TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 5, 2022, 7:07 PM IST

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

୧.ଆମ୍ବାନୀ ପରିବାରକୁ ହତ୍ୟା ଧମକ

ମୁମ୍ବାଇରେ ଥିବା ଏଚଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲକୁ (HN Reliance Foundation Hospital) ଏକ ଅଜଣା ନମ୍ବରରୁ ଧମକ ମିଳିଛି ।

୨.ଆଜାନ ପାଇଁ ଭାଷଣ ରୋକିଲେ ଶାହ, ତାଳି ବଜାଇ ପ୍ରଶଂସା କଲେ ସମର୍ଥକ

ଆଜାନ ଚାଲିଥିବାରୁ ଭାଷଣକୁ ଅଧାରେ ରୋକି ଦେଇଥିଲେ ଅମିତ ଶାହ । ଏହାକୁ ନେଇ ଉପସ୍ଥିତ ସମର୍ଥକ ତାଳି ବଜାଇ ତାଙ୍କୁ ପ୍ରଶଂସା କରିଥିଲେ ।

୩.ମିଆଁମାରରେ ନକଲି ଚାକିରି ରାକେଟ୍‌, ୪୫ ଭାରତୀୟ ଉଦ୍ଧାର

ମିଆଁମାର୍‌ରେ ଫସି ରହିଥିବା ୪୫ ଜଣ ଭାରତୀୟକୁ ଉଦ୍ଧାର କରାଯାଇଛି (many Indians rescued from Myanmar) । ନକଲି ଚାକିରି ରାକେଟ୍‌ରେ ଫସି ମିଆଁମାର ଚାଲିଯାଇଥିଲେ ।

୪.Dussehra In Bhubaneswar: ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର

ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ଯାଇ ମା’ ଦୂର୍ଗାଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମାଙ୍କୁ ପୂଜାର୍ଚ୍ଚନା କରିବା ସହ ରାଜ୍ୟବାସୀଙ୍କ ପାଇଁ ଆଶୀର୍ବାଦ କାମନା କରିଛନ୍ତି ଧର୍ମେନ୍ଦ୍ର ।

୫.Weather Update: ଆଜିଠୁ ରାଜ୍ୟରେ କମିବ ବର୍ଷା

ଦୁର୍ବଳ ହେଲା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଲଘୁଚାପ । ଆଜିଠୁ ରାଜ୍ୟରେ କମିବ ବର୍ଷା ।

୬.ମିଳୁନି ଚାକିରି, ପାଣିଟାଙ୍କି ଉପରକୁ ଚଢି ମହିଳା ପ୍ରଶିକ୍ଷକଙ୍କ ଆତ୍ମାହୁତି ଚେତାବନୀ

ପାଣି ଟାଙ୍କି ଉପରକୁ ଚଢ଼ି ଦାବି କଲେ ଦୁଇଜଣ ଶାରୀରିକ ମହିଳା ପ୍ରଶିକ୍ଷକ ବା PT ପ୍ରଶିକ୍ଷକ(women climb on water tank in Punjab ) ।

୭.ଜାତୀୟ ଦଳ ଘୋଷଣା କଲେ KCR, ଫୋକସରେ 2024 ସାଧାରଣ ନିର୍ବାଚନ

ତେଲେଙ୍ଗାନା ରାଷ୍ଟ୍ର ସମିତି ହେଲା ଭାରତ ରାଷ୍ଟ୍ର ସମିତି । ଦଳୀୟ ବୈଠକରେ ସଙ୍କଳ୍ପ ପାରିତ ହେବା ପରେ ଘୋଷଣା କଲେ କେସିଆର ।

୮.1990 ପରେ ଜନ୍ମ ହୋଇଥିବା ବ୍ୟକ୍ତି 50 ବର୍ଷ ପୂର୍ବରୁ କ୍ୟାନ୍ସରରେ ପୀଡିତ ହେବା ଆଶଙ୍କା ଅଧିକ

ନୂତନ ଅଧ୍ୟୟନ ଅନୁଯାୟୀ, 1990 ପରେ ଜନ୍ମ ହୋଇଥିବା ଲୋକମାନେ ଅନ୍ୟ ପିଢି ଅପେକ୍ଷା 50 ବର୍ଷ ବୟସ ପୂର୍ବରୁ କ୍ୟାନ୍ସରରେ ପୀଡିତ ହେବାର ଆଶଙ୍କା ଅଧିକ(preventable cancer) ।

୯.Nobel Prize In Chemistry 2022: ରସାୟନ ବିଜ୍ଞାନରେ 3 ଜଣଙ୍କୁ ମିଳିବ ନୋବେଲ

ଚଳିତ ବର୍ଷର ନୋବେଲ୍ ବିଜେତା ରସାୟନ ବିଜ୍ଞାନୀ (Nobel Prize In Chemistry 2022)ଙ୍କ ନାମ ଘୋଷଣା ।

୧୦.Ravan Dahan: ରାବଣ ପୋଡିରେ ସାମିଲ ହେବେ ରାଷ୍ଟ୍ରପତି ମୁର୍ମୁ, କେଜ୍ରିୱାଲ ଏବଂ ପ୍ରଭାସ

ରାଜଧାନୀ ଦିଲ୍ଲୀର ପ୍ରସିଦ୍ଧ ଲବକୁଶ ରାମଲୀଲାରେ ବୁଧବାର ଦିନ ରାବଣ ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.