Nasal Covid Vaccine: ଜାନୁଆରୀ 26ରୁ ନାଜାଲ ଭ୍ୟାକ୍ସିନ

Nasal Covid Vaccine: ଜାନୁଆରୀ 26ରୁ ନାଜାଲ ଭ୍ୟାକ୍ସିନ
ଦେଶର ପ୍ରଥମ ନାଜାଲ ଭ୍ୟାକ୍ସିନ ଇନକୋଭାକକୁ ଆସନ୍ତା 26 ତାରିଖରୁ ଲୋକଙ୍କୁ ଦିଆଯିବ । ଭାରତ ବାୟୋଟେକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ କୃଷ୍ଣା ଏଲ୍ଲା ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ
ନୂଆଦିଲ୍ଲୀ: କୋରୋନାକୁ ମାତ ଦେବା ପାଇଁ ବିଶ୍ବର ପ୍ରଥମ ନାଜାଲ ଭ୍ୟାକ୍ସିନ ଭାବେ ଭାରତ ବାୟୋଟେକରେ ପ୍ରସ୍ତୁତ ଇନକୋଭାକକୁ ବ୍ୟବହାର ଅନୁମତି ମିଳିସାରିଛି । ଏହି ଟିକାକୁ ଏବେ ଲୋକଙ୍କୁ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ଜାନୁଆରୀ 26 ତାରିଖରୁ ଲୋକଙ୍କୁ ନାଜାଲ ଭ୍ୟାକ୍ସିନ ଦିଆଯିବ ।
ଏନେଇ ଭାରତ ବାୟୋଟେକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ କୃଷ୍ଣା ଏଲ୍ଲା ସୂଚନା ଦେଇଛନ୍ତି । ଭୋପାଳରେ ଆୟୋଜିତ ସାଇନ୍ସ ଫେଷ୍ଟିଭାଲରେ ଛାତ୍ରଙ୍କ ସହ ଆଲୋଚନା କରିବା ସମୟରେ ଭାରତ ବାୟୋଟେକ ପରିଚାଳନା ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି । ଏହା ସହିତ ତ୍ବଚା ସମସ୍ୟା ପାଇଁ ଘରୋଇ ଟିକା, ଗାଈଗୋରୁଙ୍କ ଠାରେ ହେଉଥିବା ଲମ୍ପି ରୋଗ ପାଇଁ ଲମ୍ପି-ପ୍ରୋବାଇଡ ଆସନ୍ତା ମାସରେ ଉପଲବ୍ଧ ହେବାର ସମ୍ଭାବନା ଥିବା କହିଛନ୍ତି ।
ମୌଲାନା ଆଜାଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଆୟୋଜିତ ଆଇଆଇଏସଏଫର ଫେସ-ଟୁ-ଫେସ ନ୍ୟୁ ଫ୍ରଟିୟକ୍ସ ଇନ ବିଜ୍ଞାନ ମହୋତ୍ସବରେ କୃଷ୍ଣା ଏଲ୍ଲା ଅଂଶ ଗ୍ରହଣ କରିଥିଲେ । ଏହି ଅସବସରରେ ସେ କହିଛନ୍ତି,'' ଆମ କମ୍ପାନୀ ଦ୍ବାରା ନିର୍ମିତ କୋରୋନାର ମୁକାବିଲା କରିବାକୁ ଏକ ଅସ୍ତ୍ର ତଥା ବିଶ୍ବର ପ୍ରଥମ ନାଜାଲ୍ ଭ୍ୟାକ୍ସିନ ବିଧିବଦ୍ଧ ଭାବେ ଜାନୁଆରୀ 26 ତଥା ଗଣତନ୍ତ୍ର ଦିବସଠୁ ଲୋକଙ୍କୁ ଦିଆଯିବ ।''
ପ୍ରକାଶ ଥାଉକି, ଗତବର୍ଷ ଡିସେମ୍ବର 23ରେ ଇନକୋଭାକକୁ ବ୍ୟବହାର ଅନୁମତି ମିଳିଥିଲା । ଏହା ପରେ ତାର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥିଲା । ଏହି ଟିକା ଡୋଜ ପିଛା ସରକାରୀ ହସ୍ପିଟାଲରେ 325 ଟଙ୍କାରେ ମିଳିବ । ସେହିପରି ଘରୋଇ ହସ୍ପିଟାଲରେ ଡୋଜ ପିଛା 800 ଟଙ୍କାରେ ମିଳିବ । 2023 ଜାନୁଆରୀରେ ଶେଷ ସପ୍ତାହ ସୁଦ୍ଧା ବଜାରରେ ଉପଲବ୍ଧ ହେବ ବୋଲି ଘୋଷଣା ହୋଇଥିଲା । ଏହାର 5 ପ୍ରତିଶତ ଜିଏସଟି ଲଗାଯିବ ।
ଏହା ବି ପଢନ୍ତୁ...ନାଜାଲ୍ ଭ୍ୟାକ୍ସିନ ଇନକୋଭାକ: ଜାଣନ୍ତୁ ଟିକାର ଦାମ
କୋଭାକ୍ସିନ ଟିକା ପ୍ରସ୍ତୁତ କରିଥିବା ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ କମ୍ପାନୀ ୱାଶିଂଟନ ୟୁନିଭର୍ସିଟି ସ୍କୁଲ ଅଫ ମେଡିସନ ସହ ମିଳିତ ଭାବରେ ନାଜାଲ୍ ଭ୍ୟାକ୍ସିନ ତିଆରି କରିଛି । ନାକରେ ଦିଆଯିବାକୁ ଥିବା ଏହି ଟିକାକୁ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଗତବର୍ଷ ନଭେମ୍ବରରେ ମଞ୍ଜୁରୀ ଦେଇଥିଲା । ଟିକା ପାଇଁ ଜଣେ କୋୱିନ ପୋର୍ଟାଲରେ ବୁକିଂ କରିପାରିବେ ।
ନାଜାଲ୍ ଭ୍ୟାକ୍ସିନ ଇନକୋଭାକର 3ଟି ପର୍ଯ୍ୟାୟରେ ପରୀକ୍ଷଣ ସଫଳ ହୋଇଛି । ଏହି ଟିକା ଶରୀରରେ କୋରୋନା ସଂକ୍ରମଣ ଓ ଅନ୍ୟକୁ ଟ୍ରାନ୍ସମିଶନ ହେବାରୁ ରୋକିବ । କୋଭାକ୍ସିନ ଓ କୋଭିସିଲ୍ଡ ଟିକା ନେଇଥିବା ହିତାଧିକାରୀମାନେ ଇନକୋଭାକକୁ ବୁଷ୍ଟର ଡୋଜ ଭାବେ ନେଇପାରିବେ ।
