ମହାରାଷ୍ଟ୍ରରେ ଭୂକମ୍ପ ଅନୁଭୂତ, ତୀବ୍ରତା ୩.୬ ରେକର୍ଡ

author img

By

Published : Nov 23, 2022, 7:15 AM IST

ଭୂକମ୍ପ

ମହାରାଷ୍ଟ୍ରର ନାଶିକରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରରେ ଭୂକମ୍ପ ଝଟକା । ଆଜି ସକାଳୁ ସକାଳୁ ଭୂକମ୍ପରେ ଥରିଲା ମହାରାଷ୍ଟ୍ରର ନାଶିକ(Earthquake hits in West of Nashik) । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି ।

ଆଜି ନାଶିକର ପଶ୍ଚମାଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଆଜି(ବୁଧବାର) ଭୋର ୪.୦୪ ମିନିଟ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୩.୬ ରେକର୍ଡ କରାଯାଇଛି । ଭୂକମ୍ପର ଗଭୀରତା ୫କିମି ରେକର୍ଡ କରାଯାଇଛି । ତେବେ ଏହାସହ ଭୂକମ୍ପର ଅକ୍ଷାଂଶ ୧୯.୯୫ ଏବଂ ତୀବ୍ରତା ୭୨.୯୪ ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Centre for Seismology) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ଭୟଙ୍କର ଭୂକମ୍ପରେ ଥରିଲା ସୋଲେମାନ ଦୀପପୁଞ୍ଜ, ତୀବ୍ରତା 7.0 ରେକର୍ଡ

ସୂଚନାଥାଉକି, ସୋଲେମାନ ଦୀପପୁଞ୍ଜରେ ଗତକାଲି ଭୟଙ୍କର ଭୂକମ୍ପ ଝଟକା (Earthquake hits Solomon Islands) ଅନୁଭୂତ ହୋଇଥିଲା । ଭୂକମ୍ପରେ ଥରିଥିଲା ସୋଲେମାନ ଦୀପପୁଞ୍ଜର ହୋନିଆରା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 7.0 ରେକର୍ଡ କରାଯାଇଥିଲା । ହୋନିଆରାର ଦକ୍ଷିଣ ପଶ୍ଚିମରୁ 56 କିଲୋମିଟର (35 miles) ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏନେଇ ୟୁଏସ ଜିଓଗ୍ରାଫିକାଲ ସର୍ଭେ (US Geographical Survey ) ପକ୍ଷରୁ ସୂଚନା ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.