Assembly poll 2022: ବଢିଲା କଟକଣା ଅବଧି, 22 ଯାଏଁ କ୍ୟାମ୍ପେନ କର୍ଫ୍ୟୁ

author img

By

Published : Jan 15, 2022, 8:19 PM IST

Assembly poll 2022: 22 ପର୍ଯ୍ୟନ୍ତ ବଢିଲା ନିର୍ବାଚନୀ ପ୍ରଚାର କଟକଣା

ଦେଶରେ କୋଭିଡ ସ୍ଥିତିକୁ ଦେଖି ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପ୍ରଚାର କଟକଣା ବଢାଇଲେ ନିର୍ବାଚନ ଆୟୋଗ । ଜାନୁଆରୀ ୧୫ ପରିବର୍ତ୍ତେ ୨୨କୁ ବଢିଲା କ୍ୟାମ୍ପେନ କର୍ଫ୍ୟୁ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ କଟକଣା ଅବଧିକୁ ବୃଦ୍ଧି କରିଛନ୍ତି ନିର୍ବାଚନ ଆୟୋଗ (ECI) । ପୂର୍ବରୁ ଚଳିତ ମାସ ୧୫ ତାରିଖ ଯାଏଁ ସଭା ସମିତି, ରାଲି ଉପରେ କଟକଣା ଜାରି କରାଯାଇଥିବାବେଳେ ଏବେ ଏହି ଅବଧି ୨୨ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଆଜି ସଂଶୋଧିତ କଟକଣା ନେଇ ଘୋଷଣା କରିଛି ନିର୍ବାଚନ ଆୟୋଗ ।

ସେହିପରି ଆୟୋଗ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, ଯେ କୌଣସି ଇନ-ହାଉସ ବୈଠକରେ ମଧ୍ୟ ସର୍ବାଧିକ ୩ଶହ ତଥା ଉକ୍ତ ହଲର ପୂର୍ଣ୍ଣ କ୍ଷମତାର ମାତ୍ର ୫୦ ପ୍ରତିଶତ ଲୋକେ ହିଁ ଏକାଠି ହୋଇପାରିବେ । ଏପରି ସ୍ଥଳେ କୋଭିଡ ଗାଇଡଲାଇନ ତଥା ମାସ୍କ ଓ ସମାଜିକ ଦୂରତାକୁ ମଧ୍ୟ ଆୟୋଜକ ବିଶେଷ ଭାବେ ଦୃଷ୍ଟି ଦେବେ ବୋଲି କହିଛି ଆୟୋଗ ।

  • ECI extends ban on physical rallies and roadshows until 22 January, 2022.
    ECI grants relaxation for the political parties to the extent that indoor meetings of maximum of 300 persons or 50% of the capacity of the hall or the prescribed limit set by SDMA https://t.co/MX0tuvKHEq

    — Spokesperson ECI (@SpokespersonECI) January 15, 2022 " class="align-text-top noRightClick twitterSection" data=" ">

ECI ଟୁଇଟ୍ କରି କହିଛି ଯେ, ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ଆଚରଣ ବିଧି (MCC) ର ବ୍ୟବସ୍ଥା ଏବଂ କୋଭିଡ ନେଇ ଜାରି ହୋଇଥିବା ରାଜ୍ୟ / ଜିଲ୍ଲା ପ୍ରଶାସନର ବ୍ୟାପକ ନିର୍ଦ୍ଦେଶାବଳୀ ପାଳନ କରିବେ । ଏହା ପୂର୍ବରୁ ଜାନୁଆରୀ 8 ତାରିଖରେ, କମିଶନ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିବାବେଳେ କୋଭିଡ ସଂକ୍ରମଣ ପାଇଁ ଜାନୁଆରୀ 15 ତାରିଖ ପର୍ଯ୍ୟନ୍ତ ସମସ୍ତ ସମାବେଶକୁ ନିଷେଧ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:-Punjab Assembly Poll: ଚମକୌର ସାହିବରୁ ଲଢିବେ ଚନ୍ନି, ଅମ୍ରିତସର ଇଷ୍ଟରୁ ସିଦ୍ଧୁ

403 ଟି ନିର୍ବାଚନ ମଣ୍ଡଳୀ ବିଶିଷ୍ଟ ଉତ୍ତର ପ୍ରଦେଶରେ ମତଦାନ ସମସ୍ତ ସାତୋଟି ପର୍ଯ୍ୟାୟରେ ହେବ । 60 ଟି ନିର୍ବାଚନ ମଣ୍ଡଳୀ ବିଶିଷ୍ଟ ମଣିପୁର ଫେବୃଆରୀ 27 ଏବଂ ମାର୍ଚ୍ଚ 3ରେ ମତଦାନ ହେବ । ସେହିପରି 117 ନିର୍ବାଚନ ମଣ୍ଡଳୀ ବିଶିଷ୍ଟ ପଞ୍ଜାବ, 70 ଟି ନିର୍ବାଚନ ମଣ୍ଡଳୀ ବିଶିଷ୍ଟ ଉତ୍ତରାଖଣ୍ଡ ଏବଂ 40 ଟି ଆସନ ବିଶିଷ୍ଟ ଗୋଆରେ ଗୋଟିଏ ପର୍ଯ୍ୟାୟ ତଥା ଫେବୃଆରୀ 14 ରେ ମତଦାନ ହେବ । ମାର୍ଚ୍ଚ 10ରେ ୫ ରାଜ୍ୟର ମତ ଗଣନା ସହ ଫଳାଫଳ ପ୍ରକାଶ ପାଇବ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.