UP Assembly Poll: ସମାଜବାଦୀ ପାର୍ଟିରେ ମିଶିଲେ ସ୍ବାମୀ-ସାଇନୀ

author img

By

Published : Jan 14, 2022, 4:48 PM IST

UP Assembly Poll: ସମାଜବାଦି ପାର୍ଟିରେ ମିଶିଲେ ବିଜେପିର ପୂର୍ବ ନେତା-ମନ୍ତ୍ରୀ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା ପରେ ଝଟକା । ସମାଜବାଦୀ ପାର୍ଟିରେ ଯୋଗଦେଲେ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟର ପୂର୍ବ ୨ ମନ୍ତ୍ରୀଙ୍କ ସମେତ କେତେକ ବିଧାୟକ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା ପରେ ଝଟକା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହାତ ଛାଡିଥିବା ନେତା ଓ କେତେକ ମନ୍ତ୍ରୀ ଆଜି(ଶୁକ୍ରବାର) ଅଖିଳେଶ ଯାଦବଙ୍କ ହାତ ଧରିଛନ୍ତି ।

ସୂଚନା ଅନୁଯାୟୀ, ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏବଂ ଧରମ ସିଂହ ସାଇନି ବିଜେପି ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି(Former BJP Ministers Joined Samajwadi Party) । ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସମାଜବାଦୀ ପାର୍ଟିରେ ମିଶିଥିବା ଜଣାପଡିଛି । ସେହିପରି ଏହି ମିଶ୍ରଣ ପର୍ବରେ ବିଜେପିର ପୂର୍ବତନ ବିଧାୟକ ଭଗବତୀ ସାଗର, ବିନୟ ସାକ୍ୟ, ମୁକେଶ ବର୍ମା ଏବଂ ରୋଶନ ଲାଲ ବର୍ମା ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି ।

ଏହି ଅବସରରେ ସାଇନି କହିଛନ୍ତି ଯେ ‘‘ସମ୍ବିଧାନ, ଗଣତନ୍ତ୍ର ଏବଂ ଦଳିତ ଓ ପଛୁଆ ବର୍ଗକୁ ସୁରକ୍ଷା ପ୍ରଦାନ ପାଇଁ ଆମେ ଆଜି ସମାଜବାଦୀ ପାର୍ଟିରେ ଯୋଗଦେଇଛୁ । ଆମେ ଆପଣଙ୍କୁ ଏକ ନୂଆ ମୁଖ୍ୟମନ୍ତ୍ରୀ ଭେଟିଦେବୁ । ମାର୍ଚ୍ଚ ୧୦ ରେ ଆମେ ଆପଣଙ୍କ ସମ୍ମୁଖରେ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଏବଂ ୨୦୨୪ ରେ ଦେଶର ନୂଆ ପ୍ରଧାନମନ୍ତ୍ରୀଙ୍କ ଶପଥ ପାଠ କରାଇବୁ ’’ ।

ଅନ୍ୟପଟେ ମୌର୍ଯ୍ୟ କହିଛନ୍ତି ଯେ, ଏହା ହେଉଛି ସମାଜବାଦ ଏବଂ ଆମ୍ବେଦକରବାଦ୍ (ବି.ଆର ଆମ୍ବେଦକରଙ୍କ ଦର୍ଶନ)ର ମିଳନ ଦିନ । ତେବେ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟର ୩ ଜଣ ମନ୍ତ୍ରୀଙ୍କ ସମେତ ୮ ଜଣ BJP ବିଧାୟକ ଗତ କିଛି ଦିନ ମଧ୍ୟରେ ଦଳରୁ ଇସ୍ତଫା ଦେଇ ସାରିଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.