସାରିଛି । 1990 ୟୁକେରେ ହୋଇଥିଲା ତାଙ୍କର ପ୍ରଥମ ଅସ୍ତ୍ରୋପଚାର । ଏହାପରେ 2009ରେ ଏମ୍ସରେ ମନମୋହନଙ୍କ ଦ୍ବିତୀୟ ଅସ୍ତ୍ରୋପଚାର ମଧ୍ୟ ସଫଳ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.