ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡ଼ି ୫ ମୃତ

author img

By

Published : Oct 5, 2022, 7:37 PM IST

ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ : ପାଣିରେ ବୁଡ଼ି ୫ମୃତ

ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ (Accident during idol immersion in Nasirabad ) । ଜୟପୁରର ନସିରାବାଦର ନାନ୍ଦଳା ଗାଁରେ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡ଼ିଗଲେ ଶ୍ରଦ୍ଧାଳୁ । ଘଟଣାସ୍ଥଳରେ ୫ମୃତ । ଅଧିକ ପଢ଼ନ୍ତୁ

ଜୟପୁର: ଜୟପୁର ନସିରାବାଦର ନନ୍ଦଳା ଗାଁରେ ଅଘଟଣ । ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ଶ୍ରଦ୍ଧାଳୁ । (5 Drowned in Nasirabad on Vijaydashmi) । ଏହି ଘଟଣାରେ ୫ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଏସପି ଚୁନାରାମ ଜାଟ ସେଠାରେ ପହଞ୍ଚି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ପୂର୍ବତନ ବିଧାୟକ ମହେନ୍ଦ୍ର ସିଂ ଗୁଜେର, ଅତିରିକ୍ତ ପୋଲିସ ଅଧୀକ୍ଷକ ଘନଶ୍ୟାମ ଶର୍ମା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ।

  • अजमेर में नसीराबाद क्षेत्र के नांदला ग्राम में मूर्ति विसर्जन के दौरान पानी में डूबने से 5 लोगों की मृत्यु बेहद दुखद है। शोकाकुल परिजनों के प्रति मैं गहरी संवेदनाएं व्यक्त करता हूँ, ईश्वर उन्हें यह आघात सहने की शक्ति प्रदान करें एवं दिवंगतों की आत्मा को शांति प्रदान करें।

    — Ashok Gehlot (@ashokgehlot51) October 5, 2022 " class="align-text-top noRightClick twitterSection" data=" ">

ପରେ ଗ୍ରାମବାସୀଙ୍କ ସହାୟତାରେ ସମସ୍ତ ମୃତଦେହ ପାଣି ଭିତରୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା । ଏ ସମ୍ପର୍କରେ ଉପ-ବିଭାଗୀୟ ଅଧିକାରୀ ରାକେଶ ଗୁପ୍ତା ଏନେଇ ଦୁଃଖ ପ୍ରକାଶ କରିବାସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ କଲେ ଦୁଃଖପ୍ରକାଶ : ଏହି ଘଟଣାକୁ ନେଇ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଶୋକ ଟ୍ୱିଟ୍ କରି ଲେଖିଛନ୍ତି, ''ଅଜମେରର ନସିରବାଦ ଅଞ୍ଚଳର ନନ୍ଦଳା ଗ୍ରାମରେ ପ୍ରତିମା ବୁଡ଼ ପକାଇବା ସମୟରେ ପାଣିରେ ବୁଡ଼ିଯିବା କାରଣରୁ 5 ଜଣଙ୍କ ମୃତ୍ୟୁ ହୋଇଛି (idol immersion in Nandla village) । ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ। ତେଣୁ ମୁଁ ଶୋକସନ୍ତପ୍ତ ପରିବାରକୁ ମୋର ଗଭୀର ସମବେଦନା ଜଣାଉଛି (Five people died due to drowning)।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.